ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍କୋ) ସୁନ୍ଦରଗଡ ଜିଲ୍ଲାରେ ଏହାର ପ୍ରସ୍ତାବିତ ନୂତନ ସ୍ମେଲ୍ଟର ନିମନ୍ତେ ଜଳ ସର୍ଭେକ୍ଷଣ ଆରମ୍ଭ କରିଛି ।
ବ୍ୟାପକ ଶିଳ୍ପାୟନ ତଥା ଏହା ଦ୍ୱାରାସୃଷ୍ଟି ହେଉଥିବା ପ୍ରୂଷଣକୁ ଆଖିରେ ରଖି ଝାରସୁଗୁଡାରେ ନାଲ୍କୋରଦ୍ୱିତୀୟ ସ୍ମେଲ୍ଟର ପ୍ରତିଷ୍ଠା ପ୍ରସ୍ତାବ ଅଗ୍ରାହ୍ୟ ହେବା ପରେ ଓଡ଼ିଶା ସରକାର କମ୍ପାନୀକୁ ଅନ୍ୟ ସ୍ଥାନ ସନ୍ଧାନ କରିବାକୁ ପରାମର୍ଶ ଦେଇଥିଲେ ।
ସର୍ବେକ୍ଷଣ ଅନୁସାରେ, ସୁନ୍ଦରଗଡ ଜିଲ୍ଲାରେ ସ୍ମେଲ୍ଟର ପ୍ରତିଷ୍ଠା କରିବା ପାଇଁ ଅବଶ୍ୟକତା ମୁତାବକ ଜଳର ଉପଲବ୍ଧତା ସୁନିଶ୍ଚିତ ହେଲେ କମ୍ପାନୀ ରାଜ୍ୟ ସରକାରଙ୍କ ଠାରୁ ଏ ନିମନ୍ତେ ଅନୁମତି ହାସଲ କରିପାରିବ ବୋଲି ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ୍.ବାଗ୍ରା ଏକ ବିଜ୍ଞପ୍ତିରେ କହିଛନ୍ତି ।
ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ନାଲ୍କୋକୁ ଦୈନିକ ପ୍ରାୟ ୯୦୦୦୦ କ୍ୟୁବିକ ମିଟର ପାଣି ଆବଶ୍ୟକ । ଏହି ସର୍ବେକ୍ଷଣର ରିପୋର୍ଟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ମିଳିବ ଏବଂ ରିପୋର୍ଟର ତଥ୍ୟରେ ପ୍ରକଳ୍ପର ଆକାର ଏବଂ ଯୋଜନା ନିର୍ଦ୍ଧାରଣ କରାଯିବ, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍