ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବ୍ଲକଗ୍ରାଂଟ ଶିକ୍ଷକ ମାନଙ୍କୁ ଷଷ୍ଠ ବେତନ କମିଶନ ଅନୁଯାୟୀ ଦରମା ପ୍ରଦାନ କରାଯିବ ବୋଲି ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ।
ରାଜ୍ୟରେ ଥିବା ୧୯୮୨ଟି ବ୍ଲକଗ୍ରାଂଟ ସ୍କୁଲ ମଧ୍ୟରୁ ଉତମ କ୍ଷମତା ପ୍ରତିପାଦନ କରୁଥିବା ୧୫୮୭ଟି ସ୍କୁଲକୁ ଷଷ୍ଠ ବେତନ କମିଶନ ଅନୁଯାୟୀ ୬୦ ପତିଶତ ଦ୍ରରମା ଓ ୧୧ ପ୍ରତିଶତ ମହଙ୍ଗାଭତା ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ କହିଛନ୍ତି ।
ଆସନ୍ତା ଅପ୍ରେଲ ପହିଲାରୁ ଏହା ଲାଗୁ କରାଯିବ । ପୂର୍ବରୁ ଏହି ଶିକ୍ଷକମାନେ ପଂଚମ ବେତନ କମିଶନ ଅନୁଯାୟୀ ଦରମା ପାଉଥିଲେ ।
ସେହିପରି ୯୧୬ଟି ଏମ୍ଇ ସ୍କୁଲର ଶିକ୍ଷକଙ୍କୁ ପଂଚମ ବେତନ କମିଶନ ଅନୁଯାୟୀ ୬୦ ପ୍ରତିଶତ ଦରମା ଓ ୧୧ ପ୍ରତିଶତ ମହଙ୍ଗାଭତା ପ୍ରଦାନ କରାଯିବ, ସେ କହିଛନ୍ତି ।
ତେବେ ରାଜ୍ୟର ୨୨୪ଟି ପଂଚାୟତର ଏକମାତ୍ର ବେସରକାରୀ ତଥା କୌଣସି ସରକାରୀ ସହାୟତା ପାଉନଥିବା ହାଇସ୍କୁଲକୁ ବ୍ଲକଗ୍ରାଂଟ ସହ ୬୦ ପ୍ରତିଶତ ଅନୁଦାନ ଦିଆଯିବ ବୋଲି ସେ କହିଛନ୍ତି ।
ଷଷ୍ଠ ବେତନ କମିଶନ ଲାଗୁ କରିବା ଦ।ବିରେ ବହୁଦିନ ହେଲା ବ୍ଲକଗ୍ରାଂଟ ଶିକ୍ଷକ ତଥା କର୍ମଚାରୀମାନେ ଆନ୍ଦୋଳନ ଚଳାଇଆସୁଥିଲେ । ଏହାଦ୍ୱାରାପ୍ରାୟ ୨୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପକୃତ ହେବେ ।
ଓଡ଼ିଶା ଡ଼ଟ୍ କମ୍