ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୫(ଓଡ଼ିଶା ଡ଼ଟ୍ କମ୍) ଗତ କିଛିିଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତ ସାତ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ରେକର୍ଡ଼ ଭାଙ୍ଗିଛି ।
ତେବେ ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ୪୩ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଟିଟିଲାଗଡ ୪୫.୫ଡିଗ୍ରୀ, ବାରିପା ୪୬ଡିଗ୍ରୀ, ଅନୁଗୁଳ ୪୪.୫ଡିଗ୍ରୀ, ଝାରସୁୁଗୁଡା ୪୪.୫ଡିଗ୍ରୀ, ସମ୍ବଲପୁର୪୪.୮ଡିଗ୍ରୀ, ସୁନ୍ଦରଗଡ ୪୫ଡିଗ୍ରୀ, ହୀରାକୁ ୪୫.୨ଡିଗ୍ରୀ, ତାଳଚେର ୪୬ଡିଗ୍ରୀ, ଭବାନୀପାଟଣା ୪୫.୫ଡିଗ୍ରୀ ଓ ବଲାଙ୍ଗୀର ୪୫ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।
ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଆଁ ବର୍ଷୁଛି । ଏହି ସମୟରେ ସହରର ରାସ୍ତା ମଧ୍ୟ ଶୁନଶାନ୍ ହୋଇପଡୁଥିବା ବେଳେ ଘରୁ ବାହାରିଲେ ଦେହ ଓ ମୁହଁ ଗରମ ପବନରେ ଅସହ୍ୟ ହୋଇପଡ଼ିଛି ।
ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ୧୫୦ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସରକାରୀ ଭାବେ ଏହା ୩୦ ବୋଲି କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍