ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ମାର୍ଚ୍ଚ ୧୪(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ସ୍କୁଲ ପରିଚାଳନା କମିଟି ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଅଧ୍ୟୟନରତ ୬୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ବର୍ଜନ କରିଛନ୍ତି ।
ବନ୍ତ ବ୍ଲକ ଅଧିନସ୍ଥ ଗଣିଜଙ୍ଗ ପଞ୍ଚାୟତସ୍ଥ ବେଲାମୁଣ୍ଡା ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଉକ୍ତ ଛାତ୍ରଛାତ୍ରୀମାନେ ଏହି ବିବାଦ ଯୋଗୁଁ ଦୀର୍ଘ ୨ମାସ ଧରି ମଧ୍ୟାହ୍ନ ଭୋଜନ ଓ ପୋଷାକ ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ ।
ପରବର୍ତୀ ସମୟରେ ଏହି ଘଟଣାକୁ ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ପରିଚାଳନା କିମଟି ପକ୍ଷରୁ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ।
ପ୍ରକଳ୍ପ ସଂଯୋଜକ ଉକ୍ତ ଘଟଣାରେ ଗତ ୧ତାରିଖରେ ତଦନ୍ତ କରାଇ ମଧ୍ୟାହ୍ନ ଭୋଜନ ଓ ପୋଷାକ
ବଣ୍ଟନ ନହେବା କାରଣ ପଛରେ ଉଭୟ ପକ୍ଷଙ୍କ ସଂପୃକ୍ତିକୁ ନେଇ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର
ସଂଯୋଜକଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ତଦନୁଯାୟୀ ଗତକାଲି ଦୀର୍ଘଦିନ ଛୁଟିରେ ଥିବା ଶିକ୍ଷୟତ୍ରୀ ବେହେରା ସିଆରସିସିଙ୍କୁ ଦାୟୀତ୍ୱ ଅର୍ପଣ କରି ବୁଧବାର ସାଧାରଣ ଶିକ୍ଷୟତ୍ରୀ ଭାବେ ବିଦ୍ୟାଳୟକୁ ଯାଇଥିଲେ ।
ତେବେ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟକୁ ନଆସିବା ଦାବି କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା ପରିଚାଳନା କମିଟିର କର୍ମକର୍ତା ଏଥିରେ ଉତ୍କକ୍ଷିପ୍ତ ହୋଇ କେତେକ ଅବିଭାବକଙ୍କ ସହାୟତାରେ ଛାତ୍ରଛାତ୍ରୀ ମାନଙ୍କୁ ଅଧା ପରୀକ୍ଷାରୁ ଉଠାଇ ନେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍