ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହାର ବିପରୀତ ପ୍ରଭାବ ନେସ୍କୋ କର୍ତୃର୍ପକ୍ଷଙ୍କ ନିକଟରେ ଦେଖିବାକୁ ମିଳିଛି ଫଳରେ ଭଦ୍ରକ ଜିଲ୍ଲାର ଏକ ଶହ ପରିବାର ଅନ୍ଧାରରେ ରହୁଛନ୍ତି ।
ଯେତେବେଳେ ବିଜୁ ଗ୍ରାମ୍ୟ ଜ୍ୟୋତି ଓ ରାଜୀବ ଜ୍ୟୋତି ଏମାନଙ୍କ ପାଇଁ ଅପହଞ୍ଚ ସେତେବେଳେ ଉକ୍ତ ପରିବାରର ବିଦ୍ୟୁତ ସଂଯୋଗକୁ ନେସ୍କୋ କର୍ତୃପକ୍ଷ ବିଛିନ୍ନ କରିଛନ୍ତି ।
ଜିଲ୍ଲା ସଦରମହକୁମା ଠାରୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ଗେଲପୁର ପଞ୍ଚାୟତର ଗୋପବନ୍ଧୁପୁର ଗ୍ରାମର ଏକ ଶହ ତଫସିଲଭୂକ୍ତ ପରିବାର ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ।
ନିମ୍ନ ମାନର ରାସ୍ତାକାର୍ଯ୍ୟ, ପାନୀୟ ଜଳର ସଂଯୋଗ ଥାଇ ମଧ୍ୟ ପାଣି ନମିଳିବା ଠାରୁ ଆରମ୍ଭ କରି ସଂପୃକ୍ତ ପରିବାର ସମସ୍ତ ଯୋଜନାର ସୁଫଳରୁ ବଞ୍ଚିତ ।
ଫଳରେ ପରୀକ୍ଷା ଋତୁରେ ଏହି ପରିବାର ଗୁଡ଼ିକର ବହୁ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ
ହେଉଛନ୍ତି । ବିଭାଗୀୟ କର୍ତୃପକ୍ଷଙ୍କ ଏଭଳି ନୀତି ବିରୁଦ୍ଧରେ ସଂପୃକ୍ତ ପରିବାର ଗୁଡ଼ିକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍