ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ବର୍ଷ ଜାନୁୟାରୀ ମାସରେ ଭୁବନେଶ୍ୱରରେ ହେବାକୁ ଥିବା ୯୯ତମ ବିଜ୍ଞାନ କଂଗ୍ରେସକୁ ଲୋକପ୍ରିୟ କରିବା ପାଇଁ “ବିଜ୍ଞାନ ରଥ”ର ଆୟୋଜନ କରାଯାଇଛି ।
ଆସନ୍ତା ୧୪ ତାରିଖରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଠାରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ବୋଲି ବିଜ୍ଞାନ କଂଗ୍ରେର ମୁଖ୍ୟ ପୃଷ୍ଠପୋଷକ ତଥା କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି। ।
ଉକ୍ତ ରଥ ୨୦ଦିନ ଧରି ୩୦ଟି ଜିଲ୍ଲାରେ ବିଜ୍ଞାନ ତଥା ବିଜ୍ଞାନ କଂଗ୍ରେସ ବିଷୟରେ ବାର୍ତା ପହଂଚାଇବ । ଏହି ସମୟ ମଧ୍ୟରେ “ବିଜ୍ଞାନ ରଥ’୬୦୦ଟି ଶିକ୍ଷାନୁଷ୍ଠା ଦେଇ ଯିବ ଏବଂ ଡ଼ିସେମ୍ବର ୩ରେ କଟକ ସ୍ଥିତ ରେଭେନ୍ସା ବିଶ୍ୱବି୍ୟାଳୟରେ ପହଂଚିବ, ବୋଲି ସେ କହିଛନ୍ତି ।
କିଟ୍ ବିଶ୍ୱବିଦ୍ୟାଳୟ ଏବଂ ଜାତୀୟ ବିଜ୍ଞାନ ଓ ଗବେଷଣା ସଂସ୍ଥାନ(ନାଇଜର)ର ମିଳିତ ସହଯୋଗରେ ହେବାକୁ ଥିବା ଏହି କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଜାନୁୟାରୀ ୩ ରୁ ୭ ପର୍ଯ୍ୟନ୍ତ କିଟ୍ କ୍ୟାମ୍ପସରେ ହେବାକୁ ଥିବା ଏହି ବିଜ୍ଞାନ କଂଗ୍ରେସରେ ୫୦୦ ବିଦେଶୀ ବୈଜ୍ଞାନିକ ଓ ୨୦ ଜଣ ନୋବେଲ ବିଜେତାଙ୍କ ସମେତ ୧୫ ହଜାର ପ୍ରତିନିଧି ଯୋଗ ଦେବେ ।
ଓଡ଼ିଶା ଡ଼ଟ୍ କମ୍