ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଆଠଗଡ ନିର୍ବାଚନ ମାମଲାର ରାୟ ମିଳିବା ପରେ ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ବିଧାୟକ ରମେଶ ରାଉତଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ।
ଏହାସହ ବିଧାୟକ ଭାବେ ରାଉତ ପାଉଥିବା ସମସ୍ତ ସୁବିଧା ସୁଯୋଗ ଗତ ୯ ତାରିଖ ଠାରୁ ପିଛିଲା ଭାବେ ପ୍ରତ୍ୟାହାର କରି ନିଆଯାଇଥିବା ବାଚସ୍ପତି ବୁଧବାର ବିଧାନସଭାରେ ଘୋଷଣା କରିଛନ୍ତି ।
ଚଳିତ ମାସ ୯ ତାରିଖରେ ସୁପ୍ରିମକୋର୍ଟ ଆଠଗଡ଼ ନିର୍ବାଚନ ମାମଲାର ବିଚାର କରି ଏସଂପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିବା ସହ ରମେଶଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ।
ପୂର୍ବରୁ ଗତ ଜୁନ୍ ୨୦୧୦ରେ ହାଇକୋର୍ଟ ଏହି ମାମଲାରେ ରାୟ ଦେଇ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପରେ ବାଚସ୍ପତି ତାଙ୍କ ସଭ୍ୟ ପଦ ରଦ୍ଦ କରିଥିଲେ ।
ତେବେ ରାଉତ ସୁପ୍ରିମକୋର୍ଟରୁ ରହିତାଶେ ଆଣିବା ପରେ ଗତ ୨୦୧୦ ଅଗଷ୍ଟରୁ ବିଧାୟକ ଭାବେ ସମସ୍ତ ସୁବିଧା ସୁଯୋଗ ପାଉଥିଲେ ।
ଓଡ଼ିଶା ଡ଼ଟ୍ କମ୍