ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼ ,ଅକ୍ଟୋବର ୯(ଓଡ଼ିଶା ଡ଼ଟ୍ କମ୍)- – ଚଳିତ ବର୍ଷ ରାଜ୍ୟ ମୁଖ୍ୟ ବନ ସଂରକ୍ଷଣ, ଓଡ଼ିଶାଙ୍କ ହୋଇଥିବା ୫୮ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ବିକାଶ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍ ପଟ୍ଟନାୟକ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଗତ ୬ ତାରିଖରେ ଭୂବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶୁଭମକୁ ପ୍ରଥମ ପୁରସ୍କାର ସ୍ୱରୂପ ୫୦୦୦ ଟଙ୍କା ତଥା ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
ସୂଚନାଯୋଗ୍ୟ ଯେ, ଶୁଭମ ଏହା ପୂର୍ବରୁ ରାଜ୍ୟପାଳ ପୁରସ୍କାର , ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାର ସହ ଅନେକ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନେକ ସଫଳତା ପାଇ ସାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିକାଶ ମ୍ୟାନେଜମେଣ୍ଟ ସଦସ୍ୟ ସହ ସ୍କୁଲ ଅଧ୍ୟକ୍ଷ ଅଭିନନ୍ଦନ ଜଣାଇଛନ୍ତି ।
ଶୁଭମ ବରଗଡ଼ ନିବାସୀ ଜୟଦୀପ ପଟ୍ଟନାୟକ ଓ ଅମୀତା ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ଅଟନ୍ତି ।
ଓଡିଶା ଡଟ୍ କମ୍