ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲା ଆଂଚଳିକ ପରିବହନ ନିଗମ ଓ ସଂଜୀବ ହିରୋ ତରଫରୁ ୨୩ତମ ସଡ଼କ ସୁରକ୍ଷା ପାଳନ ଅବସରରେ ବିଭିନ୍ନ ସ୍କୁଲର ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।
ଏହି ପ୍ରତିଯୋଗିତା ଆଂଚଳିକ ପରିବହନ ଅଧିକାରୀ ଚିତରଞନ ରାୟ ଯୋଗଦାନ କରି ସଡ଼କ ସୁରକ୍ଷା ବିଷୟରେ ସମସ୍ତେ ସଚେତନ ହେବାସହ ଅନ୍ୟ ମାନଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଆୟୋଜିତ ଜୁନିଅର ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାରେ କଳ୍ପିତା ଶୁଭଲକ୍ଷ୍ମୀ ଦେ ,ସଂଯୁକ୍ତା ସାହୁ,ନୌସରତ ଜବିନ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ ସିନିଅର ବିଭାଗରେ ପ୍ରଦୋଶ ପଣ୍ଡା,ଧୀରେନ ପଣ୍ଡା,ମନିଷା ନାଥ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଅନୁରୂପ ଜୁନିଅର ବକ୍ତୃତା ବିଭାଗରେ ସୌରଭ ସେନାପତି, ସାଇପ୍ରଭା ସୂତାର, ଜ୍ୟୋତି ରଂଜନ ମିଶ୍ର ଏବଂ ବରିଷ୍ଠ ବିଭାଗରେ ସୋମନାଥ ସାହୁ,ଜୟଶ୍ରୀ ପାତ୍ର,ରତିକାନ୍ତ ବେହେରା ଯଥାକ୍ରମେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୭ ତାରିଖ ଉଦ୍ୟପନୀ ଉତ୍ସବରେ ପୁରସ୍କୃତ କରାଯିବ ।
ଓଡ଼ିଶା ଡ଼ଟ୍ କମ୍
Leave a Reply