ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ବିଜ୍ଞାନ କଂଗ୍ରେସରଦ୍ୱିତୀୟଦିନରେ ବୁଧବାର ଶିଶୁ ବିଜ୍ଞାନ କଂଗ୍ରେସକୁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ.ଅବୁଲ କଲାମ ଉ୍ଘାଟନ କରିବା ସହ ନିଜ ଘରକୁ ଦୁର୍ନୀତି ମୁକ୍ତ ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଛନ୍ତି ।
ଆଗକୁ ବଢିବାକୁ ହେଲେ ସ୍ୱପ୍ନ ଦେଖୀବାକୁ ପଡ଼ିବ ଏବଂ ସ୍ୱପ୍ନ ଦେଖିଲେ ଲକ୍ଷ୍ୟ ହାସଲ ହେବ ବୋଲି କଲାମ୍ ଉ୍ବୋଧନ ଦେଇ କହିଛନ୍ତି । ପରେ ସେ ଏକ ଇଂରାଜୀ କବିତା ପାଠକରି ଶୁଣାଇଥିଲେ ।
“”ବିଜ୍ଞାନ ପାଇଁ ପ୍ରଚୁର ଅର୍ଥ ଦରକାର ଓ ଏହା ରାଜନେତାଙ୍କ ଠାରୁ ଆସିଥାଏ”ରାଷ୍ଟ୍ରପତି ଥିବା ସମୟରେ ବିଜ୍ଞାନ ଏବଂ ରାଜନୀତି ମଧ୍ୟରେ କିପରି ସମାନତା ରକ୍ଷା କରୁଥିଲେ ବୋଲି ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ।
ଏହି ଅବସରରେ ସେ ଛାତ୍ରଛାତ୍ରୀ ମାନଙ୍କ ଅନ୍ୟ ପ୍ରଶ୍ନର ଉତର ବୋ ସହ ୧୬ ଜଣ ଯୁବ ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଆୟୋଜିତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ଗୀତା ବାଲି, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ କିଟ୍ ବିଶ୍ୱବ୍ୟିାଳୟର କୁଳପତି ଏ.ଏସ୍.କୋଲାସ୍କାର ପ୍ରମୁଖ ଉପସ୍ଥିତ ଥିଲେ ।
ମଙ୍ଗଳବାର ଠାରୁ କିଟ୍ ବିଶ୍ୱବ୍ୟିାଳୟ ପରିସରରେ ଆରମ୍ଭ ହୋଇଥିବା ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ମହିଳା ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply