ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ମଙ୍ଗଳବାର ବିଧାନସଭାରେ ଉଭୟ ସରକାରୀ ଓ ବିରୋଧୀଦଳ ବିଧାୟକମାନେ ଦାବି କରିଛନ୍ତି ।
ଏସଂପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ବାଚସ୍ପତି ପ୍ରଦୀପ ଅମାତ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି ।
କେନ୍ଦ୍ର ସରକାର ସାଂସଦମାନଙ୍କ ହାତ ପାଣ୍ଠି ଅନୁଦାନ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ବିଭିନ୍ନ ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ପାଇଥିବାରୁ ଅତି ଛୋଟିଆ କାମ ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।
ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଅନୁଦାନ ଦିଆଯାଉଥିବା ୧ କୋଟି ଟଙ୍କା ଆବଶ୍ୟକତା ପୂରଣ କରିପାରୁ ନାହିଁ ବୋଲି ବିଧାୟକମାନେ କହିଛନ୍ତି ।
ତେଣୁ ସରକାର ଏ ସଂପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍