ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୧୬ (ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର ଗତ ବର୍ଷ ପ୍ରଥମ ତ୍ରୈମାସିକ ନିଟ ଲାଭ ୩୭୭ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୪୧ ପ୍ରତିଶତ ହ୍ରାସ ପାଇଛି ।
ଭୁବନେଶ୍ୱରଠାରେ ମଙ୍ଗଳବାର ଆୟୋଜିତ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନୀ ୨୦୧୨-୧୩ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୨୨୩ କୋଟି ଟଙ୍କା ନିଟ ଲାଭ କରିଛି ।
କମ୍ପାନୀୀର ବ୍ୟବସାୟ ପରିମାଣ ଗତ ବର୍ଷ ପ୍ରଥମ ତିନି ମାସରେ ୧୭୩୩ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୧୭୧୮ କୋଟି ଟଙ୍କା ହୋଇଛି ।
ଉତ୍ପାଦନ କ୍ଷେତ୍ରରେ, ଗତ ବର୍ଷ ପ୍ରଥମ ତିନି ମାସରେ ବକ୍ସାଇଟ ଉତ୍ପାଦନ ୧୧.୨୧ ଲକ୍ଷ ଟନ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ଏହା ୧୧.୪୨ ଲକ୍ଷ ଟନକୁ ବୃଦ୍ଧି ପାଇଛି ।
ଆଲୁମିନା ଉତ୍ପାଦନ ମଧ୍ୟ ୪ ଲକ୍ଷ ଟନରୁ ୪.୭୬ ଲକ୍ଷ ଟନକୁ ବୃଦ୍ଧି ପାଇଛି । ବିଦ୍ୟୁତ ଶକ୍ତି ଉତ୍ପାଦନ ୧୬୭୯ ନିୟୁତ ୟୁନିଟରୁ ୧୬୧୪ ନିୟୁତ ୟୁନିଟକୁ ହ୍ରାସ ପାଇଛି । ଗତ ବର୍ଷର ପ୍ରଥମ ତିନି ମାସରେ ଆଲୁମିନିୟମ ଉତ୍ପାଦନ ପରିମାଣ ୧.୧୧ ଲକ୍ଷ ଟନ ଥିବା ବେଳେ ଚଳିତ ବର୍ଷ ଏହା ସାମାନ ହ୍ରାସ ପାଇ ୧.୦୩ ଲକ୍ଷ ଟନ ହୋଇଛି ।
ଧାତୁ ବିକ୍ରୟ କ୍ଷେତ୍ରରେ, ଗତ ବର୍ଷର ପ୍ରଥମ ତିନି ମାସରେ ନାଲକୋ ୧.୦୯ ଲକ୍ଷ ଟନ ଆଲୁମିନିୟମ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ଏହି ପରିମାଣ ୧.୦୨ ଲକ୍ଷ ଟନ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply