ସମଦୃଷ୍ଟି

କୃଷିର ଦୁଃସ୍ଥାବସ୍ଥା ପାଇଁ କୌଣସି ସର୍ବୌଷଧି ନାହିଁ

ମୌସୁମୀ ବାୟୁର ଅନିୟମିତତା ଏବଂ ତା’ର ପରିଣାମସ୍ୱରୂପ ଆସିଥିବା ମରୁଡ଼ି, ବନ୍ୟା ଏବଂ ଫସଲହାନୀ ଯାହା ଆମ କୃଷକ ଏବଂ କୃଷି ଶ୍ରମିକମାନଙ୍କର ଏକ ବିରାଟ ଭାଗକୁ କବଳିତ କରିଥାଏ, ସ୍ୱାଧୀନତାର ୭ଟି ଦଶନ୍ଧି ପରେ ବି ଆଜି ଏକ ନିତିଦିନିଆ ଘଟଣା ହୋଇଯାଇଛି ।

ପ୍ରକୃତରେ ସଙ୍କଟଟି ଅଧିକ ଗଭୀର ହୋଇଯାଇଛି । ଢାଂଚାଗତ କୃଷି ପ୍ରସଙ୍ଗଗୁଡ଼ିକର ମୁକାବିଲା ପାଇଁ ଯଥେଷ୍ଟ କୃଷିନୀତିର ଅଭାବ ଯୋଗୁଁ, ଭାରତର ଗ୍ରାମାଂଚଳ ଯବଣା ଭୋଗୁଛନ୍ତି ।

ଗୋଟିଏ ମାସ ଧରି ରାଜଧାନୀ ଦିଲ୍ଲୀରେ ପ୍ରତିବାଦ କରିଆସୁଥିବା ତାମିଲନାଡ଼ୁ କୃଷକମାନଙ୍କର ଚିନ୍ତା ଉଦ୍ରେକକାରୀ ଭାବମୂର୍ତି, ଆମ କୃଷିର ଦୁଃସ୍ଥବସ୍ଥାକୁ ସମସ୍ତଙ୍କୁ ଜଣାଇ ଦେଇଛି; କାହା ପାଟିରେ ମଲା ସାପ ଓ ମୂଷା (ଯେମିତିକି ସେମାନଙ୍କ କ୍ଷେତ୍ରରେ କ୍ଷୁଧା ମେଂଟାଇବା ପାଇଁ ଏସବୁ ଛଡ଼ା ଆଉକିଛି ନାହିଁ) ଏବଂ କାହା ହାତରେ ଦୁଃସ୍ଥାବସ୍ଥାରେ ମରିଯାଇଥିବା ସମ୍ପର୍କୀୟଙ୍କର ଖପୁରୀଟିଏ ।

କ୍ରମାଗତ ଭାବେ ଦୁଇବର୍ଷ ମରୁଡ଼ି ଆସିବା ପରେ, ଯଦିଓ ଦକ୍ଷିଣ-ପ୧⁄୨ିମ ମୌସୁମୀ ଭାରତର ଅଧିକାଂଶ ଭାଗରେ ସ୍ୱାଭାବିକ ଥିଲା, ଉତ୍ତର-ପୂର୍ବ ମୌସୁମୀର ବିଫଳତା ଯୋଗୁଁ ଦେଶର କେତୋଟି ନିର୍ଦ୍ଦିଷ୍ଟ ଭାଗରେ ମରୁଡ଼ି ଦେଖିବାକୁ ମିଳିଥିଲା ।

କେନ୍ଦ୍ର ସରକାର ୮ଟି ରାଜ୍ୟକୁ ମରୁଡ଼ି ପ୍ରପୀଡ଼ିତ ଘୋଷଣା କରିଛନ୍ତି ଏବଂ ସେ ଭିତରେ ଅଛନ୍ତି କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ । ଜାନୁଆରୀ, ୨୦୧୭ରେ ତାମିଲନାଡ଼ୁ ସରକାର ମରୁଡ଼ି ଘୋଷଣା କଲେ ଏବଂ କ୍ଷୁଦ୍ର ଓ ମଧ୍ୟମବର୍ଗର ଚାଷୀ (ଯେଉଁମାନେ ରାଜ୍ୟର ଚାଷୀସଂଖ୍ୟାର ଶତକଡ଼ା ୯୨ଭାଗ)ମାନଙ୍କର ସମବାୟ ଗୁଣକୁ ଛାଡ଼ କରିଦେଲେ ।

ପରେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ଯେ ସମବାୟ ବ୍ୟାଙ୍କ ଋଣ ସବୁଚାଷୀଙ୍କର ଛାଡ଼ କରିଦେବା ପାଇଁ (ବଡ଼ ଚାଷୀଙ୍କୁ ସମଗ୍ର ସମବାୟ ବ୍ୟାଙ୍କର ଶତକଡ଼ା ୩୦ ଭାଗ କୃଷି ଋଣ ଦିଆଯାଇଥିଲା) । ଆଜି ତାମିଲନାଡ଼ୁର ଚାଷୀ ଭାରତ ସରକାରଙ୍କ ପାଖରେ ଦାବି ରଖିଛନ୍ତି ଜାତୀୟକରଣ ବ୍ୟାଙ୍କମାନଙ୍କରୁ ନେଇଥିବା ଋଣଗୁଡ଼ିକୁ ଛାଡ଼ କରିଦେବା ପାଇଁ ଏବଂ ଫସଲହାନୀର କ୍ଷତିପୂରଣ ଯୋଗାଇବା ପାଇଁ ।

ନବ ନିର୍ବାଚିତ ଉତ୍ତରପ୍ରଦେଶ ସରକାର ଯେଉଁ କୃଷିଋଣ ଛାଡ଼ ଘୋଷଣା କରିଛନ୍ତି ତା’ର ପରିମାଣ ୩୬,୩୫୯ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟ ସରକାର ବହନ କରିବେ ।

ଏସବୁ ପଦକ୍ଷେପ କୃଷକମାନଙ୍କୁ କିଛି ରିଲିଫ ଦେବାର ପ୍ରତିଶ୍ରୁତି ବହନ କରେ, କିନ୍ତୁ ଗଭୀର ଭାବେ ଚେର ମାଡ଼ିଯାଇଥିବା ଭାରତର କୃଷିସଙ୍କଟର ସମାଧାନ ବା ଗ୍ରାମାଂଚଳର ଋଣର ସ୍ଥିତିର ସମାଧାନ ପାଇଁ ତାହା ସର୍ବୌଷଧିର କାମ କରିପାରିବ ନାହିଁ ।

ଗୋଟିଏ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ କିଛି ସୁବିଧା ଦେବାପାଇଁ ତାହା ଏକ ଶ୍ରେଷ୍ଠ ପଦକ୍ଷେପ ହେଇପାରେ । ୨୦୦୮ରେ ୟୁପିଏ ସରକାର ଗୋଟିଏ ବିରାଟ ଋଣଛାଡ଼ କାର୍ଯ୍ୟକ୍ରମ ହାତକୁ ନେଲେ ।

ରାଜକୋଷରୁ ୭୦,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଥିବା ଏହି ଅନୁଭୂତିଟି ଆମକୁ କହିଛି ଯେ, ଯଦିଓ ଋଣଛାଡ଼ ବେଳେବେଳେ ଅନ୍ୟ ଉପାୟ ନଥାଇ କରାଯାଇଥାଏ ତେବେ ତାହା ଋଣଭାରକୁ ଆଂଶିକ ଲାଘବ କରିବା ପାଇଁ ଏକ ଏକକାଳୀନ ପଦକ୍ଷେପ ଏବଂ ଗ୍ରାମା ଳରେ ବଢ଼ି ଚାଲିଥିବା ଋଣର ବୋଝ ପୁନରାବୃତି ନହେବା ପାଇଁ କିଛି କାମରେ ଲାଗିନଥାଏ ।

ଆଶ୍ଚର୍ଯ୍ୟ ହେବାର କଥା ନୁହେଁ ଯେ, ଚୁପ୍ ରହି ଆସୁଥିବା ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଓ ନାବାର୍ଡ଼ର ଅଧ୍ୟକ୍ଷ ଋଣଛାଡ଼କୁ ଏକ ‘ନୈତିକ ବିପଦ’ ବୋଲି କହିଛନ୍ତି ଯାହାକି ଠିକ୍ ସଚ୍ଚୋଟ ଭାବେ ଋଣ ନେଉଥିବା ଲୋକଙ୍କୁ ଠିକ୍ ସମୟରେ ଋଣ ପୈଠ କରିବା ପାଇଁ ନିରୁତ୍ସାହିତ କରିବ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉରଜିତ୍ ପଟେଲ ପୁଣି କହିଛନ୍ତି ଯେ, ଋଣଛାଡ଼ ଉଧାର ନେବା କ୍ଷେତ୍ରରେ ଶୃଙ୍ଖଳାଟିକୁ ନ୍ୟୁନ କରିଦିଏ ଏବଂ ସରକାରଙ୍କଠାରୁ ଅଧିକ ଅର୍ଥ ଉଦ୍ଧାର ଆଣିବା ପାଇଁ ବାଧ୍ୟ କରେ ଯାହା ଅନ୍ୟ ଋଣ ନେଉଥିବା ଲୋକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୁଏ । ପରିଶେଷରେ ଏଭଳି ଏକ ପରିସ୍ଥିତି ଦେଶର ହିସାବ ଖାତାକୁ ପ୍ରଭାବିତ କରିପାରେ ।

ତଥ୍ୟଗୁଡ଼ିକ ସରଳ । ନୈତିକ ବିପ ି ଚୁଲିକି ଯାଉ । ରାଜନେତାମାନେ ବିଶ୍ୱାସ କରନ୍ତି ଯେ ଋଣ ଛାଡ଼ ସେମାନଙ୍କର ଲୋକପ୍ରିୟତାକୁ ବଢ଼ାଇଦେବ । ଅନେକ ଯୁକ୍ତି କରନ୍ତି କୃଷି ଋଣ ଛାଡ଼ ନକରିଥିଲେ ୟୁପିଏ ସରକାର ୨୦୦୯ ମସିହାରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିପାରି ନଥାନ୍ତେ ।

କୃଷିଋଣ ଛାଡ଼ ଏବଂ ରିହାତି ଭାରତର ଗ୍ରାମାଂଚଳର ଦରିଦ୍ରତମ ଲୋକମାନଙ୍କୁ ସାହାଯ୍ୟ କରିନଥାଏ । ପ୍ରକୃତରେ ଋଣଛାଡ଼ ଭୂମିହୀନ ଏବଂ କ୍ଷୁଦ୍ରଚାଷୀମାନଙ୍କ ଭଳି ଅସୁରକ୍ଷିତ ବର୍ଗର ଋଣବୋଝକୁ ହ୍ରାସ କରିବାରେ ସାହାଯ୍ୟ କରିନଥାଏ ।

ଏହି ଚାଷୀମାନଙ୍କୁ ଋଣ ପାଇବା ପାଇଁ ଯୋଗ୍ୟ ବୋଲି ମନେ କରାଯାଇ ନ ଥାଏ, ସେମାନଙ୍କର ଆନୁଷ୍ଠାନିକ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କ ପାଖରେ ପହଂଚ ନଥାଏ ଏବଂ ସେମାନେ ସମ୍ପୂର୍ଣ୍ଣ ଭାବେ ଘରୋଇ ଋଣଦାତାଙ୍କ ଉପରେ ନିର୍ଭରଶୀଳ । ଭାରତୀୟ ଅର୍ଥନୀତିର ଗଭୀରତମ ସ୍ତରକୁ ଚେର ମାଡ଼ିଥିବା କୃଷିସଙ୍କଟକୁ ଉପଶମ କରିବା କ୍ଷେତ୍ରରେ ଋଣ ଛାଡ଼ର ଭୂମିକା କିଛିନାହିଁ ।

ତା’ଭିତରେ ଅଛି ସମାନ ରିହାତି ପାଇବାପାଇଁ ଅପହଂଚ ସ୍ଥିତି, ଦୃତ ବଦଳୁଥିବା ଜମି ମାଲିକାନାର ସ୍ୱରୂପ ଏବଂ ସରକାରଙ୍କ ସହାୟତାରେ ଚାଲିଥିବା କୃଷି ସମ୍ପ୍ରସାରଣ କାର୍ଯ୍ୟକ୍ରମର ଅବକ୍ଷୟ ।

କୃଷି ସଙ୍କଟଟି କେବଳ ଜାରି ରହିଛି ତାହା ନୁହେଁ ବରଂ ଅଧିକ ଉକ୍ତଟ ହେଇଛି । ଜଳବାୟୁ ପରିବର୍ତନ ଏବଂ ପାଣିପାଗର ସ୍ୱଭାବ କୃଷକମାନଙ୍କର ଅସୁରକ୍ଷିତ ସ୍ଥିତିକୁ ବଢ଼େଇ ଦେଇଛି । ଭୂପୃଷ୍ଠ ଜଳସେଚନ ପାଇଁ ତଥା ବର୍ଷାଜଳ ସଂରକ୍ଷଣ ପାଇଁ ଉପଯୁକ୍ତ ଭିତିଭୂମିର ଅଭାବ ଗୋଟିଏ ବଡ଼ ଆହ୍ୱାନ ହୋଇ ରହିଯାଇଛି ।

ଏହାଫଳରେ ହ୍ରାସ ପାଇ ଚାଲିଥିବା ଭୂତଳ ଜଳ ଉପରେ ନିର୍ଭରଶୀଳତା ବଢ଼ିଚାଲିଛି; ଜଳସେଚନର ଏକ ମୁଖ୍ୟ ଆଧାର ହିସାବରେ । ଦେଶର ଶସ୍ୟ ଜମିର ଅଧା ଭାଗପାଇଁ ନିର୍ଭରଯୋଗ୍ୟ ଜଳସେଚନର ପ୍ରତିଶ୍ରୁତି ନାହିଁ ।

୮ଟି ମରୁଡ଼ି ଘୋଷିତ ରାଜ୍ୟରେ ମନରେଗା କାର୍ଯ୍ୟକ୍ରମରେ ଶ୍ରମଦିବସ ସଂଖ୍ୟା ୧୫୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କର ନିଷ୍ପତି ଗୋଟିଏ ସ୍ୱାଗତଯୋଗ୍ୟ ପଦକ୍ଷେପ । ତୁହାକୁ ତୁହା ଆସୁଥିବା ଆବଶ୍ୟକତାର ପୂରଣ ପାଇଁ ଜଳ ସଂରକ୍ଷଣ, ଜଳସେଚନର ଉନ୍ନତି ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ନହେବା ପାଇଁ ଯେଉଁସବୁ ଭି ିଭୂମି ସୃଷ୍ଟି ହେବା ଦରକାର ସେହି କାମଟିକୁ ତୁରନ୍ତ କରାଯିବା ଦରକାର ।

ଭାରତର କୃଷକମାନଙ୍କ ‘ହିସାବ ଖାତା’କୁ ପ୍ରତିକୂଳ ଭାବେ ପ୍ରଭାବିତ କଲାଭଳି ଅନେକ କାରଣ ଅଛି । ଯେତେବେଳେ ଉତ୍ପାଦନର ମୂଲ୍ୟ ବଢ଼ିଚାଲିଛି, ସେଥିରୁ ମିଳୁଥିବା ଆୟ କମି କମି ଯାଉଛି ବା ଅନିଶ୍ଚିତ ରହିଛି । ଭାରତ ସମେତ ବିଶ୍ୱସାରା କୃଷି ବଜାରଟି ଅବ୍ୟବସ୍ଥା ଓ ବିପନ୍ନ ଅବସ୍ଥାରେ ଅଛି ।

କୃଷିରୁ ମିଳୁଥିବା ଆୟରେ ହ୍ରାସ ଏବଂ ବଢ଼ିଚାଲିଥିବା ଗ୍ରାମାଂଚଳର ଋଣର ଅବସ୍ଥାକୁ ଏଭଳି ପୃଷ୍ଠଭୂମିରେ ବୁଝିବାକୁ ପଡ଼ିବ । ଯଦି ବ୍ୟବସ୍ଥିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉପଯୁକ୍ତ ଉଦ୍ୟମ କରାନଯାଏ ତେବେ ଏହି ଚକ୍ରବ୍ୟୁହକୁ ଭେଦ କରିବା ସହଜ ହେବନାହିଁ ।

ଋଣଛାଡ଼ କେବଳ ବ୍ୟାଣ୍ଡ୍ ଏଡ଼୍ ଲଗାଇ କ୍ଷତକୁ ଉପଶମ କରିବା ଉଦ୍ଦେଶ୍ୟ ସହ ସମାନ । ସେସବୁ ସାମୟିକ ରିଲିଫ୍ ଯୋଗାଇ ଦେଇପାରେ । ଅଧିକ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଇ ପାରିନାହିଁ ।

April 15, 2017 VOL L II NO 15 ( No panacea for Agrarian Distress )

Leave a Reply

This site uses Akismet to reduce spam. Learn how your comment data is processed.