ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ଆଠଗଡ଼ ଉପ-ନିର୍ବାଚନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୟୀ ହୋଇଛନ୍ତି ।
ସେ ତାଙ୍କ ନିକଟତମ ପ୍ରତି୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କ ଠାରୁ ୪୦ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି ।
ନିର୍ବାଚନରେ ରଣେନ୍ଦ୍ରଙ୍କୁ ୮୬, ୬୦୪ଟି ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କୁ ୪୦, ୨୧୪ଟି ଭୋଟ୍ ଏବଂ ବିଜେପି ପ୍ରାର୍ଥୀ ବିକ୍ରମ ଦ।ସଙ୍କୁ ୨୪୫୨ଟି ଭୋଟ୍ ମିଳିଛି ।
ଗତ ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରାର୍ଥୀପତ୍ର ସହିତ ଳୀୟ ଟିକେଟ୍ର ମୂଳ କପି ପ୍ରଦାନ କରିନଥିବା ଦର୍ଶାଇ ଯାଂଚ ସମୟରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିେଇଥିଲେ । ବିଜେଡ଼ି ସମର୍ଥନରେ ରମେଶ ରାଉତ ନିର୍ବାଚନରେ ବିଜୟୀ ହୋଇଥିଲେ ।
ଏହାକୁ ନେଇ ରଣେନ୍ଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଗତ ୨୦୧୦ ଜୁନ୍ ୨୩ରେ ହାଇକୋର୍ଟ ଏହାର ଶୁଣାଣି କରି ରମେଶଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହା ଉପରେ ରହିତାଦେଶ ଜାରି କରିବା ସହ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ତାଙ୍କୁ ଦଶ ସପ୍ତାହ ସମୟ ଦେବା କୁ ରମେଶ ଜୁନ୍ ୨୪ରେ ହାଇକୋର୍ଟରେ ଆବେଦନ କରିଥିଲେ ।
ତେବେ ସାନି ନିର୍ବାଚନ ଉପରେ ରହିତାଦେଶ ଜାରି କରିବା ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଗତ ଜୁନ୍ ୨୯ରେ ଖାରଜ କରିେଇଥିଲେ ।
ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ରମେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଗତ ଡ଼ିସେମ୍ବର ୯ରେ ସୁପ୍ରିମକୋର୍ଟ ହାଇକୋର୍ଟ ରାୟକୁ କାଏମ ରଖିବା ସହ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଗତ ୧୮ ତାରିଖରେ ଆଠଗଡ଼ରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍