ଓଡିଶା ଡଟ୍ କମ୍ ସମ୍ବାଦଦାତା
ରାଜନଗର, ଜାନୁଆରୀ ୨୮(ଓଡିଶା ଡଟ୍ କମ୍)- ପରମହଂସ ପରିବ୍ରାଜ କାର୍ଯ୍ୟ ଶ୍ରୀମତ୍ ସ୍ୱମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରବର୍ତ୍ତିତ ୬୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ବାହାରଗଡ଼ ଶାଖା ସଂଘ ଆସନ ମନ୍ଦିରରେ ଆସନ୍ତା ୨୦୧୩ ଫେବୃୟାରୀ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ନୀଳାଚଳ ସାରସ୍ୱତ ସଂଘ, ପୁରୀଙ୍କ ତତ୍ତ୍ୱାବଧାନରେ ତଥା କେନ୍ଦ୍ର ଆସନ ମନ୍ଦିର, ବୀରତୁଙ୍ଗଙ୍କ ପ୍ରତ୍ୟେକ୍ଷ ପରି·ଳନାରେ ଆୟୋଜିତ ଏହି ବିଶାଳ ଭକ୍ତ ସମାବେଶରେ
୧୫ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତା ପୌଷ ପୂର୍ଣ୍ଣିମାରେ ଶ୍ରୀଶ୍ରୀ ଠାକୁର ମହାରାଜଙ୍କୁ ବୀରତୁଙ୍ଗଠାରେ ନିମନ୍ତ୍ରଣ କରାଯାଇ ୩୦ତାରିଖରେ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରଗଡ଼ ଅଭିମୁଖ୍ୟେ ବାହାରିବେ ।
ଆସନ୍ତା ଫେବୃଆରୀ ୧ ତାରିଖରେ ଶ୍ରୀଶ୍ରୀ ଠାକୁର ମହାରାଜଙ୍କୁ ଏକ ସୁସଜ୍ଜିତ ରଥରେ ବିରାଟ ଶୋଭାଯାତ୍ରାରେ ନିଆଯିବ । ଏଥିରେ ୧୦ହଜାର ଶ୍ରଦ୍ଧାଳୁ ଯୋଗଦେବାର
କାର୍ଯ୍ୟକ୍ରମ ରହିଛି ।
ପୂର୍ବରୁ ଅଭ୍ୟର୍ଥନା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ଅଲେଖ କୁମାର ଜେନାଙ୍କ ସଭାପତିତ୍ୱରେ ପ୍ରସ୍ତୁିତି ବୈଠକ ବସି ଭକ୍ତ ସମ୍ମିଳନୀର ସଫଳତା ପାଇଁ ବଭିନ୍ନ ସରକାରୀ ଅଧିକାରୀମାନଙ୍କୁ ନିବେଦନ କରାଯାଇଥିଲା ।
ଓଡିଶା ଡଟ୍ କମ୍
Leave a Reply