ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାରିପା, ନଭେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ମୟୁରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ତିନୋଟି ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ ଶନିବାର ସେମାନଙ୍କର ଶବ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
ଦନ୍ତାହାତୀ ଓ ଶାବକ ସହ ତିନୋଟି ହାତୀକୁ ବିଷେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । କରଞ୍ଜିଆ ବନ କର୍ମଚାରୀମାନେ ଶିମିଳିପାଳ କାଂଟକଣା କୁଲେଇତୁମ୍ବା ନିକଟ ଏକ ଝରଣା ପାଖରେ ହାତୀ ମାନଙ୍କର ଶବ ଠାବ କରିଛନ୍ତି ।
ମୃତ ଦନ୍ତା ହାତୀର ବୟସ ପ୍ରାୟ ୩୦ବର୍ଷ, ମାଈହାତୀର ବୟସ ୨୫ ବର୍ଷ ଓ ଶାବକର ବୟସ ପ୍ରାୟ ୩
ବର୍ଷ ହେବ | ଶିକାରୀମାନେ ହାତୀପଲକୁ ଠାବକରି ସେମାନଙ୍କ ଗତିବିଧି ଦେଖି ଖାଦ୍ୟରେ ବିଷପ୍ରୟୋଗ କରି ସେମାନଙ୍କ ହତ୍ୟା କରିବା ସହ ଦାନ୍ତ କାଟି ନେଇଥିବା ଜଣାପଡ଼ିଛି ।
ଶିମିଳିପାଳ ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ୨୫ରୁ ଊଦ୍ଧ୍ୱର୍ ହାତୀଙ୍କୁ ହତ୍ୟା କରାଯାଇଥିବା
ବେସରକାରୀ ଭାବେ ଜଣାପଡ଼ିଛି । ଶିମିଳିପାଳରେ ହାତୀମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗତବର୍ଷ କେନ୍ଦ୍ରସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଏକ ତିନି ଜଣିଆ ପ୍ରତିନିଧି ସଂପୃକ୍ତ ଅଂଚଳ ଗସ୍ତ କରିଥିଲେ ।
ତେବେ ହାତୀଙ୍କ ସୁରକ୍ଷା ନେଇ ପରିବେଶବିତ୍ମାଦନେ ଉଦ୍ୟୋଗ ପ୍ରକାଶ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍