ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ଲୋକସଭାରେ ଲୋକପାଳ ବିଲ୍ ପାରିତ ହୋଇଥିବା ବେଳେ ଆସନ୍ତା ତିନି ମାସ ମଧ୍ୟରେ ଓଡ଼ିଶାରେ ଲୋକାୟୁକ୍ତ ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି ।
ଏଭଳି ଏକ ଲୋକପାଳ ବିଲ୍ରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ରାଜ୍ୟର ଆଇନ ଭିତରେ ଲୋକାୟୁକ୍ତ ଆସିବା ରକାର ବୋଲି ସେ ବିଲ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗଣମାଧ୍ୟମକୁ କହିଛନ୍ତି ।
ଆମେ ଏକ ଦୃଢ଼ ଲୋକପାଳ ବିଲ୍ ଚାହୁଁ । ବିଶେଷକରି ଆଗାମୀ ବଜେଟ ଅଧିବେଶନରେ ଏହି ବିଲ୍ ଆଣିବାର ବ୍ୟବସ୍ଥା କରାଯିବ, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍