ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) କିଟ୍ ବିଶ୍ୱବିଦ୍ୟାଳୟ ନୂତନ କୁଳାଧିପତି ଭାବେ ପ୍ରଫେସର ଏନ୍.ଏଲ୍ ମିତ୍ର ଯୋଗେଇଛନ୍ତି ।
ପୂର୍ବତନ କୁଳାଧିପତି ପ୍ରଫେସର ଆର୍.ପି କୌଶିକଙ୍କ କାର୍ଯ୍ୟକାଳ ଜାନୁଆରୀ ମାସରେ ଶେଷ ହେବାକୁ ଥିବା ବେଳେ ଗତ ୮ ତାରିଖ ଠାରୁ ସେ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ସେ ପୂର୍ବରୁ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ୍ ଆଇନ ବିଶ୍ୱବିଦ୍ୟାଳୟ ତଥା ଯୋଧପୁର ସ୍ଥିତ ଜାତୀୟ ଆଇନବିଶ୍ୱ ବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଛନ୍ତି ।
ସେ ଭାରତ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କମିଟିରେ ଅଧ୍ୟକ୍ଷତା କରିବା ସହ ଭାରତୀୟ ରିଜର୍ଭ ବ୍ୟାଙ୍କ,ଖଡ଼ଗପୁର ଆଇଆଇଟି ଲ ସ୍କୁଲ, ଓଡ଼ିଶା କେନ୍ଦ୍ରୀୟ ଆଇନ୍ ବିଶ୍ୱବିଦ୍ୟାଳୟ ସମେତ ବହୁ ଗୁରୁତ୍ୱୂର୍ଣ୍ଣ ଶିକ୍ଷାନୁଷ୍ଠାନର ଉପଦେଷ୍ଟା ରହିଛନ୍ତି ।
ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୁଳପତି ପ୍ରଫେସର ଅଶୋକ. ଏସ୍
କୋଲାସ୍କର, କୁଳସଚିବ ଡକ୍ଟର ସସ୍ମିତା ରାଣୀ ସାମନ୍ତ ପ୍ରମୁଖ ନୂତନ କୁଳାଧିତିଙ୍କୁ
ସ୍ୱାଗତ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply