ଓଡିଶା ଡଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର, ଡିସେମ୍ବର ୮(ଓଡିଶା ଡଟ୍ କମ୍)-ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ବାଲେଶ୍ୱର ଜିଲ୍ଲା ସଭାପତି ଦେବଦାଶ କୁଣ୍ଡୁଙ୍କ ପରଲୋକ ହୋଇଛି ।
ଓଡ଼ିଶା ଟାଇମ୍ସ ଓ ୟୁଏନଆଇର ବାଲେଶ୍ୱର ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିବା ଦେବଦାଶ, ୫୩, ଗତକାଲି ଅପରାହ୍ନରେ ହଠାତ ଉଚ୍ଚ ରକ୍ତଚାପର ଶିକାର ହୋଇଥିଲେ । ଆଜି ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସିଡିଏସ୍ଥିତ ଅଶ୍ୱନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ସନ୍ଧ୍ୟାରେ ହଠାତ ଅବସ୍ଥା ସକଟାପନ୍ନ ହେବାରୁ ଡ଼ାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ୱେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଓଡ଼ିଶା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ଓୟୁଜେର ସମସ୍ତ ଜିଲ୍ଲା ଶାଖା ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।
ଓଡ଼ିଶା ଟାଇମ୍ସ ଓ ୟୁଏନଆଇର ବାଲେଶ୍ୱର ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିବା ଦେବଦାଶ, ୫୩, ଗତକାଲି ଅପରାହ୍ନରେ ହଠାତ ଉଚ୍ଚ ରକ୍ତଚାପର ଶିକାର ହୋଇଥିଲେ । ଆଜି ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସିଡିଏସ୍ଥିତ ଅଶ୍ୱନୀ ହସପିଟାଲରେ ଭର୍ତି କରାଯାଇଥିଲା ।
ଦେବଦାଶ କୁଣ୍ଡୁ ଓୟୁଜେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସହ ବାଲେଶ୍ୱର ଜିଲ୍ଲା ସମ୍ବାଦିକ ସଂଘର ସଭାପତି ଦାଇତ୍ୱ ନିଷ୍ଠାପର ସହ ତୁଲାଇ ଆସୁଥିଲେ ।
ଓଡିଶା ଡଟ୍ କମ୍
Leave a Reply