ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରା ଅପହରଣର ଦୁଇଦିନ ପରେ ସୋମବାର ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ପତ୍ର ଗଣମାଧ୍ୟମର ହସ୍ତଗତ ହୋଇଛି ।
ଏହି ଚିଠିରେ ବିଧାୟକ ହିକକା ମାଓବାଦୀ କ୍ୟାମ୍ପରେ ସୁରକ୍ଷିତ ଥିବା ଜଣାଇଛନ୍ତି । ପୋଲିସ ତାଙ୍କ ନିଜ ସ୍ୱାର୍ଥରେ କୁମ୍ବିଂ ବନ୍ଦ କରୁ । ପଦଯାତ୍ରା ଓ ର୍ୟାଲି ମଧ୍ୟ ବନ୍ଦ ହେଉ । ମାଓବାଦୀ ମାନଙ୍କର ଦାବି ଶୀଘ୍ର ପୂରଣ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି ।
କୋରାପୁଟ ଓ ମାଲକାନଗିରି ଜେଲ୍ ରେ ଥିବା ମାଓବାଦୀ ଓ ଚାଷୀ ମୂଲିଆ ଆଦିବାସୀ ସଂଘ ଲୋକଙ୍କୁ ଖଲାସ କରିନିର୍ଦ୍ଧିଷ୍ଟ ସ୍ଥାନରେ ସେମାନେ ଚାହୁଁଥିବା ଅନୁଯାୟୀ ଛଡ଼ା ଯାଉ । ଏହି ଦାବି ଗୁଡ଼ିକ ପୂରଣ ହେଲେ ‘ମୁଁ ସୁରକ୍ଷିତ ଅବସ୍ଥାରେ ଫେରିବି’ ବୋଲି ହିକକାଙ୍କ ପତ୍ରରେ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍