ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ନିକଟରେ ହୋଇଥିବା ସଂଘର୍ଷ ଘଟଣାରେ ପୋଲିସ ଶନିବାର ପୂର୍ବତନ ସିପିଆଇ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଗିରଫ କରିଛି ।
ଜଗତସିଂହପୁର ବସ୍କାଲିସ ପଏଂଣ ଜପ ନିକଟରୁ କୁଜଙ୍ଗ ଏର୍ସମା ପୋଲିସ ମିଳିତ ଭାବେ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି । ଗିରଫ ପରେ ରେଡ୍ଡୀଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କର ଜାମିନ ନାମଞ୍ଜୁର ହୋଇଯାଇଛି ।
ପୋସ୍କୋ ଅଂଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ପୋଲିସ ଏହି ସଂଘର୍ଷ ଘଟଣାରେ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ, ବାପି ସର୍ଖେଲଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଛି ।
ଗତ ୧୪ ତାରିଖରେ ରାସ୍ତା କାମକୁ ନେଇ ପୋସ୍କୋ ବିରୋଧି ଏବଂ ରାସ୍ତା ନିର୍ମାଣ କରୁଥିବା କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍