ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନବରଙ୍ଗପୁର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଦଳୀୟ ବିଧାୟକଙ୍କ ଗିରଫ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ଯୋଗୁଁ ଦୋକାନବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
କୋସାଗୁଡ଼ା ବିଡ଼ିଓ ଧନଞ୍ଜୟ ହେମ୍ବ୍ରମଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତମାସ ୨୩ ତାରିଖରେ ଡ଼ାବୁଗାଁ ବିଧାୟକ ଭୁଜବଳ ମାଝିଙ୍କୁ ପୋଲିସ ଗିରଫ କରିଥିଲା । ଏକ ସ୍ୱୟଂସହାୟକ ଗୋଷ୍ଠୀ ଘର ଉ୍ଘାଟନକୁ ନେଇ ବିଡ଼ିଓ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ।
ସ୍ଥାନୀୟ ମନ୍ତ୍ରୀ ରମେଶ ଜେନା ଏହି ଘରର ଉଦ୍ଘାଟନ କରିଥିବା ବେଳେ ବିଧାୟକ,ତାଙ୍କ ସମର୍ଥକ ଓ ବ୍ଲକ ଅଧ୍ୟକ୍ଷ ଏହାକୁ ବିରୋଧ କରିଥିଲେ । ପରେ ଏକ ଘରେ ବନ୍ଦକରି ବିଧାୟକ ଓ ସମର୍ଥକମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ହେମ୍ବ୍ରମ ଥାନାରେ ଏତଲା ଦେଇଥିଲେ ।
ଓଡିଶା ଡଟ୍ କମ୍
Leave a Reply