ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-କଂଗ୍ରେସର ଦୁଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ସୁରେନ୍ଦ୍ର ସିଂ ଭୋଇ ବଲାଙ୍ଗୀର ଜିଲ୍ଲାରେ ପ୍ରସ୍ତାବିତ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ଦାବି ନେଇ ବିଧାନସଭାରେ ଧାରଣାରେ ବସିଥିଲେ ।
ଲୋୟର ଶୁକତେଲ ପ୍ରକଳ୍ପ ଲାଗି ଦାବି ଉପସ୍ଥାପନ କରିବାକୁ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଆମର ଦାବି ଲୋୟର ଶୁକତେଲ ଲେଖାଥିବା ପଂଜବୀ ପିନ୍ଧି ବିଧାନସଭାକୁ ଆସିଥିଲେ ।
ଶୂନ୍ୟକାଳରେ ଏହି ପ୍ରସଂଗ ଉଠାଇ ବିଧାୟକ ଶ୍ରୀ ସାଲୁଜା କହିଲେ ଯେ,ଏକ ସମୟରେ ଲୋୟର ଇନ୍ଦ୍ର ଏବଂ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଚୁଡାନ୍ତ ହୋଇଥିଲା ।
ଉକ୍ତ ପ୍ରକଳ୍ପଲାଗି ୨୧୫କୋଟି ଟଙ୍କା ଲେଖାଏଁ ଆକଳନ କରାଯାଇଥିଲା । ଲୋୟର ଇନ୍ଦ୍ର ପ୍ରକଳ୍ପ କାମ ସରିଲାଣି । ଅଥଚ ଲୋୟର ଶୁକତେଲ ଆରମ୍ଭ ହୋଇନି । ଶୁକତେଲ ଆକ୍ସନ କମିଟିଏବେ ଆମରଣ ଅନଶନରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଜଳସଂପଦ ବିଭାଗ ଦାୟିତ୍ୱରେ ଅଛନ୍ତି ।
ତେଣୁ କେବେ ଏହି ପ୍ରକଳ୍ପ ଆରମ୍ଭ ହେବ ଓ କେବେ ସରିବ ତାହା ସଂପକରେ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରତିଶ୍ରୃତି ନଲୋ ପର୍ଯ୍ୟନ୍ତ ସେ ଗୃହରେ ଧାରଣାରେ ବସିବେ ।
ସେମାନଙ୍କୁ ଆସନକୁ ଫେରି ଯିବାଲାଗି ବାଚସ୍ପତି ପ୍ରଦୀପ ଅମାତ ଅନୁରୋଧ କରିଥିଲେ ହେଁ ସଦସ୍ୟ ଦ୍ଵୟ ଶୁଣିନଥିଲେ । ଏହାପରେ ବିରୋଧୀଳ ନେତା ଭୂପିନ୍ଦର ସିଂ ଏ ବିଷୟରେ ସରକାରଠାରୁ ଜବାବ ମାଗିଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply