ସମଦୃଷ୍ଟି

ଅର୍ଥନୀତିର ସ୍ଥିତି

economyଭୟ ବା ଅନୁଗ୍ରହ ବିନା ଯଦି ସତ୍ୟର ଉପସ୍ଥାପନ କରାଯାଇଥାଏ, ଅର୍ଥନୈତିକ ସର୍ବେକ୍ଷଣ ୨୦୧୬-୧୭ ତା’ର ଏକ ବ୍ୟତିକ୍ରମ ।

ଆମ ବୁଝାମଣାରେ ଜଣେ ଉଦାରବାଦୀ ବୁଦ୍ଧିଜୀବୀ ଭୟ ବା ଅନୁଗ୍ରହ ବିନା ସତ୍ୟ କହିବା କଥା । ତାଙ୍କର ଅନେକ ଅନ୍ୟ ଭଲ ଗୁଣ ବି ଥାଇପାରେ ଯେମିତି କି ନିଜ ଚାରିପଟର ଦୁନିଆକୁ ପ୍ରଶ୍ନ କରିବା ବା ପରଖିବା ମାନସିକତା ନେଇ ଦେଖିବା ।

୨୦୧୭-୧୮ର କେନ୍ଦ୍ର ବଜେଟ ଉପସ୍ଥାପନର ଦିନଟିଏ ପୂର୍ବରୁ ଅର୍ଥାତ ଜାନୁଆରୀ ୩୧, ୨୦୧୭ଦିନ ସରକାରଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଗଲା, ତାହା ଆମ ଅର୍ଥନୀତିଜ୍ଞ ଓ ଅର୍ଥନୈତିକ ଅମଲାତନ୍ତ୍ରର ଉଦାରବାଦୀ ମାନସିକତାକୁ ନେଇ ଗଭୀର ସନ୍ଦେହ ସୃଷ୍ଟି କରିଛି ।

ସେମାନଙ୍କ ପ୍ରତି ନ୍ୟାୟପୂର୍ଣ୍ଣ ହେବାକୁ ହେଲେ ଏକଥାଟିକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏବେ ଦେଶରେ ରାଜନୈତିକ ଚିତ୍ରପଟଟି ଦକ୍ଷିଣ ପଟକୁ ଗୁରୁତର ଭାବେ ଢଳିଛି ଏବଂ ଦୁଇଟି ପ୍ରମୁଖ ଜାତୀୟ ରାଜନୈତିକ ଦଳ ବି.ଜେ.ପି. ଓ କଂଗ୍ରେସ ଉଦାର ପଥଠାରୁ ଅନେକ ଦୂରରେ । ସୁତରାଂ, ଅଧିକାଂଶ ସମୟରେ ଅମଲାତନ୍ତ୍ର ଉଦାର କହିଲେ କ’ଣ ବୁଝାଏ ନିଜେ ଭୁଲିଯାଆନ୍ତି ।

ଏ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ହେଉ ବା ବିଗତ ବର୍ଷମାନଙ୍କରେ ଆମେ ପଢ଼ିଥିବା ସର୍ବେକ୍ଷଣ ରିପୋର୍ଟ, ଏହାର ଲେଖକମାନେ ଅର୍ଥନୀତିର ସ୍ଥିତିକୁ ଦେଖିବା ବେଳେ ଧ୍ୟାନରେ ରଖିବା କଥା ଯେ ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ’ଣ ସବୁ ପ୍ରତିଶ୍ରୁତି ଦେଇଥିଲେ ।

ଗତବଷ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦାବୀ କରିଥିଲେ ଯେ, ତାଙ୍କର ବଜେଟଟି ‘କୃଷକମାନଙ୍କ ହିତରେ’ ଏବଂ ‘ଗରିବମାନଙ୍କ ହିତରେ’ ଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ବି କହିଥିଲେ ଯେ, ୫ବର୍ଷ ଭିତରେ କୃଷକମାନଙ୍କର ଆୟକୁ ‘ଦ୍ୱିଗୁଣିତ’ କରିବା ତାଙ୍କର ଲକ୍ଷ୍ୟ (ଯେଉଁ କୃଷକମାନେ ତାଙ୍କୁ ସତରେ ବିଶ୍ୱାସକୁ ନେଇଥିବେ, ସେମାନେ ଭାବିଥିବେ ଯେ ସେ ମୁଦ୍ରାସ୍ଫୀତିକୁ ସଜାଡ଼ିବାଭଳି ବାସ୍ତବରେ କିଛି କରିବେ) ।

ସରକାରରେ ଥିବା ଉଦାରପନ୍ଥୀମାନେ ନିଶ୍ଚିତ ଭାବେ ଚିନ୍ତା କରିବା କଥା: କେନ୍ଦ୍ର ବଜେଟକୁ ନେଇ ଯେଭଳି ବଜାର ଦ୍ରବ୍ୟର ବିକ୍ରି କଲାଭଳି ପ୍ରସାର କରାଯାଉଛି ତାକୁ ପତ୍ୟେକ ଲୋକ ନାପସନ୍ଦ କରୁଛନ୍ତି ।

ଅର୍ଥନୀତିର ସ୍ଥିତିକୁ ନେଇ ସମୀକ୍ଷା କଲାବେଳେ ଜନଗଣଙ୍କୁ ଏହା କହିବା ଉଚିତ ହେଇନଥାନ୍ତା କି ଯେ ସରକାର ନିଜ ପାଇଁ ଯେଉଁ ପ୍ରାଥମିକତା ନିର୍ଦ୍ଧାରଣ କରିଥିଲେ ସେଥିରେ ସେ କେତେ ସଫଳ ବା କେତେ ବିଫଳ ହୋଇଛନ୍ତି? ନାଁ ଜେଟଲି ଓ ମୋଦୀ ଆମ କୃଷକମାନଙ୍କ ମଜା ଉଡ଼ାଇବାରେ ମାତିଛନ୍ତି?

ସେମାନେ ଭାବିଦେଇଥିଲେ ଯେ, ଫଳ ଓ ପନିପରିବା ଭଳି ଖାଦ୍ୟ ଦ୍ରବ୍ୟର ବଜାରଟି ବହୁରାଷ୍ଟ୍ରୀୟ ବ୍ୟବସାୟୀମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇ ଛୋଟ ଛୋଟ ଫଳ ଓ ପନିପରିବା ଚାଷୀମାନଙ୍କ ପାଇଁ ଅପୂର୍ବ ଲାଭ ନେଇ ଆସିବେ ।

ସେମାନେ ଏକଥା ଭାବିପାରିଲେ ନାହିଁ ଯେ ଆମ ଜାତୀୟ ଉତ୍ପାଦନର କୃଷିକ୍ଷେତ୍ରରେ ଖର୍ଚ୍ଚ ଯେଭଳି ହ୍ରାସ ହେଇଚାଲିଛି ତାକୁ ବଦଳାଇ ଦେଇପାରିଲେ, ନିଜ ସରକାର ଦ୍ୱାରା କୃଷକମାନଙ୍କ ନିର୍ଦ୍ଧାରଣ କରାଯାଇଥିବା ଲକ୍ଷ୍ୟଗୁଡ଼ିକୁ ସେମାନେ ନିଜେ ହାସଲ କରିପାରିଥାନ୍ତେ ।

ସ୍ପଷ୍ଟଭାବେ କହିବାକୁ ଗଲେ ଏଥରର ଅର୍ଥନୈତିକ ସର୍ବେକ୍ଷଣ ଜଣେ ଉଦାର ଅର୍ଥନୀତିଜ୍ଞ ପାଇଁ କୌଣସି ସୁଯୋଗ ରଖିନାହିଁ ଯେମିତି କି ସେ ସାଧାରଣ ଅର୍ଥନୈତିକ ତଥ୍ୟଭିତିରେ ଅର୍ଥନୀତିର ସ୍ଥିତିକୁ ପରଖିବେ ଯାହା ସାଧାରଣତଃ ଏହି ଅର୍ଥନୈତିକ ସର୍ବେକ୍ଷଣରେ ଉପସ୍ଥାପନ କରାଯାଇଥାଏ ।

ଏହି ତଥ୍ୟଗୁଡ଼ିକ ବର୍ଷର ପଛଆଡ଼କୁ ଉପଲବ୍ôଧ ହେବ ବୋଲି ସରକାରଙ୍କର ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟଅନ୍ ନିଜ ମୁଖବନ୍ଧରେ ପାଠକମାନଙ୍କୁ ସୂଚନା ଦେଇଛନ୍ତି ।

କିନ୍ତୁ ଏପଟେ ଏହି ସର୍ବେକ୍ଷଣ ଏକ ‘ଜବରଦସ୍ତ ସାଧାରଣ ଅର୍ଥନୀତିକ ସ୍ଥିରତା’ ଏବର୍ଷ ଆଣିବ ବୋଲି ଦାବି କରାଯାଉଛି । ୨୦୧୬-୧୭ର ଆର୍ଥିକ ଅଭିବୃଦ୍ଧିର ଧାରା ୨୦୧୭-୧୮ରେ ଫେରିବ! ‘ବିମୁଦ୍ରୀକରଣ’ର ‘ଦୀର୍ଘମିଆଦି ଲାଭ’ଗୁଡ଼ିକ ପାଖାପାଖି ଦେଖାଗଲାଣି!  କେବଳ ଟିକସ ପ୍ରଶାସକମାନେ ହିଁ ‘ମାତ୍ରାଧିକ ଉତ୍ସାହୀ’ ନହେଲେ ହେଲା ।

ବିତୀୟ ନିଅଂଟିଆ ଲକ୍ଷ୍ୟଟିକୁ ‘ଏବର୍ଷ ଜାତୀୟ ଉତ୍ପାଦନର ଶତକଡ଼ା ୩.୫ ଭାଗରେ’ ସୀମିତ ରଖିବାପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଅର୍ଥନୈତିକ ସର୍ବେକ୍ଷଣରେ ପ୍ରଶଂସା କରାଯାଇଛି, ଯଦିଓ ‘ଅଭିବୃଦ୍ଧିର ଦୀର୍ଘସ୍ଥାୟୀ ଆଧାରଗୁଡ଼ିକ ପାଇଁ ଘରୋଇ ପୁଞ୍ଜି ବିନିଯୋଗ ଓ ରପ୍ତାନୀ ବୃଦ୍ଧି’ ଉପରେ ଏହି ସର୍ବେକ୍ଷଣରେ, ଆବେଗ ପ୍ରକାଶ କରାଯାଇଛି ।

‘ବିମୁଦ୍ରୀକରଣ’ ଦ୍ୱାରା ‘ଅସଲ ଜାତୀୟ ଉତ୍ପାଦନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କ୍ଷେତ୍ରରେ ଯଦିଚ ପ୍ରଚଣ୍ଡ କ୍ଷତି ପହଂଚିଛି, ଏହା କେବଳ ସାମୟିକ ବୋଲି କୁହାଯାଉଛି ।’ ଶତକଡ଼ା ୭ଭାଗ ଜାତୀୟ ସାମଗ୍ରିକ ଉତ୍ପାଦନର ମୂଳ ଆକଳନ ତୁଳନାରେ ମାତ୍ର ୦.୨୫ରୁ ୦.୫ଶତକଡ଼ା ପଏଂଟରେ ହ୍ରାସଟିକୁ ସାମୟିକ ଓ ସାମାନ୍ୟ ବୋଲି କୁହାଯାଇଛି ।
ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠିର ଜାନୁଆରୀ ୨୦୧୭ରେ କରାଯାଇଥିବା ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନ ଯାହା ଶତକଡ଼ା ୩.୪ରେ ସ୍ଥିର କରାଯାଇଛି, ତାହା ୨୦୧୬ ମସିହାର ଶତକଡ଼ା ୩.୧ରେ ସୀମିତ ଥିଲା । ଏହି କଥାଟିକୁ ଆଧାର କରି ୨୦୧୭-୧୮ ସର୍ବେକ୍ଷଣରେ ଅଭିବୃଦ୍ଧିର ପୂର୍ବାନୁମାନ କରାଯାଇଛି ।

ଏହା କୁହାଯାଇଛି ଯେ, ‘ବିଶ୍ୱ ସାମଗ୍ରିକ ଉତ୍ପାଦନକୁ ଭାରତୀୟ ରପ୍ତାନୀର ଅସଲ ଅଭିବୃଦ୍ଧିକୁ ନେଇ ଥିବା ନମନୀୟତାକୁ ଦେଖିଲେ ଆଗାମୀବର୍ଷ ରପ୍ତାନୀରେ ବଡ଼ ଧରଣର ତଥା ଶତକଡ଼ା ୧ପଏଂଟର ଉଚ୍ଚ ଅଭିବୃଦ୍ଧି ଆଶା କରାଯାଇପାରେ । ଘରୋଇ କ୍ଷେତ୍ରରେ ଖାଉଟି ଚାହିଦାଟି ବଢ଼ିପାରେ, ବିଶେଷ କରି ଗୃହ ଓ ଖାଉଟି ଦ୍ରବ୍ୟ କ୍ଷେତ୍ରରେ ।

ଘରୋଇ ପୁଞ୍ଜି ବିନିଯୋଗକୁ ନେଇ କୁହାଯାଇଛି ଯେ, ସନ୍ତୁଳିତ ଦ୍ୱୈତ ହିସାବ ଖାତା ସମସ୍ୟା (ଅର୍ଥଲଗାଣ ସଂସ୍ଥା ଓ ଉଧାର ନେଉଥିବା ବ୍ୟବସାୟୀମାନଙ୍କୁ ନେଇ) ଯୋଗୁଁ ୨୦୧୬-୧୭ରେ ଘରୋଇ ପୁଞ୍ଜି ବିନିଯୋଗ ଯେଉଁ ସ୍ତରରେ ଥିଲା, ସେଥିରୁ ଉଦ୍ଧାର ପାଇବାର ଆଶା କ୍ଷୀଣ ।

ତଥାପି ଅର୍ଥନୈତିକ ସର୍ବେକ୍ଷଣରେ ଆଶା କରାଯାଇଛି ଯେ, ‘୨୦୧୭-୧୮ରେ ଜାତୀୟ ସାମଗ୍ରିକ ଉତ୍ପାଦନର ଅସଲ ଅଭିବୃଦ୍ଧି ଶତକଡ଼ା ୬.୭୫ରୁ ୭.୫ଭିତରେ ରହିବ । ଜି.ଡ଼ି.ପି. ତୁଳନାରେ କମ୍ ଆୟ ଉପଲବ୍ôଧ ଏବଂ ଅଧିକ ଅର୍ଥ ଡିପୋଜିଟ୍ ହେବାର ଅନୁମାନ କରି କୁହାଯାଇଛି ସେ ୨୦୧୬-୧୭ ତୁଳନାରେ ୨୦୧୭-୧୮ରେ ଋଣ ଉପରେ ଓ ବ୍ୟାଙ୍କରେ ରଖିଥିବା ଅର୍ଥ ଉପରେ ସୁଧର ହାର କମ୍ ରହିବ ।

ଅତୀତରେ ଆମେ ଏହି ସ୍ତମ୍ଭଗୁଡ଼ିକରେ ଗୋଥେଙ୍କ ଉକ୍ତିଗୁଡ଼ିକୁ ପାଳନ କରିବା ପାଇଁ ଚେଷ୍ଟା କରିଛୁ । ‘ସମୟ ସମୟରେ ଜଣେ ପୁନରାବୃତି କରିବା ଦରକାର ସେ କେଉଁ କଥାଟିକୁ ବିଶ୍ୱାସ କରୁଛି । ସ୍ୱୀକାର କରିବା ଦରକାର କେଉଁ କଥାଟିରେ ସହମତ ଅଛି ଏବଂ କେଉଁ କଥାଟିକୁ ସେ ନାପସନ୍ଦ କରୁଛି ।’

ଦୁନିଆସାରା ମୁଖ୍ୟସ୍ରୋତର ଅର୍ଥନୀତି, ସେ’ଙ୍କ ନିୟମକୁ ପରିବର୍ତ୍ତନ କରି ପଛୁଆ ଗତିରେ ଚାଲିଛି, ଯେମିତିକି ଯୋଗାଣ ତା’ର ନିଜର ଚାହିଦା ସୃଷ୍ଟି କରେ ଏବଂ ଏତିକି କହି ପ୍ରାୟ ଏକ ଆଦର୍ଶବାଦ ଜନିତ କାମଟିଏ ସମାପାନ କରିଥାଏ ।

ଯେହେତୁ ଆମେ ଏହି ସ୍ତରରେ ଏଭଳି ଏକ ସାଧାରଣ ଅର୍ଥନୀତିକୁ ଅନେକ ବର୍ଷ ଧରି ସମାଲୋଚନା କରିଆସିଛୁ, ଆମେ ଆମ ନିଜ ସଙ୍ଗୀତକୁ ବାରମ୍ବାର ଗାନ କରିବା ପାଇଁ କ୍ଲାନ୍ତ ମନେ କରୁଛୁ ।  ବଡ଼ ଗଣମାଧ୍ୟମର ଦ୍ୱାରପାଳମାନେ ଏବଂ ଯେଉଁମାନେ ଉଚ୍ଚଶିକ୍ଷାରେ ଅଛନ୍ତି ଏକଥା ନିଶ୍ଚିତ କରିଥାନ୍ତି ଯେ କେବଳ ନବଉଦାରବାଦୀ ଅର୍ଥନୀତିଜ୍ଞମାନଙ୍କ ସ୍ୱରଟିକୁ ଶୁଣାଯାଉ ।

ଫଳତଃ ଏହି ନବଉଦାରବାଦୀମାନେ ବାଗ୍ମିତାର ସହ କହିଥାନ୍ତି ଯେ କେମିତି ସବୁ ଘଟିଚାଲିଛି, ଯଥା : ବୈଦେଶିକ ଋଣର ବୋଝରେ ବୃଦ୍ଧି, ଦେଶର ଋଣ ମାଗିବା ଯୋଗ୍ୟତାରେ ହ୍ରାସ, ନେଣଦେଣ ପାଇଁ ଉଦ୍ଦିଷ୍ଟ ଆର୍ଥିକ ସ୍ଥିତିରେ ଅସନ୍ତୁଳନ, ସୁଧ ହାରରେ ବୃଦ୍ଧି, ଘରୋଇ ପୁଞ୍ଜି ବିନିଯୋଗରେ ଶିଥିଳତା, ବିତୀୟ ନିଅଂଟିଆ ପରିସ୍ଥିତି ଏବଂ ସବୁ ପରିସ୍ଥିତିରେ ଋଣ ଛାଡ଼ ପାଇଁ ରାଷ୍ଟ୍ର ଅର୍ଥ ଯୋଗାଣ କରିବା ହେତୁ ମୁଦ୍ରାସ୍ଫୀତିଜନିତ ଚାପ ବୃଦ୍ଧି ଇତ୍ୟାଦି ।

ଏମିତିକି ଅର୍ଥନୀତିଜ୍ଞ କେନସ୍ଙ୍ ଙ୍କ   କିଛି ଉପଯୋଗୀ ବିଚାରକୁ ମଧ୍ୟ ପରିତ୍ୟାଗ କରାଯାଇଛି । ଉଦାହରଣ ସ୍ୱରୂପ, ଯେତେବେଳେ ଲାଭର ହାରକୁ ନେଇ ଆଗକୁ କ’ଣ ଆଶା କରାଯାଇପାରିବ ଆଶଙ୍କା ଭିତରେ ଅଛି, ସେହି କ୍ଷେତ୍ରରେ ଉଭୟେ ଋଣ ଦେବା ଓ ଋଣ ନେବା ଲୋକେ ପ୍ରମାଦ ଗଣନ୍ତି ଯେ, ଋଣ ପରିଶୋଧ କରାଯାଇନପାରିଲେ ସରକାର ଋଣ ଅର୍ଥକୁ ଉଦ୍ଧାର କରିବାପାଇଁ ଅର୍ଥ ଯୋଗାଇ ଦେବେ କି ନାହିଁ । ସର୍ବେକ୍ଷଣରେ ଏଇ କଥାଟିକୁ ଗୁରୁତ୍ୱ ଦିଆଯାଇ ନାହିଁ ।

ପୁନଶ୍ଚ ଯେତେବେଳେ ଦୀର୍ଘସ୍ଥାୟୀ ମୂଳ ସମ୍ପତିଗତ ସଂଶାଧନଗୁଡ଼ିକ ସହଜରେ ବିକ୍ରି ଉପଯୋଗୀ କରାଇ ଦିଆଯାଉଛି ପୁଞ୍ଜି ବିନିଯୋଗକାରୀ ମାନେ ବିଶେଷ ଭାବରେ କମ୍ ସମୟରେ ମିଳୁଥିବା ଲାଭ-କ୍ଷତିର ହିସାବକୁ ପ୍ରାଧାନ୍ୟ ଦେଉଛନ୍ତି ।

ଫଟ୍କା ବଜାରରେ ଟଙ୍କା ଲଗାଉଥିବା ଲୋକେ, ସାଧାରଣ ଜନତା କୌଣସି ଟେର ପାଇବା ପୂର୍ବରୁ ଚିରାଚରିତ ଢାଂଚାରେ ମୂଲ୍ୟାୟନ କରି ପୂର୍ବାନୁମାନ କରିଦିଅନ୍ତି ଓ ପ୍ରଚୁର ପରିମାଣର ଲାଭ ଅତି କମ୍ ସମୟ ଭିତରେ ପାଇଯାଆନ୍ତି ।  ଏଭଳି ବିପୁଳ ଲାଭର ସମ୍ଭାବନା ଆର୍ଥିକ ଲାଭ ପାଇବା କଥାଟିକୁ ଅସଲ ଅର୍ଥନୀତିର ବହୁ ଊଦ୍ଧ୍ୱର୍ରେ ରଖିଦିଏ ।

ବାସ୍ତବରେ ୧୯୯୦ ପରବର୍ତୀ କାଳରୁ ଇଂଲଣ୍ଡ-ଆମେରିକା ଢାଂଚାରେ ଆର୍ଥିକ କ୍ଷେତ୍ରରେ ଉଦାରୀକରଣ କରି, ଆର୍ଥିକ ଏବଂ କୋଠାବାଡ଼ି କ୍ଷେତ୍ରରେ ସମ୍ପତିର ବିଶେଷ ବୃଦ୍ଧିର ପୂର୍ବାନୁମାନକୁ ପ୍ରୋତ୍ସାହିତ କରି, ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ସମ୍ପତିଗତ ବିଷମତା ଥିବା ଦେଶମାନଙ୍କ ଭିତରେ ଆଗଧାଡ଼ିରେ ଅଛି, ଯେଉଁଠି ଜନସଂଖ୍ୟାର ଊଦ୍ଧ୍ୱର୍ରେ ଥିବା ମାତ୍ର କିଛି ଲୋକ ସମଗ୍ର ଘରୋଇ ସମ୍ପତିର ଶତକଡ଼ା ୭୦ଭାଗ ନିଜ ପାଖରେ ରଖିଛନ୍ତି ।

ଭାରତୀୟ ଅର୍ଥନୀତିର ସ୍ଥିତିକୁ ସରକାରୀ ଭାବେ ସମୀକ୍ଷା କଲାବେଳେ ଏହି କଥାଟିକୁ ଉଲ୍ଲେଖ କରିବାର ଆବଶ୍ୟକତାକୁ ଅର୍ଥନୈତିକ ସର୍ବେକ୍ଷଣ ଅନୁଭବ କରିନାହିଁ । ଏଠି ଆଉ ଏକ କଥାର ପ୍ରତିଫଳନ ଦେଖିବାକୁ ମିଳୁଛି ଯେ, ଭାରତର ଧନୀକ ଶ୍ରେଣୀ ଏ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଜୀବନରେ ନିଜର ପ୍ରଭୁତ୍ୱ ଜାହିର କରି ଗଣତନ୍ତ୍ରକୁ ଏକ ମୃତ ଲିପିରେ ରୂପାନ୍ତରିତ କରିଦେଇଛନ୍ତି ।

ହୁଏତ ଏଇଥିପାଇଁ ଉଦାରବାଦୀ ଅରବିନ୍ଦ ସୁବ୍ରମନିୟନ୍ଙ୍କୁ ଅର୍ଥନୈତିକ ସର୍ବେକ୍ଷଣର ୯ମ ଅଧ୍ୟାୟ ଲେଖିବା ପାଇଁ ଅଣାଯାଇଛି । ଅଧ୍ୟାୟର ନାମକରଣ ବି ସେପରି ବଳିଷ୍ଠ ଭାବନା ସୃଷ୍ଟି କଲାଭଳି ଭାଷାରେ ରଖାଯାଇଛି । ‘ସାର୍ବଜନୀନ ମୌଳିକ ଆୟ (ୟୁ.ବି.ଆଇ)- ‘ମହାତ୍ମାଙ୍କ ସହ ଓ ମଧ୍ୟରେ ଏକ କଥୋପକଥନ’ ।

ପ୍ରାରମ୍ଭରେ ସେ ଏକ ସତ ଏବଂ ସର୍ତବିହୀନ ସାର୍ବଜନୀନ ମୌଳିକ ଆୟ କଥା କହିଛନ୍ତି କିନ୍ତୁ ଶେଷରେ ଯାଇ ପହଂଚିଛନ୍ତି ବହୁତ କମ୍ ସାର୍ବଜନୀନ ତଥା ସର୍ତମୂଳକ ଆଂଶିକ ଆୟକୁ ସୁପାରିଶ କରି ଯାହାକି ପ୍ରଚଳିତ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକର ପାଣ୍ଠିଗୁଡ଼ିକୁ କାଟଛାଂଟ କରି ଯୋଗାଡ଼ କରାଯିବ ।

ଏକଥାଟି ୧୯୭୮ ପରବର୍ତୀ ଅବସ୍ଥାଟିକୁ ଆମକୁ ମନେ ପକାଇଦେଉଛି । ଯେତେବେଳେ ଚୀନ୍ ବିରାଟ ପାଦପକାଇ ପୁଞ୍ଜିବାଦ ଆଡ଼କୁ ଫେରିବା ଆରମ୍ଭକଲା, ସେତେବେଳେ କୃଷକମାନଙ୍କର ଆର୍ଥିକ ଆୟ ବିପୁଳ ପରିମାଣରେ ବଢ଼ିଗଲା ।

କିନ୍ତୁ ଏଠି ଆମେ ଆଉ ଗୋଟିଏ କଥାକୁ ଅଣଦେଖ କରିପାରିବା ନାହିଁ ଯେ, ଏହି କୃଷକମାନେ ସେମାନଙ୍କୁ ମିଳୁଥିବା ସାମୂହିକ ଖାଦ୍ୟ ଓ ସ୍ୱାସ୍ଥ୍ୟସେବାକୁ ହରାଇ ବସିଥିଲେ । ସେମିତି, ଶ୍ରୀ ସୁବ୍ରମନିୟଅନ୍୍ ପରାମର୍ଶ ଦେଉଥିବା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ସିଧାସଳଖ ଯିବା କଥାଟିର ସେଭଳି କିଛି ମୂଲ୍ୟ ରହିବ ନାହିଁ ।

ଯେଉଁ ଟଙ୍କାଟି ଉପଭୋକ୍ତାଙ୍କ ଖାତାକୁ ଆସିବ, ସେତିକିରେ ଜୀବନ ଧାରଣର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରାଯାଇ ପାରିବନି । ଅନ୍ୟପଟେ ଧନୀକ ଶ୍ରେଣୀର ସେମାନଙ୍କ ପ୍ରତି ସମବେଦନା ମଧ୍ୟ ରହିବ ନାହିଁ ।

ଏସବୁ ଫଳରେ ଏହି ପୈଠ କରାଯାଉଥିବା ଅର୍ଥର କ୍ରୟଶକ୍ତି କାଳକ୍ରମେ ହ୍ରାସ ପାଇବ । ଆମେ ସୁବ୍ରମନିୟଅନଙ୍କୁ  ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ନକଲେ ବି ଯେଭଳି ଏମ୍.ଜି.ଏନ୍.ଆର୍.ଜି.ଏ. ଓ ସାଧାରଣ ବଂଟନ ବ୍ୟବସ୍ଥା ଭଳି ଜନହିତକର କାର୍ଯ୍ୟକ୍ରମରେ ଅର୍ଥ କାଟ୍ କରାଯାଉଛି, ତାକୁ ହିସାବକୁ ନେଲେ ଆଶାବାଦୀ ବି ହୋଇପାରୁ ନାହୁଁ ଯେ ସୁବ୍ରମନିୟଅଙ୍କର  ‘ପ୍ରତ୍ୟେକଟି ଆଖିରୁ ପ୍ରତିଟି ଲୁହ ଲିଭାଇ ଦେବା’ ପ୍ରସ୍ତାବଟି ସଫଳ ହେବ ।

ନିଶ୍ଚିତ ଭାବେ ପୁଞ୍ଜିବାଦୀ ଶ୍ରେଣୀ ଓ ସେମାନଙ୍କ ଚିନ୍ତକମାନେ ଚିକ୍ରାର କରିବା ଆରମ୍ଭ କରିଦେବେ ଯେ, ‘ସରକାର ବହୁତ ଖର୍ଚ୍ଚ କଲେ ଓ ପୁନଃ ବିତରଣ କରିଚାଲିଲେ’ ।

ଜନ୍ ଡ୍ରେଜ୍ ଯେଉଁ ମତ ଦେଇଛନ୍ତି ଯେ, ସାର୍ବଜନୀନ ମୌଳିକ ଆୟ ଲାଗୁ କରିବା ପାଇଁ ଯଦି ଓ ଯେବେ ସହମତ ହେବ, ତାକୁ ଏକ ବିକଳ୍ପ ହିସାବରେ ନଦେଖି ପ୍ରଚଳିତ ଢାଂଚାର ଏକ ସମ୍ପ୍ରସାରଣ ବା ସଂଶୋଧନ ହିସାବରେ ଦେଖିବା ପାଇଁ ନିଶ୍ଚିତ କରାଇବା ଉଚିତ ହେବ ।

FEBRUARY 4,2017     VOL L11  NO 5  EPW EDITORIAL-2

2 Comments

Leave a Reply