ମୁଖ୍ୟ ଖବର

ଜହର ନାଇଁ ତ ଜୀବନ କାହିଁ?

ରବି କାନୁନ୍ଗୋ

କୃଷିମନ୍ତ୍ରୀ ଦେଶର ପାୱାର ଏକ ବିଜ୍ଞ ସମାବେଶରେ ଥିଲେ, ସାଧାରଣତଃ ଯେଉଁଠି ରାଜନୀତି ଓ ଗୁଣ୍ଡାର୍ଗି ଭୟ ନ ଥାଏ । ଅବସର ବିନୋଦନ ପାଇଁ ନେତାମାନଙ୍କୁ ସେଠି ସଂସ୍କୃତି ଗପିବାକୁ ସୁଯୋଗ ମିଳେ । ନ ହେଲେ, କେତେ ସେଇ ଚୋରୀ, ଅତ୍ୟାଚାର, ୨-ଜି କଥା ଶୁଣିବେ କି ଶୁଣେଇବେ?

ସେଦିନ ପାୱ୍ର ପେମାପ୍ଳୁତ ଭାବନା ଅକାରଣରେ ଗ୍ରେଟ୍-ଟ୍ରାଜେଡ଼ିରେ ପରିଣତ ହୋଇଗଲା । ହରବିନ୍ଦର ସିଂହ ନାମକ ତିରଶ ବର୍ଷିର ଜଣେ ପଞ୍ଜଦାବୀଯୁବକ ସେଇଠି ତାଙ୍କୁ ମାଇଲା ଗୋଟେ ବ୍ରହ୍ମ ଚାପୁଡ଼଼ା ତତ୍କ୍ଷଣାତ । କିନ୍ତ ମନ୍ତ୍ରୀ ମହାଶୟଙ୍କୁୁ ସେଇ ଗୋଟିଏ ଥାପଡ଼ ବେଶ୍ ହଲେଇ ଦେଲା ।

ଯାଇଥିଲେ କ.ଣ ପାଇଁ, ହେଲା କ.ଣ? ବିମନ ହୋଇ ସେ ଜାଗା ଛାଡ଼ି ଚାଲି ଗଲେ । ୟାକୁ ଗ୍ରହ ଦୋଷ ଛଡ଼ା ଆଉ କିଛି କୁହା ହଯିବନି । ଭାରତୀୟଙ୍କ ମନ ସହଜରେ ବୁଝି ଯାଏ । ଏଇ ଦୋଷରୁ ନଳ ରାଜା ଘାସ କାଟିଥିଲେ ଟି! ପାୱାର ଏମିତିି?

ଖବର ଶୁଣି ଆନ୍ନା ହଜାରେଙ୍କ ଅହିଂସା ବି କ୍ଷଣକ ପାଇ ହଜିଗଲା । ସେ କହିଲେ . ମୋଟୁରୁ ଗୋଟାଏ ମାଇଲା ନା! ପରେ ସେ ହୟାଡ଼ୁସ୍ୟାଡ଼ୁ କହି ରିପେୟାର କରି ଅହିଂସା ପାଖକୁ ଆସିଲେ କ୍ଷଣେ ହେଉ ପଛେ, ସେ ଯାଇଥିଲେ କେଉଁଠିକି? ହରବିନ୍ଦରଙ୍କ ଥାପଡ଼ ତ ସେଇ କ୍ଷଣକର କାମ । ଏଇ କ୍ଷଣ-ବିଲୟରେ କେତେ ମହାତ୍ମା ଟଳି ପଡ଼ିଛନ୍ତି ।

ଗଡ଼୍ସେଙ୍କ ବନ୍ଧୁକ ଯଦି ସେଦିନ ଫୁଟି ନଥା’ନ୍ତା ବା ସେତିକିବେଳେ ଗାନ୍ଧୀ ଆଣ୍ଠୁ କୁଣ୍ଡେଇବାକୁ ନଇଁ ପଡ଼ିଥାନ୍ତେ? ଏପରି ପ୍ରଶ୍ନର ଥିଲେ ମଧ୍ୟ ସେଥିରୁ କେହି କିଛି ଉଣ୍ଡାଳନ୍ତି ନାହିଁ । କାରଣ ଗାନ୍ଧିଙ୍କ ମରଣ ଦେଖା ଯାଉଥାଏ ସାମ୍ନାରେ । ଏବଂ ସେତେବେଳର ତାଗିତ ଥିଲା ଯେ ଗାନ୍ଧି-ପ୍ରେମୀ ସେ କାୟ ମନ ବାକ୍ୟରେ ଅହିଂସ ହେବାକୁ ବାଧ୍ୟ ।

ଏବେ ଗାନ୍ଧିଙ୍କ ନାଁ ଦେଶରେ ଚାଲେ ସରକାରୀ ସବ୍ସିଡ଼ିରେ । ତାଙ୍କ .ଅହିଂସା. କାହାରି ଆଦର୍ଶ ହୋଇ ପାରେନା । ହରବିନ୍ଦରଙ୍କ ଥାପଡ଼କୁ କେନ୍ଦ୍ର କରି ଏବେ ଆଇନଠୁଁ ରାଜନୀତି . ଏମିତ ବହୁ ବଳୟ ଚର୍ଚ୍ଚା ଆରମ୍ଭ ହେବ । ମନ୍ତ୍ରୀ ଚପଲ ମାଡ଼ ପରମ୍ପରା ଭାରତରେ ଅଛି ।

ଏଇ ହରବି଼ନ୍ଦର ପୂର୍ବ ଟେଲକମ ମନ୍ତ୍ରୀ ସୁଖରାମଙ୍କୁ ଥାପଡ ମାରିଥିଲା । ସେଦିନ ପଚାରିଥିଲା ତମେ ଚୋରି କରୁଛ କାହିଁକି ? ଆଜି ଥାପଡ଼ରେ ପଚାରୁଛି ବାଇଗଣ କିଲେ ୮୦ ଟଙ୍କା ହେଲେ ମୁଁ କାହା ଉପରେ କେମିତି ରାଗିବି? ଗଣତନ୍ତ୍ରରେ ସେଇ ଲୋକଟିକୁ ଦେଖାଅ ।

ହିଂସା ଓ ଅହିଂସାର ତରାଜୁ ମାପରେ ଭାରତ ଆଉ ନାହିଁ । ଯଦି ଆମେ ଦେଖି ପାରୁ ନ ଥିବା, ତାହା ଆମ ଆଖି ଦୋଷ । ହରବିନ୍ଦରର ଗାଏମୋଟ ଯୁକ୍ତି ଥିଲା ଚୋରଙ୍କଠାରୁ ଦର୍ଶନ ଶୁଣିବା ଦରକାର ନାହିଁ । ପାଓାରଙ୍କ୍ୱୁ ଥାପଡ଼ ମାରିବା ଥିଲା ମୋର ଆଦର୍ଶ । କାରଣ, ମୂଲ୍ୟବୃଦ୍ଧି ଥିଲା ମୋର ଦଂଶନ । ଆଉ କାହାକୁ କାଟୁଚିି ନ କାଟୁଛି , ମୁ ଜାଣେନା । ଯୋଜନା କରି ଏକାମ କରିଛି

ପାୱାର ସେ ଜଣେ ଦୁର୍ନୀତିଗ୍ରସ୍ତ ଲୋକ । ଦେଶ ବଂଚେଇବା ମଧ୍ୟ ମୋ ଦାୟିତ୍ୱ . ତାହା କେବଳ ଆଇନ, ପାଲାମେଂଟ ବା ଶାସନର ନୁହେଁ । ମୁଁ ଦେଖୁଛି ଆଇନ କାମ କରୁନି; ପାର୍ଲାମେଂଟ ଚାଲୁନି ଓ ଶାସନରେ ଦୁର୍ନୀତିର ଆର-ଆଣ୍ଡ-ଡ଼ି ଚାଲିଛି!

ହରବିନ୍ଦର ଯଦି ପଚାରନ୍ତି – ନିଜ କଥା ମୁ କହିଁବି କେମିତି?
ତାଙ୍କୁ ଆମେ “ଦେଶ-ଭକ୍ତ’ କହିବା ନା “ଦେଶ -୍ରଦ୍ରୋହୀ’?

ଗଣତନ୍ତ୍ରରେ ଏହାର ଗୋଟିଏ ଟେଷ୍ଟ-ପଏଂଟ୍ ଅଛି । ମେଜରିଟି ମଷ୍ଟ ଉଇନ୍. ଭୋଟର୍, ଅଣଭୋଟର, କ୍ୟାଡ଼ର୍, ଲିଡ଼ର ସବୁ ମିଶେଇ ବେଶି ଲୋକଙ୍କ ମନକଥା ହରବିନ୍ଦର କହିଛନ୍ତି କି ନା? ମନେ ପଡ଼େ, ଗଣତନ୍ତ୍ର ଉପରେ ନିରାଶ ହୋଇ ଏକଥା ସାରା ଶେରେ ବିଜୁବାବୁ ହିଁ ସୁବୁଠୁ ଆଗେ ଭାବିଥିଲେ ।

ମୁଖ୍ୟମନ୍ତ୍ରୀ ଥାଇ କହିଲେ ଚୋର ଅଫିସରଙ୍କୁ ବାଡ଼ାଅ । ଏହା ମାଡ ତତ୍ୱ ଭାବେ ଇତିହାସରେ ନାଁ ଅର୍ଜି ସାରିଛି । ବିଜୁବାବୁ ମେଜରିଟିଙ୍କ ଅସହାୟତା ବଖାଣି ଶେଷକୁ ନିଜେ ମାଡ ଖାଇଲେ ।

ସଂଯୋଗ କ୍ରମେ, ଆଜି ବିଜର ଅପ୍ରତି୍ୱନ୍ଦି ନେତା ନେତା ପ୍ୟାରୀ ମୋହନ ମହାପାତ୍ର ସେତେବେଳେ ଥିଲେ ତାଙ୍କ ସଚିବ । ଗୁଳି ମାରିବେ ପଛେ, ଓଡ଼ିଶାରେ ନେତାଙ୍କୁ କେହି ଥାପଡ଼ ଫାପଡ଼ ମାରନ୍ତନିି । କେତେରେ ଥାପଡ଼ ଓ କେତେରେ ଗୁଳି ଆମ ଲୋକେ ସେତିକି ଜାଣନ୍ତିନି ବୋଲି ନେତାମାନେ ଏଠି ଆପାତତଃ ନିିରାମୟ ଜୀବନ ଯାପନ କରନ୍ତି ।

କୃଷ୍ଣ ପଚାରନ୍ତି- ଗୋ ରାଧିକେ-ଆମ ପ୍ରେମ ବ୍ୟର୍ଥ ନା ସାର୍ଥକ? ବ୍ରୀଡାବତୀ କହନ୍ତି ହେ ରସନାଗର, ଅପରିଚିତକୁ ଅନ୍ତରଙ୍ଗ କରିବା ପରି ଶକ୍ତି ଥିବା ପ୍ରେମ ନିଜ ପବିତ୍ର ସିଂହସନରେ ବିରାଜିବା ବେଳେ ଯଶ ଅପଯଶ ଚିହ୍ନି ପାରେନି ।

ଯେମିତି ଶଗଡ଼ିଆଟିଏ ଚିହ୍ନି ପାରେନି ନିଜକୁ । ଯୋଚା ବଳଙ୍କ ସହିତ ତୃତୀୟ ପ୍ରାଣୀ ହେଲେ ମଧ୍ୟ, ଜଣେ ।ୟୀତ୍ୱ ସଂପନ୍ନ ମାଲିକ ନାଁରେ ସେ ଗଡ଼ି ଚାଲିଥାଏ ଆଗକୁ । ଶଗଡ଼ ପାଖରେ ସେ ବଶ୍ୟତା ମାନି ରହେ ।

ସେମିତି କିଛି ବଶ୍ୟତା ହିଁ ମୋର ସମ୍ବଳ । ତାହା ମୋତେ ଗ୍ବିିଗ ଚୁଲେଇ ପାରେ । ସେତିକିବେଳେ କି ସୁନ୍ଦର ଫୁଲ ଫଳର ସବୁଜିମା ସଂଚରି ଯାଏ ମନରେ । ଶିହରୁଥାଏ ହେଟା ସାରା । ଅତୃପ୍ତିରେ ଆହୁରି କିଛି ଖୋଜୁଥାଏ ନିଘା ରଖି ତୃପ୍ତିର କେଉଁ ଅଖୋ ଶେଷ ବଳୟକୁ ।

ଜାଣେ, ତମେ ମୋତେ କେବେ ବି ତୃପ୍ତ କରି ପାରିବ ନାହିଁ । ପୁରୁଷର ଶ୍ରମରେ ସ୍ୱେ ଥାଏ । ତେଣୁ, ସେ କ୍ଳାନ୍ତ ହେବ ହିଁ ହେବ । ତୁମେ ପୁରୁଷ ସୀମାରେ ଆବଦ୍ଧ । କିନ୍ତୁ ମୁଁ ଯେ ନାରୀ । ମୋର ସୃଷ୍ଟିର ଅନ୍ତ ନାହିଁ । ମୋ କାମନାର ବି ଅନ୍ତ ନାହିଁ । ତୁମ ପ୍ରେମ ମୋ ପାଇଁ ସାର୍ଥକ ।

ତଥାପି, ଏତେ ନିନ୍ଦା ଏତେ ଅପଯଶ? କାମନାର ପ୍ମତୋଳା ଗାଇ ନାଗୁଣୀକୁ କାଇଁ ବାରମ୍ବାର ନିମନ୍ତ୍ରଣ କରୁଛ ଗୋ ସୁନ୍ଦରି? ଯାବ କୁଳକୀର୍ତିକୁ ସେ ଂଶନ କରିବ ହିଁ କରିବ ଏବଂ ତା ବିଷର ତୁମେ ହିଁ ହେଉଥିବ ପ୍ରଥମ ଅକ୍ରାନ୍ତ!

ଜହର ନାଇଁ ତ ଜୀବନ କାହିଁ ହେ କୃଷ୍ଣ?
ଦେଶର ପାୱାର ପ୍ରେମମୟୀ ଶ୍ରୀରାଧାଙ୍କର ଏ ଆର୍ଶରେ ଅନୁପ୍ରାଣିତ ହେବେ ବୋଲି ଆଶା ରଖୁଛୁ ।

ସମାପ୍ତ

(ବ୍ରି: ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)