ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାହୁଙ୍କୁ ନିଯୁକ୍ତ କରିଥିବା ନିଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି ।
ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଅସୀମା ମହାନନ୍ଦ ସର୍ବଭାରତୀୟ ମହିଳା କଂଗ୍ରେସର ସଂପାଦକ
ନିଯୁକ୍ତ ପରେ ଏହି ପଦବୀ ଖାଲିପଡ଼ିଥିଲା । ଉପସଭାପତି ସଂଧ୍ୟା ମହାପାତ୍ର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟଭାର ତୁଲାଉଥିଲେ ।
ବିଜୟଲକ୍ଷ୍ମୀ ପୂର୍ବରୁ ଭାରତୀୟ ମହିଳା କଂଗ୍ରେସର ସାଧାରଣ ସଂପାଦକ, ରାଜ୍ୟ କଂଗ୍ରେସର ସଂପାଦକ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply