• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚଳିତ ବର୍ଷ ପିକକ୍‍ ଶିଶୁମେଳା ନଭେମ୍ବର ୧୮, ୧୯, ୨୦ ତିନି ଦିନ ପାଇଁ

October 19, 2022 by Jharana Jena Leave a Comment

ରାଜ୍ଯ ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ୱାରା ୧୯୯୦ ମସିହାରୁ ଶିଶୁ ଅଧିକାର ସପ୍ତାହ ରେ ସପ୍ତାହବ୍ୟାପୀ “ଶିଶୁମେଳା” ଅନୁଷ୍ଠିତ ହୋଇ ଆସୁଛି I

ଚଳିତ ବର୍ଷ ୩୩ ତମ ଶିଶୁ ମେଳା ନଭେମ୍ବର ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ସନ୍ଧ୍ୟା ରେ ଭୁବନେଶ୍ବର ଏକାମ୍ର ହାଟ ର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ।

ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଶିଶୁ ମେଳା ପୂର୍ବରୁ ଓ ଶିଶୁ ମେଳା ର ବିଭିନ୍ନ ସନ୍ଧ୍ୟା ରେ ଅନୁଷ୍ଠିତ ହେବ I କେବଳ ବକ୍ତୃତା ପ୍ରତିଯୋଗୀତା କୁ ଡିଜିଟାଲ ମଂଚରେ ଆୟୋଜିତ କରାଯିବ I ଏହାର ସମ୍ପୂର୍ଣ ବିବରଣୀ www.pecuc.org ରେ ଉପଲବ୍ଧ I

ଏହି ଅବସରରେ ପିକକ୍ ର ବିଭିନ୍ନ ବାର୍ଷିକ ସମ୍ମାନ ପାଇଁ ନାମାଙ୍କନ ଆହ୍ଵାନ କରାଯାଉଛି ।

ନାମାଙ୍କନ ବା ମନୋନୟନ ପତ୍ର ନଭେମ୍ବର ୧ ତାରିଖ ମଧ୍ୟରେ shisumela.pecuc@gmail.com ରେ ପହଞ୍ଚିବା ଆବଶ୍ୟକ। ୧୮ ବର୍ଷରୁ କମ୍ ପିଲାମାନଙ୍କୁ ସମାଜ ସେବା ପାଇଁ ‘ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ସବୁ କ୍ଷେତ୍ର ରେ ଉଲ୍ଲେଖନିୟ ସଫଳତା ପାଇଁ “ଡଃ ପି॰ ସି॰ ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ”, ସାହସିକତା ପାଇଁ ‘ବାଜିରାଉତ ସ୍ମାରକୀ ସମ୍ମାନ’, ଅଭିନୟ ପାଇଁ ‘ଶରତ ପୂଜାରୀ ସ୍ମାରକୀ ସମ୍ମାନ’, ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ‘କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ ୧୮ ବର୍ଷ ରୁ କମ ଜଣେ ଝିଅ ଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ” ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜଣେ ୧୮ ବର୍ଷ ରୁ କମ ବୟସ୍କ ଜଣେ ଝିଅ କୁ “ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ଏହି ଅବସରରେ ପ୍ରତ୍ୟକ ବର୍ଷପରି ଶିଶୁମାନଙ୍କ ପାଇଁ ଲେଖୁଥିବା କିମ୍ବା କାର୍ଯ୍ୟକରୁ ଥିବା ବ୍ୟକ୍ତିତ୍ଵଙ୍କୁ ‘ଶିଶୁସାଥି ସମ୍ମାନ’, ସାମ୍ବାଦିକତା ପାଇଁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ”, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ”, ଶିଶୁମାନଙ୍କ ସୁରକ୍ଷା ବା ବିକାଶ ପାଇଁ କାର୍ଯ୍ୟରତ ବ୍ୟକ୍ତିତ୍ଵଙ୍କୁ “ଡଃ ପି. ସି. ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ”, ପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧି ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ଶିଶୁମେଳା ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ନଭେମ୍ବର ୧୩ ତାରିଖ ଦିନ ଏକାମ୍ର ହାଟ ଠାରେ ସକାଳ ୮ ଟା ରେ ଚିତ୍ରାଙ୍କନ ପ୍ରତିଯୋଗୀତା (୨ୟ ରୁ ୧୦ମ ଶ୍ରେଣୀ): ସକାଳ ୧୧ ଟା ରେ ସଙ୍ଗୀତ ପ୍ରତିଯୋଗିତା (୨ୟ ରୁ ଦ୍ଵାଦଶ ଶ୍ରେଣୀ); ଅପରାହ୍ନ ୩ ଟା ରେ ରାଇମସ୍ ପ୍ରତିଯୋଗିତା (ନର୍ସରୀ ରୁ ପ୍ରଥମ); ଅପରାହ୍ନ ୪ ଟାରେ କୌତୁକ ପୋଷାକ (ନର୍ସରୀ ରୁ ୭ମ ଶ୍ରେଣୀ), ୧୮ ତାରିଖ ଦିନ ସନ୍ଧ୍ଯା ୭:୩୦ ରେ ଓଡିଶୀ ନୃତ୍ୟ (୨ୟ ରୁ ୧୦ ମ ଶ୍ରେଣୀ); ଓ ୧୯ ତାରିଖ ଦିନ ଅପରାହ୍ନ ୪ ଟାରେ ୩ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା (ଜନ୍ମ ପ୍ରମାଣପତ୍ର ଏବଂ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ); ସନ୍ଧ୍ୟା ୫:୩୦ ରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା (ନର୍ସରୀ ରୁ ୭ ମ ଶ୍ରେଣୀ ଅନୁଷ୍ଠିତ ହେବ) I

ପ୍ରତିଯୋଗୀ ମାନଙ୍କୁ ଶ୍ରେଣୀ ଅନୁସାରେ ଶିଶୁ, ସବଜୁନିୟର, ଜୁନିୟର ଏବଂ ସିନିୟର ଗ୍ରୁପରେ ବିଭକ୍ତ କରାଯାଇଛି ।

ଚଳିତ ବର୍ଷ ଉଭୟ ଓଡିଆ ଓ ଇଂରାଜୀ ରେ ବକ୍ତୃତା ପ୍ରତିଯୋଗୀତା କୁ ଅନ୍ ଲାଇନ ମାଧ୍ୟମରେ କରାଯିବ I

୫ମ ରୁ ୭ମ ଶ୍ରେଣୀ ପିଲାମାନଙ୍କ ପାଇଁ ବିଷୟ ବସ୍ତୁ ହେଲା “କୋଭିଡ଼ -୧୯ – ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ” ଓ “COVID19 – impact on Mental health” ; ୮ ମ ରୁ ୧୦ ମ ଶ୍ରେଣୀ – ବିଷୟ ବସ୍ତୁ ହେଲା “ପୁନ୍ନଃ ପ୍ରକ୍ରିୟା କରଣ ଗ୍ରୀନ ହାଉସ ପ୍ରଭାବ କୁ ସାହାର୍ଯ୍ୟ କରେ” ଓ “Recycling helps with green house effects”; ୧୧ ଓ ୧୨ ଶ୍ରେଣୀ – ବିଷୟ ବସ୍ତୁ ହେଲା “ଧୂମ ପାନ ଦ୍ଵାରା ନିର୍ଗତ ହେଉଥିବା ଧୁଆଁ ଏବଂ ସ୍ୱାସ୍ଥ୍ୟ ହାନି” ଓ “Secondhand smoke & health harms” I

ପ୍ରତିଯୋଗୀ ମାନେ ସେମାନଙ୍କ ବକ୍ତୃତା କୁ ୩ ମିନିଟ ର ଭିଡିଓ କରି shisumela.pecuc@gmail.com କୁ ପଠାଇବାକୁ ଅନୁରୋଧ I ଭିଡିଓ ପଠାଇବାର ଅନ୍ତିମ ତାରିଖ ହେଲା ନଭେମ୍ବର ମାସ ୧ ତାରିଖ I

ନଭେମ୍ବର ୧୭ ତାରିଖରେ ସ୍ଵର୍ଗତ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଅକ୍ଷୟ ସନ୍ଧ୍ଯା” ର ଆୟୋଜନ କରାଯିବ ଓ ନଭେମ୍ବର ୨୦ ତାରିଖର ୩୩ ତମ ଶିଶୁମେଳା ଉଦଯାପିତ ହେବ I

Jharana Jena
Jharana Jena

Filed Under: ଓଡିଶା ଖବର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version