ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବୋ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଗୁରୁବାର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖିଛନ୍ତି ।
ବିଭିନ୍ନ ସମୟରେ ରାଜ୍ୟ ସରକାର ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦ।ବି କରିଆସୁଛନ୍ତି । ଓଡ଼ିଶାକୁ ଏହି ମାନ୍ୟତା ଦେବା ପାଇଁ ସେତେବେଳ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ।
ଆପଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିକାଶ ପରିଷଦର ୪୯ ତମ, ୫୦ ତମ ଏବଂ ୫୬ ତମ ବୈଠକରେ ମଧ୍ୟ ଏସଂପର୍କରେ ଦ।ବି ଉ୍ତଥାପନ କରାଯାଇଥିଲା । ବାର୍ଷିକ ଯୋଜନା ଚୂଡ଼ାନ୍ତ ସମୟରେ ମଧ୍ୟ ଏସଂପର୍କରେ ମୁଁ ଯୋଜନା କମିଶନଙ୍କ ଦୃଷ୍ଟିଆକର୍ଷଣ କରିଥିଲି, ସେପତ୍ରରେ
ଦର୍ଶାଇଛନ୍ତି ।
ଗତ ମଇ ୨୦୧୧ରେ ପାଟନାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରାମର୍ଶଦାତା ବୈଠକରେ ୍ୱାଶ ପଞ୍ଚବାର୍ଷିକ ଯୋଜନାର ଚୂଡ଼ାନ୍ତ ପର୍ଯ୍ୟାୟରେ ମଧ୍ୟ ସୁପାରିସ କରିବା ସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଭାବେ ଘୋଷଣା କରିବା ପାଇଁ ପରାମର୍ଶ ଦେଇଥିଲି ।
ଆପଣଙ୍କର ଅଗଷ୍ଟ୨୦୦୬ରେ ଓଡ଼ିଶା ଗସ୍ତ ସମୟରେ ମଧ୍ୟ ଆମ ସରକାର ତରଫରୁ ଏ ସଂକ୍ରାନ୍ତୀୟ ଏକ ପତ୍ର ଦିଆଯାଇଥିଲା ।
ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପାଇଁ ଥିବା ସର୍ତଗୁଡ଼ିକ ମଧ୍ୟରୁ ଗୋଟିଏକୁ ବାଦ ଦେଲେ ଓଡ଼ିଶା ପ୍ରାୟ ସବୁ ସର୍ତ ପୂରଣ କରୁଛି । ତାହାହେଲା ଏହାର ସୀମା କୌଣସି ପଡ଼ୋଶୀ ଦେଶ ସହ ସଂଲଗ୍ନ ନୁହେଁ ।
ଏହା ବିଷୟରେ ଆପଣ ଓ ଯୋଜନା କମିଶନ ଉଭୟ ଅବଗତ ଅଛନ୍ତି । ଏହା ସତ୍ୱେ ଆପଣଙ୍କ ସରକାର ଏ ବିଷୟରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନାହିଁ । ଭାରତ ସରକାର ଏହି ତାଲିକାରେ ବିହାର ଭଳି ଅନ୍ୟ ରାଜ୍ୟ ଗୁଡ଼ିକୁ ଅର୍ନ୍ତଭୁକ୍ତ କରିବାକୁ ଯାଉଥିବା ଜାଣିବାକୁ ପାଇଛୁ ବୋଲି ମୁଖ୍ୟମନ୍ତ୍ରୀ ର୍ଶାଇଛନ୍ତି ।
ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଏଠାରେ ଦାର୍ରିତାର ହାର ଅଧିକ । ତେଣୁ ଆମ ରାଜ୍ୟକୁ ଏହି ତାଲିକାରେ ଅର୍ନ୍ତଭୁକ୍ତ କରିବା ଆବଶ୍ୟକ ।
ଆପଣ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ଉଚିତ୍ ପଦକ୍ଷେପ ନେବେ, ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍