ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରୁ ସିପିଆଇ ମାଓବାଦୀ ସଂଗଠନର ରାଜ୍ୟ କମିଟି ସଦସ୍ୟ ମାହାରୁ ମାହାତୋ ଓରଫ୍ ଗିରୀଶକୁ ଗିରଫ କରିଥିବା ପୋଲିସ ମଙ୍ଗଳବାର କହିଛି ।
ଅତାବିରା ଅଞ୍ଚଳର ଏକ ଗ୍ରାମରୁ ଗିରୀଶକୁ ଗିରଫ କରିଥିବା ବେଳେ ତାଠାରୁ ଗୋଟିଏ ପିସ୍ତଲ ଓ ୧୨ଟି ଜୀବନ୍ତ ଗୁଳି ଜବତ କରିଥିବା ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।
୩୭ ବର୍ଷ ବୟସ୍କ ଗିରୀଶ ଗତ କିଛି ମାସ ହେଲା ବେଗଡ଼ ଓ ସମ୍ବଲପୁର ଜିଲ୍ଲରେ ନିଜର କାର୍ଯ୍ୟକଳାପ ଚଳାଇଥିଲା । ତା ନାଁରେ ସମ୍ବଲପୁରରେ ୨୨ଟି ଏବଂ ବେଗଡ଼ରେ ୮ଟି ମାମଲା ଥିବା ସେ କହିଛନ୍ତି ।
୨୦୦୩ରୁ ମାଓ ସଂଗଠନରେ ସାମିଲ ହୋଇଥିବା ମାହାତୋ ଗତ ବର୍ଷ ଝାଡ଼ଖଣ୍ଡ ପୋଲିସ ଦ୍ଵାରା ଗିରଫ ହୋଇ ଜେଲରୁ କେତେକ ସହଯୋଗୀଙ୍କ ସହ ଫେରାର୍ ହୋଇଯାଇଥିଲା ।
ଉକ୍ତ ରାଜ୍ୟରେ ଥିବା ମାମଲା ଗୁଡ଼ିକ ସଂପର୍କରେ ପୋଲିସ ତଥ୍ୟ ସଂଗ୍ରହ କରୁଥିବା ସଂପୃକ୍ତ ଅଧିକାରୀ କହିଛନ୍ତି । ସବ୍ୟସାଚୀଙ୍କ ପରେ ରାଜ୍ୟରେ ସେ ଦୁଇ ନମ୍ବର ମାଓବାଦୀ ନେତା ।
ଓଡ଼ିଶା ଡ଼ଟ୍ କମ୍