ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ସୋମବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୬୯.୯୩(୭୦) ପ୍ରତିଶତ ମତଦାନ ହୋଇଛି ।
ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୩ ପ୍ରତିଶତ ଓ କଟକରେ ସର୍ବନିମ୍ନ ୬୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।
୩୦ ଜିଲ୍ଲାର ୮୩ଟି ବ୍ଳକର ୧୯୭ ଜିଲ୍ଲା ପରିଷଦ ଓ ୧୪୭୫ ସରପଞ୍ଚ ଓ ୧୪୭୫ ସମିତିସଭ୍ୟ ସହିତ ସମସ୍ତ ୱାର୍ଡ ମେମ୍ବର ପଦ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ୬୮.୧୩ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ତାହାଠାରୁ ଅଧିକ ହୋଇଛି ।
ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଭୋଟ ଗ୍ରହଣ ହୋଇଥିବା ବେଳେ ଅପରାହ୍ନ ୧ଟାରେ ଗଣତି ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ପ୍ରାୟ ଅଧିକାଂଶ ଆସନର ଫଳାଫଳ ଜଣାପଡ଼ିଥିଲା ।
ଓଡ଼ିଶା ଡ଼ଟ୍ କମ୍