ସମଦୃଷ୍ଟି

ବିନା ସଂସଦରେ ଗଣତନ୍ତ୍ର

ଶେଷ ମୁହୂର୍ତରେ ଅନେକଗୁଡ଼ିଏ ସଂଶୋଧନ ଅଣାଯିବା ପରେ ବିତୀୟ ବିଲ୍ ୨୦୧୭ର ଅଂଶସ୍ୱରୂପ ସରକାର ୪୦ଟି ବୈଧାନିକ ନିୟମରେ ସଂଶୋଧନ ଆଣିବା ପାଇଁ ନିଷ୍ପତି ନେବା ଗୋଟିଏ ସ୍ପଷ୍ଟ ବାର୍ତା ଦେଉଛି; ନିଜର ରାଜନୈତିକ ପ୍ରତିପକ୍ଷମାନଙ୍କ ସହ ପରାମର୍ଶ କରିବାରେ ସରକାରଙ୍କର ବିଶ୍ୱାସ ନାହିଁ ।

କଥାଟିକୁ ଏକ ସ୍ୱାଧୀନ ନ୍ୟାୟପାଳିକା ପରେ ନିଜ ଦୃଷ୍ଟି ଭିତରକୁ ଆଣିପାରିବ ଏଭଳି ବିଶ୍ୱାସ ମଧ୍ୟ ସରକାରଙ୍କର ନାହିଁ ।

ଏମାନଙ୍କ ପୂର୍ବରୁ ଶାସନରେ ଥିବା ଶକ୍ତିଟିକୁ ‘ଟିକସ ଆତଙ୍କବାଦ’ ଚଳାଇଛନ୍ତି ବୋଲି ସମାଲୋଚନା କରୁଥିବା ଲୋକେ ଆଜି ଶାସନକୁ ଆସିବା ପରେ, ଆୟକର ଅଧିକାରୀମାନଙ୍କ ଦ୍ୱାରା ଚାଲିଥିବା ମନମୁଖୀ ତନଖି ନେବା ଏବଂ ଜବତ କରିବା ଅଧିକାରଟି ଉପରେ ବିତର୍କ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ସର୍ବୋପରେ, ରାଜନୈତିକ ପାଣ୍ଠି ଉପରେ ସାରଗର୍ଭକ ବକ୍ତବ୍ୟ ରଖି ଆସିଥିବା ଦଳ ଅତି ସଂକ୍ଷେପରେ କହିବାକୁ ଗଲେ ଠିକ୍ ବିପରୀତ କାମଟି କରିବସିଛି ଏବଂ ଭାରତୀୟ ଗଣତନ୍ତ୍ରକୁ କମ୍ପାନୀ ସ୍ୱାର୍ଥ ପାଖରେ ନତମସ୍ତକ କରିଦେଇଛି ।

ବିତୀୟ ବିଲ୍ ୨୦୧୭କୁ ଅର୍ଥ ବିଲ୍ ହିସାବରେ ଲୋକସଭାରେ ଆଗତ କରାଗଲା । ଦୁଇଟି ଗୃହ ଥିବା ଆମର ଶାସନବ୍ୟବସ୍ଥାରେ ଏଭଳି ଅର୍ଥ ବିଲ୍ଟି କେବଳ ନିମ୍ନ ଗୃହ ବା ଲୋକସଭାର ସର୍ବୋଚ୍ଚ କ୍ଷମତା ଅଛି ତାକୁ ମଞ୍ଜୁରୀ ପ୍ରଦାନ କରିବା ପାଇଁ ।

ବିଭିନ୍ନ ନିୟମରେ ବ୍ୟାପକ ଏବଂ ବିବିଧ ସଂଶୋଧନ ଆଣିବା ପାଇଁ ସରକାର ଏହି ମନି ବିଲ୍ ବା ଅର୍ଥ ବିଲ୍କୁ ବ୍ୟବହାର କଲେ ଯେତେବେଳେ କି ଲୋକସଭା ବାଚସ୍ପତିଙ୍କର ଆଧାର ବିଲ୍ – ୨୦୧୬ (ଯାହା ଏବେ ଆଧାର ନିୟମ – ୨୦୧୬ ହେଇଯାଇଛି)କୁ ପ୍ରଶ୍ନକରି ଅର୍ଥ ବିଲ୍ ହିସାବରେ ବିଚାର କରିବା ନିଷ୍ପତିକୁ ରାଜ୍ୟସଭା ସଦସ୍ୟ ଜୟରାମ ରମେଶଙ୍କ ଆବେଦନ ଉଚ୍ଚତମ ନ୍ୟାୟାଳୟରେ ଏଯାଏଁ ବିଚାର ଅପେକ୍ଷାରେ ଅଛି ।

ସମ୍ବିଧାନର ଧାରା ୧୧୦(୩)ର ବାରଣ ବିନା ଯାହାକି ବାଚସ୍ପତିଙ୍କୁ କ୍ଷମତା ଦେଇଛି କେଉଁଟା ବିତୀୟ ବିଲ୍ ଓ କେଉଁଟି ଅର୍ଥ ବିଲ୍ କହିବାର ଶେଷ ନିଷ୍ପତି ଶୁଣାଇବା ପାଇଁ, ବାଚସ୍ପତିଙ୍କ ଏତାଦୃଶ ନିଷ୍ପତିକୁ ଯଥା ବିଲ୍ ୨୦୧୭କୁ ଅର୍ଥ ବିଲ୍ ପର୍ଯ୍ୟାୟଭୁକ୍ତ କରିବା ଯୁକ୍ତିଯୁକ୍ତ କୁହାଯାଇ ପାରିବନି ।

ସମ୍ବିଧାନର ଧାରା ୧୧୦(୧)ରେ କୁହାଯାଇଛି ସେହି ବିଲ୍ଟିକୁ ଅର୍ଥ ବିଲ୍ କୁହାଯିବ ଯେଉଁଥିରେ ଏସବୁ ବିଷୟ ଅଛି ଯଥା, ଟିକସ, ସରକାରଙ୍କ ଉଧାର ଆଣିବା ଏବଂ ପ୍ରତିଶ୍ରୁତି ଦେବା କଥା ଅଛି । ସରକାରୀ ବ୍ୟୟ ତଥା ଏସବୁ ସମ୍ପର୍କିତ ଅନ୍ୟ କିଛି କଥା ଅଛି ।

ବାର୍ଷିକ ବଜେଟ୍ ପ୍ରକ୍ରିୟାରେ ଗୋଟିଏ ବିତୀୟ ବିଲ୍ରେ ଏସବୁ କଥା ମଧ୍ୟ ଆସିଯାଏ । କିନ୍ତୁ ଏଥର ବିତୀୟ ବିଲ୍ ୨୦୧୭ ଅନେକ ଦୃଷ୍ଟିରୁ ସୀମା ଅତିକ୍ରମ କରିଛି ।

ସେ ଭିତରୁ ଗୋଟିଏ କଥା ଏଠି କୁହାଯାଉଛି । ବିତୀୟ ବିଲ୍ ୨୦୧୭, କମ୍ପାନୀ ଆଇନ ୨୦୧୩ର ଭାଗ ୧୮୨କୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ବଦଳାଇ ଦେଇଛି ।

ଏହା ଫଳରେ କମ୍ପାନୀମାନେ ନିଜ ମୂଳ ଲାଭର ଶତକଡ଼ା ୭.୫ ଭାଗ ତିନିବର୍ଷ ସମୟ କାଳ ଭିତରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଆକାରରେ ଦେଇପାରିବେ ବୋଲି ଯେଉଁ ବ୍ୟବସ୍ଥାଟି ଥିଲା ତାକୁ କୋହଳ କରିଦିଆଯାଇଛି ।

ଏବେ ସେମାନେ ଯେତେ ଟଙ୍କା ଚାହିଁବେ ରାଜନୈତିକ ଦଳମାନଙ୍କୁ ଦେଇପାରିବେ । ଏହି ନିୟମ ପୂର୍ବରୁ କହୁଥିଲା ଯେ, କମ୍ପାନୀମାନେ ରାଜନୈତିକ ଦଳମାନଙ୍କୁ ଦେଉଥିବା ଚାନ୍ଦାର ପରିମାଣ ଏବଂ କେଉଁ ଦଳକୁ ତାହା ଦେଲେ ସବୁ ପ୍ରକାଶ କରିବାପାଇଁ ।

ବର୍ତମାନ ଯେଉଁ ସଂଶୋଧନ କରାଗଲା, ତା’ଫଳରେ ଆଉ ସେଭଳି କିଛି ଜଣାଇବାକୁ ପଡ଼ିବନି – କେତେ ଟଙ୍କା ଚାନ୍ଦା ଦେଲେ ବା କେଉଁ ଦଳକୁ ଦେଲେ ।

୧୯୮୫ରେ କମ୍ପାନୀ ଆଇନ ୧୯୫୬ର ସଂଶୋଧନ ପୂର୍ବରୁ ଭାରତରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବାଉପରେ ନିଷେଧାଜ୍ଞା ଥିଲା (୧୯୬୦ରୁ ୧୯୬୯ ସମୟକାଳ ବ୍ୟତୀତ) । ନିର୍ବାଚନ ସଂଶୋଧନ ପାଇଁ ଗଠିତ କମିଟିମାନେ ବିଭିନ୍ନ ସମୟରେ ସ୍ପଷ୍ଟ ମତ ରଖିଥିଲେ ଯେ ରାଜନୈତିକ ଦଳମାନଙ୍କୁ କମ୍ପାନୀମାନେ ପାଣ୍ଠି ଯୋଗାଇଲେ ସେମାନେ ଭାବିନେବେ ଯେ ସେମାନେ ‘ପୁଞ୍ଜି ନିବେଶ’ କରୁଛନ୍ତି ଯାହାର ଅମଳ ବା ଲାଭ ସେମାନେ ଭବିଷ୍ୟତରେ କରିବେ ।

ଏଭଳି ପାଣ୍ଠି ଯୋଗାଣ ସରକାରଙ୍କର ନିଷ୍ପତି ନେବା ପ୍ରକ୍ରିୟାକୁ ସେହି କମ୍ପାନୀମାନଙ୍କ ସପକ୍ଷରେ ପ୍ରଭାବିତ କରିବ ବୋଲି ମଧ୍ୟ ଯୁକ୍ତି କରାଯାଇଥିଲା । ସମ୍ପ୍ରତି କରାଯାଇଥିବା ସଂଶୋଧନଟିକୁ ଦେଶଟିକୁ ସମ୍ପୂର୍ଣ୍ଣ ଭାବେ ବିପରୀତ ଦିଗକୁ ନେଇଯାଇ ବ୍ୟବସାୟ ଓ ରାଜନୀତି ଭିତରେ ଥିବା ସମ୍ପର୍କକୁ ଅଧିକ ବଳିଷ୍ଠ କରିଛି ।

ବେନାମୀ ଚାନ୍ଦା ଗ୍ରହଣ କରିବାଦ୍ୱାରା ରାଜନୈତିକ ଦଳମାନଙ୍କର କମ୍ପାନୀମାନଙ୍କ ଚାନ୍ଦା ଗ୍ରହଣ ଅଧିକ ଅସ୍ପଷ୍ଟ ହେବ ଏବଂ ତାହାର ଉତ୍ତରଦାୟିତ୍ୱ ବୋଲି କିଛି ରହିବ ନାହିଁ । ଯଦିଓ ରାଜ୍ୟସଭା ସରକାରଙ୍କର କମ୍ପାନୀ ଆକ୍ଟ ୨୦୧୩ର ସଂଶୋଧନଗୁଡ଼ିକୁ ଅକାମୀ କରିବା ପାଇଁ ପ୍ରସ୍ତାବ ଗୃହୀତ କରିଥିଲା, ସେସବୁ ଲୋକସଭାରେ କାଟ ଖାଇଲା ।

ଏଭଳି ଏକ ପଦକ୍ଷେପ ସରକାରଙ୍କ ପୂର୍ବ କାର୍ଯ୍ୟକଳାପ ସହ ତାଳ ଦେଇ ହିଁ ହେଇଛି ଯେମିତି ସରକାର ଚୁପ୍ଚାପ୍ ବିତୀୟ ବିଲ୍, ୨୦୧୬ରେ ଏକ ସଂଶୋଧନ ନେଇ ଆସିଥିଲେ ।

ଲଣ୍ଡନରେ ଅନୁଷ୍ଠିତ ବେଦାନ୍ତ କମ୍ପାନୀ ବେଆଇନ ଭାବେ ଭାଜପା ଓ କଂଗ୍ରେସକୁ ଚାନ୍ଦା ଦେବା କଥାରେ ଅଦାଲତ ରାୟ ଦେବା ପରେ, ସରକାରଟି ଏହି ସଂଶୋଧନ ଆଣି ବିଦେଶୀ କମ୍ପାନୀର ସଂଜ୍ଞା ପରିବର୍ତନ କରିଦେଲେ ।

ଆଉ ଯେଉଁ ସଂଶୋଧନଗୁଡ଼ିକ ଚିନ୍ତାର କାରଣ ହେଇଛି, ସେ ଭିତରେ ଅଛି କେତୋଟି ନିର୍ଦ୍ଦିଷ୍ଟ ଟ୍ରିବ୍ୟୁନାଲକୁ ଅନ୍ୟ ଟ୍ରିବ୍ୟୁନାଲ ସହ ମିଶାଇ ଦେବା କଥାଟି । ଏଭଳି ଏକ ପଦକ୍ଷେପ ସ୍ୱତନ୍ତ୍ର ଦକ୍ଷତା ଥିବା ଟ୍ରିବ୍ୟୁନାଲମାନଙ୍କର ଭୂମିକାଟିକୁ ଗୌଣ କରିବା ସହ, ଅନ୍ୟ ଟ୍ରିବ୍ୟୁନାଲମାନଙ୍କ ବୋଝ ବଢ଼ାଇ ଦେବ ।

ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସରକାର ଏବେ ଟ୍ରିବ୍ୟୁନାଲ ସଦସ୍ୟମାନଙ୍କର ନିଯୁକ୍ତି, ନିଯୁକ୍ତିର ସର୍ତ ଏବଂ ସେମାନଙ୍କ କାର୍ଯ୍ୟକାଳ ସମାପ୍ତ କରିବା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଚାହୁଁଛନ୍ତି ।

ଏପରି କରିବା ଦ୍ୱାରା, ଏହି ଅର୍ଦ୍ଧ-ନ୍ୟାୟପାଳିକା ସଂସ୍ଥାଗୁଡ଼ିକ ଯେଉଁମାନେ ଉଚ୍ଚ ନ୍ୟାୟାଳୟ ସହ ସମତୁଲ କ୍ଷମତାପ୍ରାପ୍ତ, ସେମାନଙ୍କର ସ୍ୱାଧୀନତା ବିପନ୍ନ ହେବ । ଉଚ୍ଚତମ ନ୍ୟାୟାଳୟ ୨୦୧୪ ମସିହାରେ ଯେଭଳି କହିଥିଲେ ଏହି ଟ୍ରିବ୍ୟୁନାଲମାନଙ୍କରେ ସଦସ୍ୟ ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟପାଳିକା ବା ସରକାରଙ୍କର ଭୂମିକା ରହିବା ଉଚିତ ନୁହେଁ ।

ଅଧିକାଂଶ ସମୟରେ ସରକାର ନିଜେ ମାମଲା ନେଇ ବା ସେଥିରେ ସମ୍ପୃକ୍ତ ହୋଇ ଏହି ଟ୍ରିବ୍ୟୁନାଲମାନଙ୍କର ଦ୍ୱାରସ୍ଥ ହୋଇଥାନ୍ତି । ସେଇଥିପାଇଁ ଏଭଳି ସଂଶୋଧନଗୁଡ଼ିକ ଆଚମ୍ବିତ କରୁଛି ଯେ ସରକାର କେମିତି ଟ୍ରିବ୍ୟୁନାଲର ଉଦ୍ଦେଶ୍ୟ ଓ ନିଜର ଆଗ୍ରହଭିତରେ ଥିବା ସ୍ପଷ୍ଟ ଦ୍ୱନ୍ଦ୍ୱଗୁଡ଼ିକୁ ଚିହ୍ନିପାରୁ ନାହାନ୍ତି ।

ଯଦିଓ ଅର୍ଥମନ୍ତ୍ରୀ ନ୍ୟାୟପାଳିକାର ପରାମର୍ଶ ନେବେ ବୋଲି ରାଜ୍ୟସଭାରେ ପ୍ରତିଶ୍ରୁତି ଦେଇଛନ୍ତି ତେବେ ତାହା ଯଥେଷ୍ଟ ନୁହେଁ ।

ବିତୀୟ ବିଲ୍ ୨୦୧୭ର ବିବ୍ରତ କଲାଭଳି ଅନ୍ୟ ଗୋଟିଏ କଥା ହେଉଛି ଆୟକର ଆଇନ, ୧୯୫୬ର ସଂଶୋଧନ ଯାହାଫଳରେ ଆୟକର ଅଧିକାରୀ ମାନଙ୍କର ସ୍ୱେଚ୍ଛାଚାରୀ କ୍ଷମତା ବଢ଼ାଇ ଦିଆଯାଇଛି ।

ବର୍ତମାନ ଏହି ସଂଶୋଧନ ଦ୍ୱାରା କ୍ଷମତାପ୍ରାପ୍ତ ହେଇଥିବା ଅଧିକାରୀମାନଙ୍କ କେବଳ ‘ବିଶ୍ୱାସ କଲାଭଳି କାରଣ’ଟିଏ ଦରକାର କେଉଁଠି ବି ଖୋଳତାଡ଼ କରିବା ଏବଂ ସମ୍ପତି ବାଜ୍ୟାପ୍ତ କରିବା ପାଇଁ, ଯାହା ସେମାନେ ୧୯୬୨ରୁ ପିଛିଲା ଘଟଣାଗୁଡ଼ିକୁ ନେଇ ମଧ୍ୟ କରିପାରିବେ ।

ଯଦି ସେମାନଙ୍କୁ ଚୁନୋତି ଦିଆଯିବ ତେବେ ସେମାନେ କୌଣସି କର୍ତୃପକ୍ଷ ଅବା ଆବେଦନ କରିବା ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲ ପାଖରେ ଏପରି କରିବାର କାରଣ ଜଣାଇବାର ଆବଶ୍ୟକତା ନାହିଁ ।

ଅସଲ ଅର୍ଥରେ ଆୟକର ଅଧିକାରୀଙ୍କୁ ଏଭଳି ଏକ ଭୟଙ୍କର ପଦକ୍ଷେପ ମାଧ୍ୟମରେ ଏମିତି ସ୍ୱେଚ୍ଛାଚାରୀ କ୍ଷମତା ଦିଆଯାଇଛି ସେମାନେ ଚାହିଁଲେ ଯେକୌଣସି ଲୋକଙ୍କୁ ହଇରାଣ ଅବା ଭୟଭୀତ କରାଇ ପାରିବେ ।

ଏହି କଥାଗୁଡ଼ିକୁ ଅକାମୀ କରିବା ପାଇଁ ରାଜ୍ୟସଭା ଯେତେସବୁ ସଂଶୋଧନ ଆଣିଥିଲେ, ସବୁତକ ଲୋକସଭାରେ ନାକଚ ହୋଇଗଲା ।

ସଂଶୋଧନଗୁଡ଼ିକର ଛୋଟମୋଟ କଥାଗୁଡ଼ିକୁ ନେଇ ଯଦିଓ ବିତର୍କ କରାଯାଇପାରେ, ତେବେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ସେହି କଥାଟି ହେଉଛି ଯେଉଁଭଳି ଭାରତର ଶାସନ ଓ ସମ୍ବିଧାନରେ ସଂସଦର ବରିଷ୍ଠ ଗୃହ ତଥା ରାଜ୍ୟସଭା ପାଇଁ ଉଲ୍ଲିଖିତ ଭୂମିକାକୁ ନ୍ୟୁନ କରି ଦେଖି ତାକୁ ଅକାମୀ କରିଦିଆଗଲା ।

ଅର୍ଥ ବିଲ୍ ରାସ୍ତାରେ ସବୁ ଆଇନକୁ ଲୋକସଭାରେ ପାରିତ କରାଇନେବା, ଯେହେତୁ ସରକାରଙ୍କର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନାଇଁ ବର୍ତମାନ ସରକାରଙ୍କର ଏକ ଧାରା ହୋଇଗଲାଣି ।

ସ୍ୱେଚ୍ଛାଚାରୀ ସଂଖ୍ୟାଗରିଷ୍ଠତା ଥିବା ଯେକୌଣସି ଦଳ ସେମାନଙ୍କ ଉପରେ ରୋକ୍ ଲଗାଉଥିବା ରାଜ୍ୟସଭାର କ୍ଷମତାକୁ ନ୍ୟୁନ କରିଦେବା ପାଇଁ ଏବକାର ସରକାରଙ୍କର ଏହି ପଦକ୍ଷେପ ଭବିଷ୍ୟତ ପାଇଁ ରାସ୍ତା ଉନ୍ମୁକ୍ତ କରିଦେଇଛି ।

ନିଜର ଲକ୍ଷ୍ୟ ହାସଲ ପାଇଁ ଯେକୌଣସି ଉପାୟ ଅବଲମ୍ବନ କରି ସରକାର ଯେ କେବଳ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି ବରଂ ଆମ ସମ୍ବିଧାନରେ ସ୍ୱଭାବ ବା ଲୋକାଚାରକୁ ନଷ୍ଟ କରୁଛନ୍ତି ।

April 1, 2017     VOL L 11  NO 13  (Parliament sans Democracy )

Leave a Reply

This site uses Akismet to reduce spam. Learn how your comment data is processed.