ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)- ମହିଳା ବିଶ୍ୱକପ୍ କ୍ରିକେଟ୍-୨୦୧୩ ମ୍ୟାଚ ଖେଳିବା ପାଇଁ ବୁଧବାର ଦିନ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମହିଳା କ୍ରିକେଟ ଦଳ ।
ସେମାନେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ହୋଟେଲ ଏମ୍ପେୟାରିସକୁ ଅଣାଯାଇଥିଲା । ସେଠାରେ ଖେଳାଳୀମାନଙ୍କୁ ଶଙ୍ଖ ଓ ପାରମ୍ପରିକ ବାଦ୍ୟସହିତ ଫୁଲହାର ପିନ୍ଧାଇ ସ୍ୱାଗତ କରାଯାଇଥିଲା ।
ଦିନ ୨ଟାରେ ନେଟ୍ ପ୍ରାଟିସ ପାଇଁ ଭୁବନେଶ୍ୱର ରେଳବାଇ ଷ୍ଟାଡିୟମକୁ ଆସିଥିଲେ ନ୍ୟୁଜଲାଣ୍ଡ ଟିମ୍ । ବେଶ୍ କିଛି ସମୟଧରି ଅଭ୍ୟାସ କରିଥିଲେ ନ୍ୟୁଜଲାଣ୍ଡ ଦଳ ।
ଥରେ ଚମ୍ପିଆନ ହୋଇଥିବା ନ୍ୟୁଜଲାଣ୍ଡ ଦଳ ଏଥରକ ମଧ୍ୟ ଚମ୍ପିଆନ ହେବାପାଇଁ ଆଶାବାଦୀ । ଗୁରୁବାର ଦିନ ବାରବାଟୀରେ ଅଭ୍ୟାସ କରିବ ଅଷ୍ଟ୍ରେଲିଆ କ୍ରିକେଟ ଦଳ ।
ଓଡିଶା ଡ଼ଟ୍ କମ୍