ସମଦୃଷ୍ଟି

ସ୍ୱୀକାର କରୁନଥିବା ଗୋଟିଏ ରାଷ୍ଟ୍ର

ଆମେ ସବୁକଥାକୁ ଅସ୍ୱୀକାର କରୁଥିବା ଗୋଟିଏ ରାଷ୍ଟ୍ର । ବିବିଧ ଜାତି ଓ ଅନେକ ବିବିଧତା ସେ ୍ୱ ଆମେ ଆନ୍ତରିକଭାବେ ଗୋଟିଏ ଜାତିବାଦୀ, ବସ୍ତୁବାଦୀ ଏବଂ ନାରୀମାନଙ୍କ ପ୍ରତି ବିଦ୍ୱେଷ ଥିବା ଏକ ସମାଜ ବୋଲି ଆମେ ନିଜକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି ।

‘ଭାରତୀୟତା’କୁ ନେଇ ଯେଉଁ ପତିଆରାସମ୍ପନ୍ନ ଭାବନା ଅଛି ଯାହାକୁ ଅଧିକରୁ ଅଧିକ ହିନ୍ଦୁ ଅସ୍ମିତା ସହ ଯୋଡ଼ି କି ଦେଖାଯାଉଛି, ତଦ୍ୱାରା ଯେଉଁମାନେ ଭିନ୍ନ ଦେଖାଯାଉଛନ୍ତି ବା ଭିନ୍ନ ଚିନ୍ତା କରୁଛନ୍ତି ସେମାନଙ୍କୁ ବାଦ୍ ଦିଆଯାଉଛି ।

ଯେତେବେଳେ ଏଭଳି ଏକ ଅସୁନ୍ଦର ଭାରତକୁ ନେଇ ଥିବା ବାସ୍ତବତା କେତୋଟି ଘଟଣାରେ ଉନ୍ମେଚିତ ହେଉଛି ଆମେ ତତ୍କ୍ଷଣାତ୍ କହି ବସୁଛୁ ଆମେ କିଭଳି ଏକ ଅହିଂସାପୂର୍ଣ୍ଣ ଏବଂ ସହନଶୀଳ ସମାଜ, କାହିଁକ ନା ଆମର ଏଠି ବୁଦ୍ଧ ଓ ଗାନ୍ଧୀଙ୍କ ଭଳି ମଣିଷ ଜନ୍ମ ନେଇଛନ୍ତି ।

ଏଭଳି କଥାକୁ କିଣିବା ପାଇଁ କେହି ଆଉ ପ୍ରସ୍ତୁତ ନୁହନ୍ତି, ବିଶେଷ କରି ଆଫ୍ରିକୀୟ ଦେଶର ଲୋକମାନେ ଯେଉମାନେ ନିଜକୁ ଏକ ସଭ୍ୟ ସମାଜ ବୋଲି ଦାବୀ କରୁଥିବା ଦେଶଟିରେ ବାରମ୍ବାର ଆକ୍ରମଣର ଶିକାର ହୋଇ ଆମ ସମାଜର ବିବେକକୁ ଦୋହଲାଇ ଦେଇଛନ୍ତି ।

ଏବେ ଯାହା ଗ୍ରେଟର ନୋଏଡ଼ାରେ ଘଟିଗଲା ସେଥିରେ ନୂତନତ୍ୱ କିଛି ନାହିଁ । ଗତ କିଛିବର୍ଷ ଧରି ଭାରତର ଅନ୍ୟାନ୍ୟ ସହରରେ ଘଟି ଆସିଥିବା ଘଟଣାଗୁଡ଼ିକର ଏହା ଏକ ପ୍ରତିଫଳନ ଥିଲା ମାତ୍ର । ଏଥର ମାତ୍ରାଧିକ ନିଶା ବଟିକା ଖାଇ ମୃତ୍ୟୁବରଣ କରିଥିବା ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପାଇଁ ପଡ଼ୋଶୀ ନାଇଜେରିଆବାସୀଙ୍କୁ ଦାୟୀ କରି ୫ଜଣଙ୍କୁ ଗିରଫ କରାଗଲା ।

କଥାଟି ସେତିକିରେ ସରିଲା ନାହିଁ । ତା’ର ପରବର୍ତୀ ଦିନଗୁଡ଼ିକରେ ଭାରତକୁ କାମ କରିବା ପାଇଁ ବା ପାଠ ପଢ଼ିବା ପାଇଁ ଆସୁଥିବା ଆଫ୍ରିକୀୟମାନଙ୍କୁ ଆଖିବୁଜା ଧରିନିଆଗଲା ଯାହାର ଅନ୍ତ ପଡ଼ିଲା ଗୋଟିଏ ବ୍ୟବସାୟିକ ମଲ୍ରେ ଯେଉଁଠି ୬୦୦ରୁ ଅଧିକ ଲୋକେ ଆଫ୍ରିକୀୟମାନଙ୍କୁ ଧରି ମାଡ଼ମାରି ଅନେକଙ୍କୁ କ୍ଷତବିକ୍ଷତ କରି ପକାଇଲେ ।

ଭାରତୀୟ କର୍ତୃପକ୍ଷଙ୍କ ଘଟଣାଗୁଡ଼ିକ ପ୍ରତି ଉଦାସୀନତାକୁ ଗ୍ରହଣ କରିନପାରି ୪୩ଟି ଆଫ୍ରିକୀୟ କୂଟନୈତିକ କାର୍ଯ୍ୟାଳୟଗୁଡ଼ିକ କଠୋର ବକ୍ତବ୍ୟ ରଖିଛନ୍ତି । କ୍ରମାଗତଭାବେ ଚାଲିଥିବା ଆଫ୍ରିକୀୟମାନଙ୍କ ଉପରେ ଆକ୍ରମଣ ଘଟଣାଗୁଡ଼ିକୁ ସେମାନେ ବିଦେଶୀ ଲୋକଙ୍କୁ ପସନ୍ଦ ନକରିବା ଏବଂ ବର୍ଣ୍ଣବିଦ୍ୱେଷଜନିତ ସ୍ୱଭାବର ବୋଲି ବର୍ଣ୍ଣନା କରିଛନ୍ତି ।

ସେମାନେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ କର୍ତୃପକ୍ଷ ଏଭଳି ନିନ୍ଦନୀୟ ଘଟଣାଗୁଡ଼ିକ ଯଥେଷ୍ଟ ଭାବେ ନିନ୍ଦା କରିନାହାନ୍ତି । ଏହା ଏକ ଗୁରୁତର ଅଭିଯୋଗ ଯାହାକୁ ଭାରତ ସରକାର କେବଳ ଦୁର୍ଭାଗ୍ୟଜନକ ବା ଅପରାଧିକ କାର୍ଯ୍ୟ କହି ଏଡ଼େଇ ଦେଇ ପାରିବେନି ।

ଆଫ୍ରିକୀୟ ନାଗରିକମାନଙ୍କୁ ଦେଶର କେତେକ ଭାଗରେ ଯେଉଁଭଳି ବ୍ୟବହାର ଦେଖାଯାଉଛି ତାହା ବର୍ଣ୍ଣ ବୈଷମ୍ୟ ମନୋଭାବକୁ ସୂଚାଉଛି ବୋଲି ମନା କରିପାରିବେ ନାହିଁ । ଏଭଳି ଏକ ମାନସିକତା ନେଇ ଉତର ପୂର୍ବାଂଚଳ ଭାରତୀୟମାନଙ୍କୁ ବ୍ୟବହାର ଦେଖାଯାଉଛି ।

ସେମାନଙ୍କୁ ବିଦ୍ରୂପ କରିବା, ପରିହାସ କରିବା, ବାସଗୃହ ଦେବାପାଇଁ ମନା କରିଦେବା ଏବ କୌଣସି କାରଣ ନଥାଇ ସେମାନଙ୍କୁ ଆକ୍ରମଣ କରିବା ଇତ୍ୟାଦି ଚାଲିଛି, କାରଣ ସେମାନେ ସଂଖ୍ୟାଗରିଷ୍ଠ ଲୋକମାନଙ୍କଠାରୁ ଦେଖିବା ପାଇଁ ଏବଂ ଆଚରଣରେ ଭିନ୍ନ ଲାଗୁଛନ୍ତି । ଏଭଳି ଦଣ୍ଡବିଧି ଭିତରେ ଉତର ପୂର୍ବାଂଚଳ ରାଜ୍ୟମାନଙ୍କ ବାସିନ୍ଦାମାନେ ବଂଚିବା ପାଇଁ ବାଧ୍ୟ ହେଉଛନ୍ତି ।

ଆଫ୍ରିକୀୟ ନାଗରିକମାନଙ୍କ ପାଇଁ ସମସ୍ୟାଟି ଅଧିକ ଉକ୍ରଟ । ସେମାନେ କେବଳ ଭିନ୍ନ ଦେଖାଯାଉଛନ୍ତି ସେତିକି ନୁହେଁ, ଭାରତୀୟ ଲୋକକଥା ଓ ସଂସ୍କୃତିରେ ସେମାନଙ୍କ ରଙ୍ଗ ସମ୍ପର୍କରେ ଖୋଦିତ ହୋଇ ରହିଥିବା ଅନେକ ଦିନରୁ ପକ୍ଷପାତ ଭାବନାକୁ ସେମାନେ ସାମ୍ନା କରିବାକୁ ପଡ଼ୁଛି ।

ଦୈନନ୍ଦିନ ଜୀବନରେ ସେମାନେ ସାମ୍ନା କରୁଥିବା ବାଚନିକ ଓ ଶାରୀରିକ ହିଂସାଠୁ ଦୂରେଇ ରହିବାପାଇଁ ଉତର-ପୂର୍ବାଂଚଳର ଲୋକମାନଙ୍କ ଭଳି ଏମାନେ ମଧ୍ୟ ଏକତ୍ର ଗୋଟିଏ ସ୍ଥାନରେ ରହିବା ପାଇଁ ଉଚିତ ମନେ କରୁଛନ୍ତି ।

ଉ ର ପୂର୍ବା ଳ ବାସିନ୍ଦାଙ୍କ ଭଳି ଏହି ଆଫ୍ରିକୀୟମାନଙ୍କୁ ସାଧାରଣ ଭାରତୀୟମାନଙ୍କର ସାମଗ୍ରିକ ଅଜ୍ଞତା ଯୋଗୁଁ ଯବଣା ଭୋଗିବାକୁ ପଡ଼ୁଛି ଯେଉଁମାନେ ଆଫ୍ରିକା କହିଲେ ଗୋଟିଏ ଦେଶକୁ ବୁଝନ୍ତି ଏବଂ ଏକଥା ବୁଝନ୍ତି ନାହିଁ ଯେ ଆଫ୍ରିକା ଏକ ମହାଦେଶ ଯେଉଁଠି ୫୧ଟି ଦେଶ ଅଛି; ଅନେକ ଭିନ୍ନ ଭିନ୍ନ ସଂସ୍କୃତି ଅଛି ଏବଂ ଉପନିବେଶ ବିରୋଧୀ ସଂଗ୍ରାମର ଏକ ଜୀବନ୍ତ ଇତିହାସ ଅଛି ।

ଉତର-ପୂର୍ବାଂଚଳ ବାସିନ୍ଦାଙ୍କ ଉପରେ ହିଂସ୍ର ଆକ୍ରମଣ ପରିପ୍ରେକ୍ଷୀରେ ଲରେନ୍ସ ଲିଆଫ ଓ ଗୋଲକ ନାଉଲକ୍ ୨୦୧୪ ମସିହାରେ ଲେଖାଟିଏ ଲେଖି ଘଟଣାଗୁଡ଼ିକୁ ‘ପ୍ରଥମ ପୃଷ୍ଠାର ବର୍ଣ୍ଣବାଦ’ ଏବଂ ‘ପାଦଟିକା ବର୍ଣ୍ଣବାଦ’ ହିସାବରେ ଚିତ୍ରିତ କରିଥିଲେ ।

ଲରେନ୍ସ ଗ୍ରେଟର ନୋଏଡ଼ାରେ ହେଇଥିବା ହିଂସ୍ର ଆକ୍ରମଣ ଭଳି ଘଟଣାଗୁଡ଼ିକୁ ଉଲ୍ଲେଖ କରି କହିଥିଲେ ଯାହା ଖବରକାଗଜର ପ୍ରଥମପୃଷ୍ଠାରେ ପ୍ରକାଶିତ ହେଉଥିଲା । କିନ୍ତୁ ସବୁଠାରୁ ବେଶୀ ମାରାତ୍ମକ ହେଉଛି ପାଦଟୀକା ବର୍ଣ୍ଣବାଦ ବୋଲି ସେମାନେ କୁହନ୍ତି ।

ଜାଗତିକ ସ୍ତରରେ ଏହି ପାଦଟୀକା ବର୍ଣ୍ଣବାଦ ସବୁ ଘଟିଥାଏ । ଯେଉଁଭଳି ଲୋକେ ଏମାନଙ୍କୁ ଦେଖନ୍ତି, ସେମାନେ ଏମାନଙ୍କୁ ନେଇ ଯାହା କୁହନ୍ତି, ଯେଉଁ ଚଳିଆସୁଥିବା କଥାଗୁଡ଼ିକ ଏମାନଙ୍କ ସମ୍ପର୍କରେ ରହି ଆସିଛି, ତାହା ଏମାନଙ୍କୁ ମୌଳିକ ଶିଷ୍ଟାଚାର ଓ ସେବା ଯୋଗାଇ ଦେବାରୁ ବଂଚିତ କରୁଛି ।

ଉଭୟେ ଆଫ୍ରିକୀୟ ବାସିନ୍ଦା ଏବଂ ଉତର-ପୂର୍ବାଂଚଳର ଭାରତୀୟମାନେ ଏଭଳି ଏକ ଅବସ୍ଥାକୁ ଅନବରତ ସ୧ୁଖୀନ ହେବାକୁ ପଡ଼ୁଛି, ଯାହା ସେମାନଙ୍କର ଜୀବନରୁ ଖୁସି ନେଇଯାଇଛି । ପୁଣି ଗୋଟାଏ କଥା ଅଛି ଯାହାକୁ ‘ଆନୁଷ୍ଠାନିକ ବର୍ଣ୍ଣବାଦ’ ବୋଲି ଥାଂଗଖାନିଲାଲ ନାଇଠେ ନିଜର ଏକ ଲେଖାରେ ଏହି ପତ୍ରିକାରେ ଲେଖିଥିଲେ ।
ଆନୁଷ୍ଠାନିକ ବର୍ଣ୍ଣବାଦ ଭିତରେ ରହିଛି ଏହି ମୌଳିକ ଅଧିକାରର ଉଲଂଘନ ବେଳେ ସେସବୁ କଥାରେ ମୁଣ୍ଡ ପୂରାଇବା ପାଇଁ ପୋଲିସ ଏବଂ ଅନ୍ୟ ଅନୁଷ୍ଠାନମାନେ ମନାକରିଦେବା କଥା । ଅବଶ୍ୟ ଆମ ସରକାର କେବଳ ଅନ୍ୟତ୍ର ଘଟୁଥିବା ଘଟଣାକୁ ହିଁ ବର୍ଣ୍ଣବାଦ ହିସାବରେ ସ୍ୱୀକୃତି ଦେଇଥାନ୍ତି ।

ଏଣୁ କରି ଆମେରିକା ବା ଅଷ୍ଟ୍ରଲିଆରେ ଯଦି ଭାରତୀୟ ମୂଲକର କୌଣସି ବ୍ୟକ୍ତିକୁ ଆକ୍ରମଣ କରାଯାଏ ତାକୁ ବର୍ଣ୍ଣବାଦ ଆକ୍ରମଣ ହିସାବରେ ନିନ୍ଦା କରିବା ପାଇଁ ତର ପାଆନ୍ତି ନାହିଁ । କିନ୍ତୁ ଯଦି ସେଭଳି ଏକ ଆକ୍ରମଣ ଭାରତରେ ହୁଏ, ତାକୁ କେବଳ ଏକ ‘ଅପରାଧିକ’ କାର୍ଯ୍ୟବୋଲି କୁହାଯାଏ ।

ଏଭଳି ତିନିପ୍ରକାର ବର୍ଣ୍ଣବାଦ ସହ ଯେତେବେଳେ ଆମଦେଶରେ ଚାଲିଥିବା ସାମ୍ପ୍ରତିକ ବାତାବରଣକୁ ଯୋଡ଼ି ଦିଆଯାଏ, ଯେଉଁଠି ସବୁ ପ୍ରକାର ନ୍ୟାୟପ୍ରଦାନ କରିବା କାମଟି କିଛି ଆତ୍ମଘୋଷିତ ସୁରକ୍ଷା ଦଳ ନିଜ ହାତକୁ ନେଇଥାନ୍ତି ଏବଂ ରାଷ୍ଟ୍ର ତାକୁ ସମର୍ଥନ କରିଥାଏ, ଗୋଟିଏ କଥାକୁ ହିଁ ସୂଚିତ କରାଏ ଯେ ଆଗକୁ ଏଭଳି ସବୁ ଘଟଣା ବହୁଗୁଣିତ ହେବ ।

ଯଦି ଦିନ ଦି’ପହରରେ ଜନଗହଳିପୂର୍ଣ୍ଣ ଏକ ରାଜରାସ୍ତାରେ ଗୋରୁଚାଲାଣ କରୁଛି, ସନ୍ଦେହରେ ଏପ୍ରିଲ ୧ ଦିନ ରାଜସ୍ଥାନର ଅଲୱାର ସହରରେ ଗୋଟିଏ ଲୋକକୁ ପିଟି ପିଟି ମାରି ଦିଆଗଲା, ସେଠି କେମିତି ଜଣେ ଆଫ୍ରିକୀୟ, ଉତର-ପୂର୍ବାଂଚଳବାସୀ, ଦଳିତ, ମୁସଲିମ୍ ବା ଭିନ୍ନ କିଛି ବିଶ୍ୱାସକୁ ନେଇ ଜୀଉଁଥିବା ମଣିଷମାନେ ନିଜକୁ ସୁରକ୍ଷିତ ମନେ କରିବେ?

ଭାରତୀୟମାନେ ଆଉ କେତେଦିନ ଏଭଳି ଭ୍ରମରେ ରହିବେ ଯେ ସେମାନଙ୍କ ସ୍ୱଭାବରେ ବର୍ଣ୍ଣଭେଦ ନାହିଁ, ଯେତେବେଳେ ଇତିହାସ ଏହାର ବିପରୀତ କଥାଟି କହୁଛି ।

ଉଦାହରଣସ୍ୱରୂପ ଆଫ୍ରିକୀୟ ଦେଶମାନଙ୍କରେ ଉପନିବେଶବିରୋଧୀ ସଂଗ୍ରାମ ଆମ ଲୋକମାନଙ୍କ ସହ ସଂହତି ରଖି ପାରିଥାନ୍ତେ, କିନ୍ତୁ ସେପରି ହୋଇନାହିଁ ।

ପ୍ରବାସୀ ଭାରତୀୟମାନେ ଆଫ୍ରିକାରେ ଏବଂ ଅନ୍ୟତ୍ର କଳାଲୋକଙ୍କ ସହ ଆଦୌ ସାମିଲ ହୋଇପାରିନାହାନ୍ତି, ସେମାନଙ୍କର ଭାରତୀୟତାର ଭାବନା ଏଭଳି ଏକ ପ୍ରାଚୀନ ତତ୍ୱ ସହ ଯୋଡ଼ି ହୋଇକି ଅଛି ଯେ ଆମେ ସମସ୍ତେ ଆର୍ଯ୍ୟରକ୍ତ ପ୍ରବାହିତ ମଣିଷ ଏବଂ ସେହି ଦୃଷ୍ଟିରୁ କଳାଲୋକଙ୍କ ଅପେକ୍ଷା ଆମେ ଧଳାଲୋକଙ୍କର ଅଧିକ ନିକଟତର ।

ବାସ୍ତବରେ ଭାରତର ପୁରାତନ କାଳରୁ ରହିଆସିଥିବା ବର୍ଣ୍ଣବ୍ୟବସ୍ଥା ଏଭଳି ଏକ ବିଭିନ୍ନ ସୋପାନଭିତିକ ସାମାଜିକ ବ୍ୟବସ୍ଥାକୁ ଇଙ୍ଗିତ କରୁଛି, ଯେଉଁଠି ବର୍ଣ୍ଣ ବା ରଙ୍ଗ ‘ପ୍ରାକୃତିକ’ ଶ୍ରେଷ୍ଠତା ଓ ସ୍ୱଚ୍ଛତାକୁ ଆଧାର କରି ଉପରୁ ତଳଯାଏଁ ବର୍ଣ୍ଣାଶ୍ରମ ଆଡ଼କୁ ଯାଇଛି ।

ଯଦି ଭାରତକୁ ଏକ ବିବିଧ, ସହନଶୀଳ ଏବଂ ସମସ୍ତଙ୍କୁ ଗ୍ରହଣ କରିପାରୁଥିବା ସମାଜ ହିସାବରେ ଗଢ଼ିବାର ଅଛି, ଏଭଳି ଏକ ମାନସିକତାରେ ନି୧⁄୨ିତ ଭାବେ ପରିବର୍ତନ ଦରକାର । ଏହାର ବିପରୀତ କଥାଟି ଘଟି ଚାଲିଥିବାର ଯେଉଁ ବଳିଷ୍ଠ ସଂକେତଗୁଡ଼ିକ ମିଳୁଛି, ତାକୁ ଅଣଦେଖ କରାଯାଇପାରିବନି ।

ସେହି ଦୃଷ୍ଟିରୁ ଶ୍ରେଣୀ, ଜାତି, ବିଶ୍ୱାସ ନିର୍ବିଶେଷରେ ସବୁ ଭାରତୀୟମାନଙ୍କୁ ଏ ଦିଗରେ ଚିନ୍ତା କରିବାକୁ ପଡ଼ିବ ।

 

April 8, 2017 VOL L II NO 14 ( A Nation in Denial )

Leave a Reply

This site uses Akismet to reduce spam. Learn how your comment data is processed.