ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଙ୍ଗାଲୋର, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଙ୍ଗାଲୋର ଠାରେ ଥିବା ପଶ୍ଚିମ ଓଡ଼ିଶାର ପରିବାର ବର୍ଗଙ୍କୁ ନେଇ ‘ଯୁହାର’ ସଙ୍ଗଠନ ପକ୍ଷରୁ ଆଗାମୀ ୩୦ ସେପଟେମ୍ବର ଦିନ ନୂଆଁଖାଇ ଭେଟଘାଟ ଉତ୍ସବ ଆୟୋଜନ କରାଯାଉଥିବା ଥିବା ଜଣାପଡ଼ିଛି ।
ଏଥିରେ ବରଗଡ଼ର ବିଶିଷ୍ଟ ହାସ୍ୟରସ କଳାକାର ତଥା ସମ୍ବଲପୁରୀ ଚଳଚିତ୍ର ଭୁଖାର ନୃତ୍ୟ ନିଦେ୍ର୍ଧଶକ ବିନ୍ଦୁ ମଲ୍ଳିକଙ୍କୁ ମୁଖ୍ୟ ଅତିଥି ଓ ଲୋକ କବି ହଳଧର ନାଗଙ୍କୁ ସମ୍ମାନିତ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି ।
ଏଥି ସକାଶେ ବିନ୍ଦୁ ମଲ୍ଳିକ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବରଗଡ଼ର ବିନ୍ଦୁ ମଲ୍ଳିକ ଓ ବୈରାଗୀ ଦୀପ ତାଙ୍କର ହାସ୍ୟରସାତ୍ମକ ଅଭିନୟ ପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଳୀରେ “ବିନ୍ଦୁ ବୈରାଗୀ” ରୂପେ ପରିଚିତ ।ତେବେ ନିକଟରେ ସେରେବ୍ରାଲ ମ୍ୟାଲେରିଆରେ ବୈରାଗୀ ଦୀପଙ୍କ ମୃତ୍ୟୁ ହୋଇ ଯିବାରୁ ବିନ୍ଦୁ ବୈରାଗୀଙ୍କ ଯୋଡ଼ି ଭାଙ୍ଗି ଯାଇଛି ।
ଏହି କାରଣରୁ ନିସଙ୍ଗ ବିନ୍ଦୁ ଏବେ ଭିନ୍ନ ଏକ ବୈରାଗୀଙ୍କ ସନ୍ଧାନରେ ଅଛନ୍ତି । ତେବେ ବୈରାଗୀଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି ବିନ୍ଦୁ ମଲ୍ଳିକ ପ୍ରକାଶ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply