ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିଜୁ ଯୁବ ଜନତା ଦଳର କର୍ମୀମାନେ ଏକ ମଟର ସାଇକେଲ ରାଲିରେ ଆସି ରାଜଭବନ ସମ୍ମୁଖରେ
ଧାରଣାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଭାଷଣ ଦେଇଛନ୍ତି । ତୈଳ କମ୍ପାନୀ ଉପରେ କେନ୍ଦ୍ର ସରକାରଙ୍କ କୌଣସି ନିୟନ୍ତ୍ରଣ ନଥିବାରୁ ଏଭଳି ବାରମ୍ବାର ର ବୃଦ୍ଧି ହେଉଥିବା ସେମାନେ କହିଛନ୍ତି ।
ପେଟ୍ରୋଲ ଲିଟର ପିଛା ୧ଟଙ୍କା ୮୨ ପଇସା ବୃଦ୍ଧି କରାଯାଇଥିବାରୁ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ଦଶ ମାସ ମଧ୍ୟରେ ସରକାର ପାଞ୍ଚଥର ପେଟ୍ରୋଲ ର ବୃଦ୍ଧି କରିଛନ୍ତି ।
ଫଳରେ ସାଧାରଣ ଖାଉଟିଙ୍କ ଦୈନନ୍ଦିନ ଉପରେ ଏହାର ପ୍ରଭାବ ପଡ଼ୁଛି, ତେଣୁ ଏହା ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଛି ।
ବର୍ଦ୍ଧିତ ର ପ୍ରତ୍ୟାହାର କରାନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଦଳ ପକ୍ଷରୁ କୁହାଯାଇଛି । ଗତକାଲି ମଧ୍ୟରାତ୍ରରୁ ବର୍ଦ୍ଧିତ ପେଟ୍ରୋଲ ମୂଲ୍ୟ ଲାଗୁ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍