ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକଙ୍କୁ ମଙ୍ଗଳବାର ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ତାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଜାମିନ ନାମଞ୍ଜୁର କରିଦେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।
ସୋମବାର ଭାଲେଣ୍ଟାଇନ ଡ଼େ ଅବସରରେ ପ୍ରଭଞ୍ଜନ ତାଙ୍କୁ ଟେଲିଫୋନ୍ କରିଥିଲେ ଓ ଅପରାହ୍ନରେ ଅଫିସ ଯାଇଥିବା
ବେଳେ ମାଷ୍ଟରକ୍ୟାଣ୍ଟିନ ଠାରୁ ଗାଡ଼ିରେ ତାଙ୍କୁ ନେଇଥିଲେ । ପରେ ଗାଡ଼ି ଭିତରେ ତାଙ୍କୁ ମାଡ଼ ମାରିବା ସହ ଗାଡ଼ିରୁ ଠେଲି ଦେଇଥିଲେ ବୋଲି ପତ୍ନୀ ସିନି ମହାନ୍ତି ମହିଳା ଥାନାରେ ଅଭିଯୋଗ କରିଥିଲେ ।
ଓଡିଶା ଡଟ୍ କମ୍