ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର ରାଜ ବୋତାସମ୍ବର ମାଓବାଦୀପ୍ରବଣ ଇଲାକାରେ ଗୁରୁବାର ପୋଲିସ ମାଓବାଦୀ ପରିଚୟ ଦେଇ ଟଙ୍କା ଅସୁଲି କରୁଥିବା ଦୁଇଜଣ ଯୁବକଙ୍କୁ ଗିରଫ କରିଛି ।
ପୋଲିସ ଅଧିକାରୀଙ୍କ ଅନୁସାରେ ଝାରବନ୍ଧ ଥାନା ଅନ୍ତର୍ଗତ ସାପଳହର ଗ୍ରାମର ଶୁଶିଳ ସାହୁ, ପାଇକମାଳ ଥାନାର ଚେରେଙ୍ଗଝଂଜି ଗ୍ରାମର ଶତପଥି ପ୍ରଧାନ । ଉଭୟ ଯୁବକ ଯୁକ୍ତୁଇପର୍ଯ୍ୟନ୍ତ ପାଠ ପଢିଥିବା ଏବଂ ପ୍ମପୁର ର ଏକ ଲଜ୍ ରୁ ଧରାପଡ଼ିଛନ୍ତି ପୋଲିସ କହିଛି ।
ଗତ ତିନିମାସ ହେଲାଦୁଇବଂଧୁ ମାଓବାଦୀ ନାମରେ ଫୋନ ଯୋଗେ ଧମକ ଟଙ୍କା ଅସୁଲି କରୁଥିଲେ । ପୋଲିସ ଫୋନ ଟ୍ରାକିଙ୍ଗ ଜରିଆରେ ଏମାନଙ୍କୁ ଗିରଫ କରି ଅଧିକ ଅନୁସନ୍ଧାନ କରୁଛି ।
ଌଦ୍ଭଭଗ୍ଦକ୍ଟ୍ର;
ଓଡ଼ିଶା ଡ଼ଟ୍ କମ୍