ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭଦ୍ରକ, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ସରପୁର ସ୍ଥିତ ଅଧ୍ୟାତ୍ମିକ ଅନୁଷ୍ଠାନ ଜୀବନଦର୍ଶନ ପରିଷ ପକ୍ଷରୁ ୨୯ତମ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି ।
ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ନଅଦିନ ଧରି ଚାଲିବ ଓ ଆସନ୍ତା ୧୦ ତାରିଖରେ
ଯ୍ୟାପିତ ହେବାର କାର୍ଯ୍ୟକ୍ରମ ରହିଛି ।
ପରିଷ ପକ୍ଷରୁ ଆୟୋଜିତ ଏକ କଳସ ଶୋଭାଯାତ୍ରାରେ ଶତାଧିକ କଳସଯାତ୍ରୀ ନିକଟସ୍ଥ କପାଳି ନଦୀରୁ ଜଳ ଆଣି କାର୍ଯ୍ୟସୂଚୀ ସମ୍ବଳିତ ଉତ୍ସବ ଆରମ୍ଭ ହୋଇଛି । ମହିଳା ମାନଙ୍କ କଳସଯାତ୍ରା ସହ ପୁରୁଷ ମାନଙ୍କ ଶୃଙ୍ଖଳିତ ପଟୁଆର ବେଶ୍ ମନଛୁଅାଁ ହୋଇଥିଲା ।
ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଭକ୍ତମାନଙ୍କ ଗହଣରେ ଜୀବନ ଦର୍ଶନ ପରିଷର ପ୍ରାଣ ପ୍ରତିଷ୍ଠାତା ଅକ୍ଷୟ କୁମାର ପତି ଏହାର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ତିନିଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରାଯାଇଛି । ରାହାସ ପୂର୍ଣ୍ଣିମାରେ ଅଗଣିତ ଭକ୍ତଙ୍କ ଗହଣରେ ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ପାଳନ କରାଯିବ ।
ଜନ ସମାଜରେ ହିନ୍ଦୁ ସଂସ୍କୃତିର ମହନୀୟତା, ଶାନ୍ତି, ମୈତ୍ରୀର ପ୍ରତୀକ । ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇବା ଏହାର ମୂଲ ଲକ୍ଷ୍ୟ । ଆଗାମୀଦିନରେ ଜିବନ ଦର୍ଶନ ପରିଷ ତୃତୀୟ ଥର ପାଇଁ ତାର ସ୍ୱୟଂଭୁ ପତ୍ରିକା ଲୋକାର୍ପଣ କରିବ ବୋଲି ପତି କହିଛନ୍ତି ।
ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ତଥା ମନମୋହନ ସଙ୍ଗୀତ ପରିଷର ଗାୟକମାନେ ଭଜନ, ସଂକୀର୍ତ୍ତନ ଓ ପ୍ରବଚନର କାର୍ଯ୍ୟକ୍ରମ ରହିଥିବା ପରିଷର ଭଣେ ସଦସ୍ୟ କହିଛନ୍ତି ।
ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ବରିଷ୍ଠ ତଥା ସଫଳ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିବାକର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶା ଡ଼ଟ୍ କମ୍