ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
କଟକ, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) କଟକ ରେଭେନ୍ସା ବିଶ୍ୱବ୍ୟିାଳୟରେ ଗତ କିଛି ଦିନ ତଳେ ହୋଇଥିବା ଗଣ୍ଡଗୋଳ ଯୋଗୁଁ ନିଜକୁ ଅସୁରକ୍ଷିତ ମନେକରି ଅଧ୍ୟୟନରତ ୫୯ ଜଣ ଆଫଗାନ ଛାତ୍ର ମଙ୍ଗଳବାର ବିଶ୍ୱବିଦ୍ୟାଳୟ ଛାଡ଼ି ଚାଲିଯାଇଛନ୍ତି ।
ଏହି ଛାତ୍ରମାନେ ଭୁବନେଶ୍ୱରୁ ଟ୍ରେନ୍ ଯୋଗେ ଦୀଲ୍ଲୀ ଯାଇ ସେଠାରେ ଥିବା ଆଫଗାନ ଦୂତବାସ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହଛି ।
ଗତ ୧୩ ତାରିଖରେ ସ୍ଥାନୀୟ ଛାତ୍ର ଓ ଆଫଗାନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆଫଗାନ ଛାତ୍ର ଆହତ ହୋଇଥିଲେ ।
ପରେ ଦିଲ୍ଲୀ ସ୍ଥିତ ଆଫଗାନ ଦୂତାବାସ ଅଧିକାରୀମାନେ କଟକ ଆସି ଡ଼ିସିପିଙ୍କ ସହ ଆଲୋଚନା କରିଥିଲେ । ପୋଲିସ ମଧ୍ୟ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲା ।
ସଂପୃକ୍ତ ଛାତ୍ର ବିଶ୍ୱବ୍ୟିାଳୟ ଛାଡ଼ି ଚାଲିଯାଇଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି ।
ତେବେ ଛାତ୍ରମାନେ ଦୂତାବାସ ଅଧିକାରୀଙ୍କ ସହ ଆଲୋଚନା କରି ପୁଣି ଫେରିଆସିବେ ବୋଲି ବିଶ୍ୱ ବ୍ୟିାଳୟ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି ।
ଓଡିଶା ଡଟ୍ କମ୍