• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନାଲକୋର ପ୍ରଥମ ତ୍ରୈମାସିକ ନିଟ ଲାଭ ୪୧ ପ୍ରତିଶତ ହ୍ରାସ

August 16, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୬ (ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର ଗତ ବର୍ଷ ପ୍ରଥମ ତ୍ରୈମାସିକ ନିଟ ଲାଭ ୩୭୭ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୪୧ ପ୍ରତିଶତ ହ୍ରାସ ପାଇଛି ।

ଭୁବନେଶ୍ୱରଠାରେ ମଙ୍ଗଳବାର ଆୟୋଜିତ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନୀ ୨୦୧୨-୧୩ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୨୨୩ କୋଟି ଟଙ୍କା ନିଟ ଲାଭ କରିଛି ।

କମ୍ପାନୀୀର ବ୍ୟବସାୟ ପରିମାଣ ଗତ ବର୍ଷ ପ୍ରଥମ ତିନି ମାସରେ ୧୭୩୩ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୧୭୧୮ କୋଟି ଟଙ୍କା ହୋଇଛି ।

ଉତ୍ପାଦନ କ୍ଷେତ୍ରରେ, ଗତ ବର୍ଷ ପ୍ରଥମ ତିନି ମାସରେ ବକ୍ସାଇଟ ଉତ୍ପାଦନ ୧୧.୨୧ ଲକ୍ଷ ଟନ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ଏହା ୧୧.୪୨ ଲକ୍ଷ ଟନକୁ ବୃଦ୍ଧି ପାଇଛି ।

ଆଲୁମିନା ଉତ୍ପାଦନ ମଧ୍ୟ ୪ ଲକ୍ଷ ଟନରୁ ୪.୭୬ ଲକ୍ଷ ଟନକୁ ବୃଦ୍ଧି ପାଇଛି । ବିଦ୍ୟୁତ ଶକ୍ତି ଉତ୍ପାଦନ ୧୬୭୯ ନିୟୁତ ୟୁନିଟରୁ ୧୬୧୪ ନିୟୁତ ୟୁନିଟକୁ ହ୍ରାସ ପାଇଛି । ଗତ ବର୍ଷର ପ୍ରଥମ ତିନି ମାସରେ ଆଲୁମିନିୟମ ଉତ୍ପାଦନ ପରିମାଣ ୧.୧୧ ଲକ୍ଷ ଟନ ଥିବା ବେଳେ ଚଳିତ ବର୍ଷ ଏହା ସାମାନ ହ୍ରାସ ପାଇ ୧.୦୩ ଲକ୍ଷ ଟନ ହୋଇଛି ।

ଧାତୁ ବିକ୍ରୟ କ୍ଷେତ୍ରରେ, ଗତ ବର୍ଷର ପ୍ରଥମ ତିନି ମାସରେ ନାଲକୋ ୧.୦୯ ଲକ୍ଷ ଟନ ଆଲୁମିନିୟମ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ଏହି ପରିମାଣ ୧.୦୨ ଲକ୍ଷ ଟନ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବରତ୍ନ ଉଦ୍ୟୋଗ, ନାଲକୋ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version