ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ବରିଷ୍ଠ ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ କେନ୍ଦ୍ର କ୍ୟାବିନେଟ ସଚିବାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜ୍ୟ
ସରକାରଙ୍କୁ ଏହା ପଠାଇଦିଆଯିବ ।
୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଷଡ଼ଙ୍ଗୀ ଇଂଲଣ୍ଡରୁ ଆତଙ୍କବାଦ ମନସ୍ତତ୍ୱ ଉପରେ ଗବେଷଣା
କରି ପିଏଚ୍ଡ଼ି ଲାଭ କରିଛନ୍ତି । ବର୍ତମାନ ସେ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ସେ ମାଲକାନଗିରି, ସୁନ୍ଦରଗଡ, ବ୍ରହ୍ମପୁର, ବାଲେଶ୍ୱର ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାର ଏସ୍ପି ଭାବେ ଦାୟୀତ୍ୱ ତୁଲାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍