ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) କୁଜଙ୍ଗ ବାଣ ବିସ୍ଫୋରଣ ଘଟଣାରେ ଜଗତସିଂହପୁର ଏସ୍ପି ଏସ୍.ବେତ୍ତ ସିଂହ ସୋମବାର ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ହୋଇଛନ୍ତି ।
ସିଂହ କମିଶନଙ୍କ ନିକଟରେ ତଦନ୍ତ ରିପୋର୍ଟ ଦ।ଖଲ କରିବା ସହ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା କହିଛନ୍ତି ।
ସେହିପରି ଆସନ୍ତା ଫେବୃୟାରୀ ୧୯ରେ ଉଭୟ ଜିଲ୍ଲାପାଳ ଏବଂ ଏସ୍ପି ବ୍ୟକ୍ତିଗତ ହାଜର ହୋଇ ଷ୍ଟାଟସ ରିପୋର୍ଟ ।ଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ବିସ୍ଫୋରଣ ଘଟଣାର ତନ୍ତ ତଥା ଏଥିରେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଦ।ବି କରି ଦଳିତ ସଂଗଠନର ଜାତୀୟ ସଭାପତି ଅଶୋକ ମଲ୍ଲିକ ଏବଂ ଜିଲ୍ଲା ଆମ୍ବେକର ସଂଘ ସଭାପତି ମନୋଜ ଭୋଇ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।
ବିସ୍ଫୋରଣର ଦୁଇ ମାସ ପରେ ମଧ୍ୟ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିବା ବେଳେ ଏଥିରେ ମୃତ୍ୟୁବରଣ କରିଥିବା ପରିବାରକୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଇ ନଥିବା ମଲ୍ଲିକ ଦର୍ଶାଇଥିଲେ ।
ପୂର୍ବରୁ କମିଶନ ଡ଼ିସେମ୍ବର ୨୭ ଏବଂ ଜାନୁୟାରୀ ୧୦ରେ ନୂଆଦିଲ୍ଲୀ ଠାରେ ହାଜର ହେବାକୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପଂଚାୟତ ନିର୍ବାଚନ କାର୍ଯ୍ୟ ଯୋଗୁଁ ଜିଲ୍ଲାପାଳ ହାଜର ହୋଇପାରିନଥିବା ସେ କମିଶନଙ୍କୁ ଜଣାଇଥିଲେ ।
ଗତ ନଭେମ୍ବର ୧୬ରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ପାରାଦୀପରେ ଆୟୋଜିତ ସମାବେଶରେ ଯୋଗ ଦେବାକୁ ଲୋକମାନେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରଣରେ ଆଠଜଣ ଗୁରୁତର ଆହତ ହୋଥିଲେ ଏବଂ ଆହତଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ମୃତ୍ୟୁ ହୋଇସାରିଛି । ବର୍ତମାନ ଅନ୍ୟ ଚାରି ଜଣ ଚିକିତ୍ସାଧିନ ଅଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply