ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂଂପୁର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) କାର୍ତିକ ପୂର୍ଣ୍ଣିମା ଅବସରରେ ଡ଼ଙ୍ଗା ଭସାଣୀର ପରମ୍ପରା ରହିଥିବା ବେଳେ ସୋଲ ତିଆରି ଡ଼ଙ୍ଗାର ମୂଲ୍ୟ ବୃଦ୍ଧି ଯୋଗୁଁ ଭକ୍ତମାନେ ନିରାଶ ହୋଇଥିବା ବେଳେ ଏହାକୁ ତିଆରି କରି ଗୁଜୁରାଣ ମେଂଟାଉଥିବା ପରିବାରରେ ସଙ୍କଟ ଖୋେଇଛି ।
ଜଗତସିଂହପୁର ଜିଲ୍ଲାର ଗ୍ରମାଂଚଳରେ ସୋଲର ଅଭାବ ଯୋଗୁଁ ଏହି କାର୍ଯ୍ୟକରି ନିଜର ପରିବାର ଚଳାଉଥିବା ହଜାର ହଜାର ବ୍ୟବସାୟୀ ଦୁର୍ଦ୍ଦିନ ସମ୍ମୁଖିନ ହେଉଛନ୍ତି ।
ପୂର୍ବରୁ ସୋଲ ବହୁ ପରିମାଣରେ ମିଳୁଥିବା ବେଳେ ବର୍ତମାନ ଏହା ଆବଶ୍ୟକ ପରିମାଣରେ ଉପଲବ୍ଧ ହେଉନାହିଁ ।
କୁଜଙ୍ଗ, ଏରସମା, ଜଗତସିଂହପୁର, ବିରିଡ଼ି, ରଘୁନାଥପୁର, ତିର୍ତୋଲ, ବାଲିକୁା ଏବଂ ନୂଆଗାଁ ଆଦି ପ୍ରାୟ ୧୨୦୮ ଗ୍ରାମର ଲୋକମାନେ ବିଭିନ୍ନ ପ୍ରକାର ଡ଼ଙ୍ଗା ତିଆରି କରି ଜୀବୀକା ନିର୍ବାହ କରିଥାନ୍ତି ।
ସନ୍ତସନ୍ତିଆ ତଥା ନିମ୍ନ ଅଂଚଳରୁ ଲୋକମାନେ ଏହାକୁ ବିନା ମୂଲ୍ୟରେ ସଂଗ୍ରହ କରିଥାନ୍ତି । ପରେ ଘରର ମହିଳାମାନେ ଏହାକୁ ସୁନ୍ଦର ଭାବରେ ବିଭିନ୍ନ ପ୍ରକାରର ଡ଼ଙ୍ଗା ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ଏହାକୁ ସେମାନେ ବିକ୍ରି କରିଥାନ୍ତି କିମ୍ବା ଚାଉଳ ବଦଳରେ ଦେଇଥାନ୍ତି ।
ସ୍ଥାନୀୟ ଠିକ।ଦ।ରମାନେ ରାସ୍ତା ତିଆରି ପାଇଁ ସନ୍ତସନ୍ତିଆ ସ୍ଥାନ ଏବଂ ବୁଦା ଗୁଡ଼ିକ ନଷ୍ଟ କରିଦେଉଥିବାରୁ ବର୍ତମାନ ୱାଇଲ୍ଡ ଥର୍ମକୁଲ ମିଳୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
ବିଭିନ୍ନ ପ୍ରକାର ରାସାୟନିକ ସାରର ପ୍ରୟୋଗ ଯୋଗୁଁ ଏଗୁଡ଼ିକ ନଷ୍ଟ ହୋଇ ଯାଉଥିବାରୁ ଆଉ ମିଳୁ ନାହିଁ ବୋଲି ପ୍ଲାନ୍ଟ ପ୍ରୋଟେକ୍ସନ ଅଫିସର ବିଜୟ କୁମାର ପ୍ରଧାନ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍