ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାଉରକେଲା, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଳ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଦୁଡ଼ୁକାବାହାଲ ଗ୍ରାମକୁ ଶନିବାର ଏକ ପୋଲିସ ଦଳ ଜଣେ ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣରେ ଏଏସ୍ଆଇଙ୍କ ସମେତ ଚାରି ଜଣ ଆହତ ହୋଇଥିବା ପୋଲିସ କହିଛି ।
ସଂପୃକ୍ତ ଏଏସ୍ଆଇଙ୍କୁ ଗ୍ରାମବାସୀମାନେ କୁଆଡେ ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଆହତ ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ରାତି ପ୍ରାୟ ଆଠଟା ବେଳେ ପୋଲିସ ଦଳ ଉକ୍ତ ଗ୍ରାମରେ ପହଂଚି ସଂପୃକ୍ତ ୱାରେଣ୍ଟିକୁ ଗିରଫ କରି ଆଣୁଥିବା ବେଳେ ପ୍ରାୟ ୧୦ରୁ ୧୨ ଜଣ ଗ୍ରାମବାସୀ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ତାକୁ ଛଡ଼ାଇ ନେଇଥିଲେ ।
ତେବେ ନିଖୋଜ ଏଏସ୍ଆଇ ଓ ପୋଲିସ ଜିପ୍ ର ପତ୍ତା ମିଳିନଥିବା ବେଳେ ସେମାନଙ୍କୁ ଠାବ କରିବା ପାଇଁ ଖୋଜାଖୋଜି ଚାଲିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସଂପୃକ୍ତ ଗ୍ରାମରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply