ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାତଃ ଭ୍ରମଣ କରୁଥିବା ବେଳେ ନବୀନ ନିବାସ ଗେଟ୍ ସମ୍ମୁଖରେ ଖସି ପଡ଼ିବାରୁ ତାଙ୍କର ଗୋଡ଼ରେ ଆଘାତ ଲାଗିଛି ।
ତାଙ୍କର ଡ଼ାହାଣ ଗୋଇଠି ଲିଗାମେଣ୍ଟରେ ଆଘାତ ଲାଗିଥିବା ଏକ୍ସରେ ପରୀକ୍ଷାରୁ ଡ଼ାକ୍ତରମାନେ ଜାଣିବାକୁ ପାଇଛନ୍ତି । ଘରେ ବିଶ୍ରାମ ନେବାକୁ ଡ଼ାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ।
ତେଣୁ ସେ ଆଜି ସଚିବାଳୟ ଆସିବେ ନାହିଁ ଏବଂ ଆସନ୍ତାକାଲି ତାଙ୍କର ଅନୁଗୁଳ ଜିଲ୍ଲା ଗସ୍ତ ବାତିଲ କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ତେବେ ସେ ନବୀନ ନିବାସରେ ସମସ୍ତ ଅଫିସ କାର୍ଯ୍ୟ କରିବେ ।
ଓଡ଼ିଶା ଡ଼ଟ୍ କମ୍