ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୧(ଓଡ଼ିଶା ଡ଼ଟ୍ କମ୍) ତାଇୱାନ ସ୍ଥିତ ନ୍ୟାସନାଲ ଫର୍ମୋସା ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଡ଼କ୍ଟରେଟ ପ୍ରାନ କରାଯାଇଛି ।
ଗତ ୯ ତାରିଖ ଉକ୍ତ ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତନ ଉତ୍ସବ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ଦିଗରେ ସେ ନେଇଥିବା ପକ୍ଷେପ ତଥା ସମାଜ ପାଇଁ ଉଲ୍ଲେଖନୀୟ ଅବାନ ନିମନ୍ତେ ସାମନ୍ତଙ୍କୁ ସଂପୃକ୍ତ ବିଶ୍ୱବିଦ୍ୟାଳୟ ଏହି ସମ୍ମାନ ପ୍ରଦାନ କରିଛି ।
ବିଶ୍ୱର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
ଏଭଳି ସମ୍ମାନ ପ୍ରଦାନ କରିଥିବାରୁ ସାମନ୍ତ ଉକ୍ତ ଉତ୍ସବରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଶିକ୍ଷା କ୍ଷେତ୍ରରେ ଭାରତ ଏବଂ ତାଇୱାନ ମଧ୍ୟରେ ସହଯୋଗ ଉପରେ ଆଲୋକପାତ କରିଥିଲେ ।
୯ରୁ ୧୨ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାବର୍ତନ ଉତ୍ସବରେ ସମଗ୍ର ବିଶ୍ୱର ୧୫୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍