ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ନିକଟରେ ପ୍ରକାଶିତ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନଙ୍କ ସଂପତି ତାଲିକା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେତେକ ସ୍ୱେଚ୍ଛାସେବୀ ସଂଗଠନ ପୋଲିସର ଆଶ୍ରୟ ନେଇଛନ୍ତି ।
ଏ ନେଇ ଗୁରୁବାରଦୁଇଟି ସଂଗଠନ ପକ୍ଷରୁ ଚାରି ଜଣ ମନ୍ତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି ।
ଇଚ୍ଛାଧିନ କୋଟାରେଦୁଇଟି ଘର ନେଇଥିବା ଆଇନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାଁ ସେଭ୍ ଓଡିଶା ଫୋରମ୍ର ଆବାହକ ଭବାନୀ ପରିଜା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।
ସେହିପରି ସଚେତନ ନାଗରିକ ମଂଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆରୁଖ, ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ
ନାରାୟଣ ପାତ୍ର, ପଂଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ନେଇଥିବା ସରକାରୀ ଜମି ସମ୍ପର୍କରେ ଅଭିଯୋଗରେ ଦର୍ଶାଇଛନ୍ତି ।
ଆରୁଖ ଓ ତାଙ୍କ ପତ୍ନୀ ସମସ୍ତ ସରକାରୀ ଆଇନକୁ ଅଣଦେଖା କରି ସରକାରୀ ସଂପତି ହଡ଼ପ କରିଥିବା ନାଗରିକ ମଂଚ ପକ୍ଷରୁ ଦିଆଯାଇଥିବା ଲିଖିତ ଅଭିଯୋଗରେ ଦର୍ଶାଯାଇଛି ।
ମନ୍ତ୍ରୀ ପାତ୍ର, ମହାନ୍ତି, ଘଡ଼ାଇଙ୍କ ବିରୋଧରେ ବେଆଇନ ଭାବେ ସଂପତି ହଡ଼ପ କରିଥିବା ପ୍ରମାଣ ତାଙ୍କ ପାଖରେ ରହିଛି ଏବଂ ତଦନ୍ତ ସମୟରେ ପୋଲିସକୁ ଏହା ଯୋଗାଇ ଦିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହାସହ ଏହି ବେଆଇନ କାର୍ଯ୍ୟରେ ସହଯୋଗ କରିଥିବା ଅଭିଯୋଗରେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀବଦ୍ରିନାରାୟଣ ପାତ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ତେବେ ପୋଲିସ ପକ୍ଷରୁଏହି ଅଭିଯୋଗ ନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ । ଅନୁସନ୍ଧାନ ପରେ ମାମଲା ରୁଜୁ ହେବକି ନାହିଁ ନିଷ୍ପତି ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍