ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ପୁରୀ-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ସୁପରଫାଷ୍ଟ୍ ଟ୍ରେନ୍ ନୀଳାଚଳ ଏକ୍ସପ୍ରେସ୍ର ନାମ ପରିବର୍ତନକୁ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବା ପାଇଁ ଶନିବାର ଦାବି ହୋଇଛି ।
ଗୁରୁବାର ଏହି ଟ୍ରେନ୍କୁ ନନ୍ଦନକାନନ ଏକ୍ସପ୍ରେସ ନାମରେ ନାମିତ କରାଯାଇଛି । ନୀଳାଚଳ ଏକ୍ସପ୍ରେସ ପରିବର୍ତେ କୌଣସି ନୂତନ ଟ୍ରେନକୁ ଏହି ନାମରେ ନାମିତ କରିବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।
ପୁରୀରୁ ଉକ୍ତ ଟ୍ରେନ୍ ଯାଉଥିବାରୁ ଏହାକୁ ନୀଳାଚଳ ଏକ୍ସପ୍ରେସ ନାମରେ ନାମିତ କରାଯାଇଛି । ରେଳବାଇ କର୍ତୃପକ୍ଷ ଏହାକୁ ନନ୍ଦନକାନନ ଏକ୍ସପ୍ରେସରେ ପରିବର୍ତନ କରିଥିବାରୁ ଜଗନ୍ନାଥ ଭକ୍ତ ତଥା ସାଧାରଣ ଲୋକଙ୍କ ମନରେ ଆଘାତ ଲାଗିଛି ବୋଲି ସେନା ପକ୍ଷରୁ କୁହାଯାଇଛି ।
ସାତଦିନ ଭିତର ଏହା ଉପରେ ପକ୍ଷେପ ଗ୍ରହଣ କରି ଉକ୍ତ ଟ୍ରେନ୍କୁ ପୂର୍ବ ନାମରେ ନାମିତ କରିବାକୁ ଦାବି କରାଯାଇଛି । ନାମ ପରିବର୍ତନକୁ ବିଜେପି ଓ କଂଗ୍ରେସ ମଧ୍ୟ ବିରୋଧ କରିଛନ୍ତି ।
ଜଗନ୍ନାଥ ସେନା ସହ ବିଜେପି ଓ କଂଗ୍ରେସ କର୍ମୀମାନେ ମଧ୍ୟ ପୁରୀ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରି ରେଳବାଇ କର୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍