ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରୀବିହାର ଅଂଚଳରେ ଥିବା ପାଣି ଟାଙ୍କିର ଏକ ସିଲିଣ୍ଡରରୁ କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୧୨ ଜଣ ଅସୁସ୍ଥ ହୋଇଛନ୍ତି ।
ଶନିବାର ସଂଧ୍ୟାରେ ପାଣି ଟାଙ୍କିରେ କାର୍ଯ୍ୟରତ କର୍ମଚାରୀ କ୍ଲୋରିନ ଗ୍ୟାସ ପାଣିରେ ମିଶାଇବା ପାଇଁ ଯାଇଥିଲେ । ସେ ସିଲିଣ୍ଡର କ୍ୟାପ ଖୋଲିବା ସମୟରେ ହଠାତ୍ ସେଥିରୁ ଗ୍ୟାସ ଲିକ୍ ହୋଇଯାଇଥିଲା ।
ସେଠାକୁ ପାଣି ଆଣିବାକୁ ଯାଇଥିବା କେତେକ ମହିଳା ଏବଂ ନିକଟସ୍ଥ ଇଶାନେଶ୍ୱର ବସ୍ତିର
ଶିଶୁମାନେ ଏହାର ପ୍ରଭାବରେ ଅସୁସ୍ଥ ହୋଇପଡ଼ିଥିଲେ ।
ଅସୁସ୍ଥ ମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନେ ବିପଦମୁକ୍ତ ଥିବା କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍