ଓଡିଶା ଡଟ୍ କମ୍ ସମ୍ବାଦଦାତା
ବରଗଡ,୧୩ ଜୁଲାଇ (ଓଡିଶା ଡଟ୍ କମ୍): ସମ୍ବର ଶିଙ୍ଗ ଅନ୍ତଃରାଜ୍ୟ ଚୋରା ଚାଲାଣ କାରବାରରେ ଜଡିତ ଥିବା ଏକ ଦଳ ର ଚାରି ଜଣଙ୍କୁ ବରଗଡ ଜିଲ୍ଲା ପୋଲିସ ଗିରଫ କରିଛି।
ଏମାନେ ଡେବ୍ରିଗଡ ଅଭୟାରଣ୍ୟରୁ ସମ୍ବର ଶିକାର କରି ଛତିଶଗଡ ଅଭିମୁଖେ ଏକ ଟାଟା ମ୍ୟାକ୍ସିମା ଗାଡିରେ ଯାଉଥିବା ସମୟରେ ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ସେମାନଙ୍କ ଉପରେ ଚଢାଉ କରିଥିଲେ ।
ସେମାନଙ୍କଠାରୁ ୨୧ଟି ମୁଲ୍ୟବାନ ସମ୍ବର ଶିଙ୍ଗ ଜବତ ହୋଇଛି ।
ପୋଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଛତିଶଗଡ ସରିଆର ଟିକେଶ୍ଵର କୋଡକୁ, ସଂବ୍ରିତ ପ୍ରଧାନ, ଅମ୍ବାଭୋନାର ଚଚିରୀ ଗ୍ରାମର ପ୍ରବୀର ସାହୁ ଓ ବିଦ୍ୟାଧର ଗୌଡ
ସେମାନେ ଏହି ବହୁମୁଲ୍ୟ ଶିଙ୍ଗ ସବୁକୁ ଦୁବାଇ ଓ ସିଙ୍ଗାପୁରକୁ ଚାଲାଣ କରିଥା’ନ୍ତେ ବୋଲି କୁହା ଯାଇଛି ।
ଓଡିଶା ଡଟ କମ
Leave a Reply