ଓଡିଶା ଡଟ୍ କମ୍ ସମ୍ବାଦଦାତା
ପୁରୀ, ଜୁନ୍ ୨୯ (ଓଡିଶା ଡଟ୍ କମ୍) ନଅଦିନ ଘୋଷଯାତ୍ରା ପରେ ଶୁକ୍ରବାର ପାଂଚ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ଗହଣରେ ପୁରୀରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ହୋଇଛି ।
ସକାଳୁ ବଡ ଠାକୁର ଶ୍ରୀଜଗନ୍ନାଥ, ପ୍ରଭୁ ବଳଭ୍ର, ବେୀ ସୁଭ୍ରାଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ବାହୁଡା ପହଣ୍ଡି କରାଯାଇ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ରୀତିନୀତି ସଂପନ୍ନ ହୋଇଥିଲା ।
ଗୁଣ୍ଡିଚା ମନ୍ଦିରର ନାକଚଣା ୍ୱାର ସମ୍ମୁଖରେ ଥିବ ଶ୍ରୀଜୀଉମାନଙ୍କ ରଥରେ ଛେରାପହଁରା କରାଯାଇ ୩ଟା ୩୦ରେ ରଥଟଣା ହୋଇଥିଲା । ବାହୁଡ଼ା ଯାତ୍ରା ପାଇଁ ପାଂଚ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।
ଆସନ୍ତାକାଲି ରଥ ଉପରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ । ଭକ୍ତଙ୍କ ଭିଡକୁ ୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ୧୦୭ ପ୍ଲାଟୁନ ପୋଲିସ ଫୋର୍ସ, ପାଂଚ ଶହ ଅଫିସର, ଦୁଇ ହଜାର ଗୃହରକ୍ଷୀ, ଦୁଇ କମ୍ପାନୀ ରାପିଡ଼୍ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି ।
ଏହା ସହିତ ବୋମା ନିଷ୍କ୍ରୀୟକାରୀ ଳ, ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ରେସପନ୍ସ ଟିମ୍ଙ୍କୁ ମଧ୍ୟ ସଜାଗ ରଖାଯାଇଛି । ବଡାଣ୍ଡର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ନିରୀକ୍ଷଣ ପାଇଁ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି ।
ଓଡ଼ିଶା ଡ଼ଟ୍ କମ୍